ଆଇପିଏଲ୍‌ରେ ବୋଲରମାନେ କମ୍‌ ଚାପ ନେବାକୁ ପରାମର୍ଶ ଦେଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ରେ କାର୍ଯ୍ୟଭାର ପରିଚାଳନା ଏବେ ଘଡ଼ିସନ୍ଧି ସମୟ ଦେଇ ଗତିକରୁଛି। ବିଶେଷ କରି ଆଇପିଏଲ୍‌ ଚାଲୁଥିବା ସମୟରେ ଖେଳାଳିମାନଙ୍କ ଉପରେ ଚାପ ଅଧିକ ରହିବ। ତେଣୁ ଏଭଳି ସମୟରେ କିଛି କ୍ରିକେଟରଙ୍କୁ ସେମାନଙ୍କ ଫିଟ୍‌ନେସ୍‌ ଉପରେ ଅଧିକ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି। ଅଧିକ ପରିଶ୍ରମ ପଡୁଥିବା କାର୍ଯ୍ୟଠୁ ଦୂରତା ବଜାୟ ରଖିବା ଓ କେତେ କାମ କରିବାକୁ ପଡୁଛି ତାହାକୁ ନୀରିକ୍ଷଣ କରିବାକୁ କୁହାଯାଇଛି। ଏହି ସମୟରେ ଆଉ କିଛି କ୍ରିକେଟରଙ୍କୁ କାର୍ଯ୍ୟଭାର […]

Samaya Live Picture
Published On

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ରେ କାର୍ଯ୍ୟଭାର ପରିଚାଳନା ଏବେ ଘଡ଼ିସନ୍ଧି ସମୟ ଦେଇ ଗତିକରୁଛି। ବିଶେଷ କରି ଆଇପିଏଲ୍‌ ଚାଲୁଥିବା ସମୟରେ ଖେଳାଳିମାନଙ୍କ ଉପରେ ଚାପ ଅଧିକ ରହିବ। ତେଣୁ ଏଭଳି ସମୟରେ କିଛି କ୍ରିକେଟରଙ୍କୁ ସେମାନଙ୍କ ଫିଟ୍‌ନେସ୍‌ ଉପରେ ଅଧିକ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି। ଅଧିକ ପରିଶ୍ରମ ପଡୁଥିବା କାର୍ଯ୍ୟଠୁ ଦୂରତା ବଜାୟ ରଖିବା ଓ କେତେ କାମ କରିବାକୁ ପଡୁଛି ତାହାକୁ ନୀରିକ୍ଷଣ କରିବାକୁ କୁହାଯାଇଛି। ଏହି ସମୟରେ ଆଉ କିଛି କ୍ରିକେଟରଙ୍କୁ କାର୍ଯ୍ୟଭାର ଅଧିକମାତ୍ରାରେ କମ୍‌ ରଖିବାକୁ କୁହାଯାଇଛି। ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌କୁ ନଜରରେ ରଖି ଭାରତୀୟ ବୋଲରମାନେ ଏଭଳି ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। କାର୍ଯ୍ୟଭାର ହ୍ରାସ କରିବା ପାଇଁ ଭାରତୀୟ ବୋଲରଙ୍କୁ ସପ୍ତାହରେ ସର୍ବାଧିକ ୨୦୦ ବଲ୍‌ ପକାଇବାକୁ ଲକ୍ଷ୍ୟ ଦିଆଯାଇଥିବା କୁହାଯାଇଛି।

Tags: