ଆଇପିଏଲରେ ଶତକ ଓ ହ୍ୟାଟ୍ରିକ୍ ୱିକେଟ୍ ନେଇଥିବା ଖେଳାଳିଙ୍କ ତାଲିକାରେ ସୁନୀଲ ନାରାୟଣ
ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଥମ ଆଇପିଏଲ୍ ଶତକ ଅର୍ଜନ କରିବା ପରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବ୍ୟାଟର୍ ସୁନୀଲ ନାରାୟଣ ଏକ ବିରଳ ତାଲିକାରେ ସ୍ଥାନିତ ହୋଇଛନ୍ତି। ଆଇପିଏଲ୍ରେ ଶତକ ଅର୍ଜନ କରିବା ଓ ହ୍ୟାଟ୍ରିକ୍ ୱିକେଟ୍ ନେଇଥିବା ଖେଳାଳିଙ୍କ ମଧ୍ୟରେ ରୋହିତ ଶର୍ମା ଓ ସେନ୍ ୱାଟସନ୍ଙ୍କ ସହିତ ନାରାୟଣ ସମକକ୍ଷ ହୋଇଛନ୍ତି। ନାରାୟଣ ୨୦୧୩ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ମୋହାଲିରେ ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ। ସେ ଡେଭିଡ୍ ହସି, ଗୁରକୀରଟ […]
ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଥମ ଆଇପିଏଲ୍ ଶତକ ଅର୍ଜନ କରିବା ପରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବ୍ୟାଟର୍ ସୁନୀଲ ନାରାୟଣ ଏକ ବିରଳ ତାଲିକାରେ ସ୍ଥାନିତ ହୋଇଛନ୍ତି। ଆଇପିଏଲ୍ରେ ଶତକ ଅର୍ଜନ କରିବା ଓ ହ୍ୟାଟ୍ରିକ୍ ୱିକେଟ୍ ନେଇଥିବା ଖେଳାଳିଙ୍କ ମଧ୍ୟରେ ରୋହିତ ଶର୍ମା ଓ ସେନ୍ ୱାଟସନ୍ଙ୍କ ସହିତ ନାରାୟଣ ସମକକ୍ଷ ହୋଇଛନ୍ତି। ନାରାୟଣ ୨୦୧୩ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ମୋହାଲିରେ ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ। ସେ ଡେଭିଡ୍ ହସି, ଗୁରକୀରଟ ସିଂହ ଓ ଆଝାର ମହମୁଦଙ୍କୁ ଆଉଟ୍ କରିଥିଲେ। ଅନ୍ୟପକ୍ଷରେ ରୋହିତଙ୍କ ନାମରେ ୨ ଶତକ ରହିଛି। ତେବେ ୨୦୦୯ରେ ଡେକାନ୍ ଚାର୍ଜର୍ସ ପକ୍ଷରୁ ଖେଳୁଥିବା ବେଳେ ସେଞ୍ଚୁରିଅନଠାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅଭିଷେକ ନାୟର, ହରଭଜନ ସିଂହ ଓ ଜେପି ଡୁମିନିଙ୍କୁ ଆଉଟ୍ କରିଥିଲେ। ୱାଟସନ୍ ମଧ୍ୟ ଆଇପିଏଲ୍ରେ ୪ ଶତକ ଅର୍ଜନ କରିଛନ୍ତି। ଏହାବାଦ୍ ୨୦୧୪ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦର ଶିଖର ଧାୱନ, ମୋଜେସ୍ ହେନରିକ୍ସ, କର୍ଣ୍ଣ ଶର୍ମାଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ୱିକେଟ୍ ଅର୍ଜନ କରିଥିଲେ।




