ଆଇପିଏଲ୍‌ରେ ସାକିବ୍‌ଙ୍କ ଖେଳିବା ନେଇ ଆଶଙ୍କା

ଢାକା: ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ୍‌ ହାସନ୍ ଓ ପ୍ରାରମ୍ଭିକ ବ୍ୟାଟର ଲିଟନ୍‌ ଦାସ ଚଳିତ ଆଇପିଏଲ୍‌ରେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ବାଂଲାଦେଶ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଶେଷ ନହେବା ପର୍ଯ୍ୟନ୍ତ ସାକିବ କିମ୍ବା ଲିଟନଙ୍କୁ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଆଇପିଏଲ୍‌ରେ ‌‌ଯୋଗଦେବାକୁ ଅନୁମତି ଦେଇନାହିଁ। ଏହି ଟେଷ୍ଟ ଶୃଙ୍ଖଳା ଢାକାରେ ଆଜିଠାରୁ ଆରମ୍ଭ ହେଉଛି। ଆଇପିଏଲ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ତରଫରୁ ଖେଳୁଥିବା ସାକିବ୍‌ ଦଳ […]

Samaya Live Picture
Published On

ଢାକା: ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ୍‌ ହାସନ୍ ଓ ପ୍ରାରମ୍ଭିକ ବ୍ୟାଟର ଲିଟନ୍‌ ଦାସ ଚଳିତ ଆଇପିଏଲ୍‌ରେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ବାଂଲାଦେଶ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଶେଷ ନହେବା ପର୍ଯ୍ୟନ୍ତ ସାକିବ କିମ୍ବା ଲିଟନଙ୍କୁ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଆଇପିଏଲ୍‌ରେ ‌‌ଯୋଗଦେବାକୁ ଅନୁମତି ଦେଇନାହିଁ। ଏହି ଟେଷ୍ଟ ଶୃଙ୍ଖଳା ଢାକାରେ ଆଜିଠାରୁ ଆରମ୍ଭ ହେଉଛି। ଆଇପିଏଲ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ତରଫରୁ ଖେଳୁଥିବା ସାକିବ୍‌ ଦଳ ସହିତ ଯୋଗ ଦେଇନଥିବାରୁ ଗତ ସପ୍ତାହରେ ମୋହାଲିରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଖେଳିପାରିନଥିଲେ। ପୂର୍ବରୁ କେକେଆର୍‌ ୨୦୧୨ ଓ ୨୦୧୪ ରେ ବିଜେତା ହୋଇଥିଲା ବେଳେ ସାକିବ୍‌ ଦଳର ସଦସ୍ୟ ଥିଲେ। ଚଳିତ ସଂସ୍କରଣରେ ଶ୍ରେୟସ ଆୟର ଆହତ ହୋଇ ଖେଳୁନଥିବା ବେଳେ ଲୋକି ଫଗ୍ୟୁସନ୍‌ ଧିରେଧିରେ ସୁସ୍ଥ‌ ହେଉଛନ୍ତି। ଯଦି ସାକିବ୍‌ କେକେଆର୍‌ ସହିତ ଯୋଗନଦିଅନ୍ତି, ତାହେଲେ ଏହା ଦଳର ପ୍ରଦର୍ଶନ ଉପରେ ବଡ଼ ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି।

Tags: