ଆଇପିଏଲ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ହରାଇଲା ଗୁଜରାଟ ଟାଇଟନ୍ସ
ଅହମଦାବାଦ: ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ ସହିତ ରୋମାଞ୍ଚଭରା ଉଦ୍ଘାଟନୀ ମ୍ୟାଚ୍ ସହିତ ଆରମ୍ଭ ହୋଇଛି ଆଇପିଏଲ୍ର ୧୬ତମ ସଂସ୍କରଣ। ପ୍ରଥମ ମ୍ୟାଚ୍ରେ ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସ ୫ ୱିକେଟ୍ରେ ୪ ଥର ବିଜେତା ଚେନ୍ନାଇ ସୁପର୍କିଙ୍ଗ୍ସକୁ ମାତ୍ ଦେଇଛି। ଏହି ବିଜୟ ଫଳରେ ଆଇପିଏଲ୍ରେ ଚେନ୍ନାଇ ସୁପର୍କିଙ୍ଗ୍ସ ବିପକ୍ଷରେ ଲଗାତାର ୩ ମ୍ୟାଚ୍ ଜିତି ଗୁଜରାଟ ଟାଇଟନ୍ସ ହ୍ୟାଟ୍ରିକ୍ ଅର୍ଜନ କରିଛି। ଟସ୍ ଜିତି ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବୋଲିଂ କରିଥିଲେ। ଚେନ୍ନାଇ ସୁପର୍କିଙ୍ଗ୍ସ ପାୱାର […]
ଅହମଦାବାଦ: ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ ସହିତ ରୋମାଞ୍ଚଭରା ଉଦ୍ଘାଟନୀ ମ୍ୟାଚ୍ ସହିତ ଆରମ୍ଭ ହୋଇଛି ଆଇପିଏଲ୍ର ୧୬ତମ ସଂସ୍କରଣ। ପ୍ରଥମ ମ୍ୟାଚ୍ରେ ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସ ୫ ୱିକେଟ୍ରେ ୪ ଥର ବିଜେତା ଚେନ୍ନାଇ ସୁପର୍କିଙ୍ଗ୍ସକୁ ମାତ୍ ଦେଇଛି। ଏହି ବିଜୟ ଫଳରେ ଆଇପିଏଲ୍ରେ ଚେନ୍ନାଇ ସୁପର୍କିଙ୍ଗ୍ସ ବିପକ୍ଷରେ ଲଗାତାର ୩ ମ୍ୟାଚ୍ ଜିତି ଗୁଜରାଟ ଟାଇଟନ୍ସ ହ୍ୟାଟ୍ରିକ୍ ଅର୍ଜନ କରିଛି। ଟସ୍ ଜିତି ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବୋଲିଂ କରିଥିଲେ। ଚେନ୍ନାଇ ସୁପର୍କିଙ୍ଗ୍ସ ପାୱାର ପ୍ଲେ ଭିତରେ ୫ ୱିକେଟ୍ ହରାଇଥିଲା। କିନ୍ତୁ ଗୋଟିଏ ପଟରୁ ପ୍ରାରମ୍ଭିକ ବ୍ୟାଟର୍ ଋତୁରାଜ ଗାଏକ୍ବାଡ ଆକ୍ରମଣାତ୍ମକ ଖେଳିଚାଲିବା ସହ ମାତ୍ର ୨୩ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ୧୮ତମ ଓଭରରେ ଆଉଟ୍ ହେବା ବେଳକୁ ଗାଏକ୍ବାଡ ୫୦ ବଲ୍ରୁ ୯୨ ରନ୍ କରିଥିଲେ। ଶେଷ ଓଭରରେ ମହେନ୍ଦ୍ର ସିଂହ ଧୋନି ଲଗାତାର ବଲ୍ରେ ଛକା ଓ ଚୌକା ମାରି ଦଳକୁ ୧୭୮ ରନ୍ରେ ପହଞ୍ଚାଇ ଦେଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଟାଇଟନ୍ସ ୪ ବଲ୍ ବାକି ଥାଇ ମ୍ୟାଚ୍ ଜିତିଥିଲା। ଶୁବମନ ଗିଲ୍ ୩୬ ବଲ୍ରୁ ୬୩ ରନ୍ର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ। ତେବେ ରାହୁଲ ତେୱାଟିଆ ଫିନିସର ଭାବେ ଶେଷ ଦୁଇ ଓଭରରେ ବିସ୍ଫୋରକ ଖେଳି ଦଳକୁ ଜିତାଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ରସିଦ୍ ଖାନ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।




