ଆଇପିଏଲ୍‌ରେ ଋଷଭ ପନ୍ତ୍‌ଙ୍କ ସ୍ଥାନ ନେବେ ଅଭିଷେକ ପୋରେଲ୍

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଆହତ ହୋଇ କ୍ରିକେଟ୍‌ଠୁ ଦୂରରେ ଥିବା ୱିକେଟରକ୍ଷକ ବ୍ୟାଟର ଋଷଭ ପନ୍ତ୍‌ ଏଥର ଆଇପିଏଲ୍‌ରେ ଖେଳିବେନି। ତେଣୁ ତାଙ୍କ ସ୍ଥାନ କିଏ ପୂରଣ କରିବ ତାହା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚିନ୍ତାର କାରଣ ପାଲଟିଥିଲା। ତେବେ ବେଙ୍ଗଲ କ୍ରିକେଟର ଅଭିଷେକ ପୋରେଲ୍ଙ୍କୁ ଏହି ସ୍ଥାନ ପାଇଁ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ତେବେ ମୁମ୍ବାଇ ବ୍ୟାଟର ସରଫରାଜ ଖାନ୍‌ ଦିଲ୍ଲୀର ପ୍ରଥମ ପସନ୍ଦର ୱିକେଟ କିପର ଭାବେ ପ୍ରଥମରୁ କିଛି ମ୍ୟାଚ୍‌ ଖେଳିପାରନ୍ତି। ସେହିପରି […]

Samaya Live Picture
Published On

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଆହତ ହୋଇ କ୍ରିକେଟ୍‌ଠୁ ଦୂରରେ ଥିବା ୱିକେଟରକ୍ଷକ ବ୍ୟାଟର ଋଷଭ ପନ୍ତ୍‌ ଏଥର ଆଇପିଏଲ୍‌ରେ ଖେଳିବେନି। ତେଣୁ ତାଙ୍କ ସ୍ଥାନ କିଏ ପୂରଣ କରିବ ତାହା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚିନ୍ତାର କାରଣ ପାଲଟିଥିଲା। ତେବେ ବେଙ୍ଗଲ କ୍ରିକେଟର ଅଭିଷେକ ପୋରେଲ୍ଙ୍କୁ ଏହି ସ୍ଥାନ ପାଇଁ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ତେବେ ମୁମ୍ବାଇ ବ୍ୟାଟର ସରଫରାଜ ଖାନ୍‌ ଦିଲ୍ଲୀର ପ୍ରଥମ ପସନ୍ଦର ୱିକେଟ କିପର ଭାବେ ପ୍ରଥମରୁ କିଛି ମ୍ୟାଚ୍‌ ଖେଳିପାରନ୍ତି। ସେହିପରି ଫିଲ୍‌ ସଲ୍‌ଟ ମଧ୍ୟ ଏହି ଦୌଡ଼ରେ ଅନ୍ୟତମ ଦାବିଦାର ଅଛନ୍ତି। ହେଲେ ଦିଲ୍ଲୀର ଫିରୋଜ ଶାହା କୋଟଲା ପିଚ୍‌ରେ ସ୍ପିନରଙ୍କୁ ଖେଳିବାରେ ସଲ୍‌ଟଙ୍କୁ ସମସ୍ୟା ହୋଇପାରେ। ଦିଲ୍ଲୀ କ୍ୟାପିଟାଲ୍‌ସର ପ୍ରଥମ ଚୟନ ଶିବିର ବେଳେ ପୋରେଲ୍‌ଙ୍କ ସହ କର୍ଣ୍ଣାଟକର ଲଭନିଥ୍‌ ସିସୋଦିଆ ଓ ସୌରାଷ୍ଟ୍ରର ସେଲ୍‌ଡନ୍‌ ଜାକସନ୍‌ଙ୍କୁ ଡକରା ଆସିଥିଲା। ହେଲେ ଏମାନଙ୍କ ଭିତରୁ କେବଳ ପୋରେଲ୍‌ ହିଁ ଦଳରେ ସ୍ଥାନ ପାଇବାକୁ ଯୋଗ୍ୟ ସାବ୍ୟସ୍ଥ ହୋଇଥିଲେ। ଏପରିକି କ୍ୟାପିଟାଲ୍ସରେ ରେଳବାଇର ଦ୍ବିତୀୟ ୱିକେଟକିପର ବରିନ୍ଦର ବିବେକ୍‌ ଓ ଉପେନ୍ଦ୍ର ଯାଦବଙ୍କୁ ମଧ୍ୟ ନିଆଯାଇଛି। ଏମାନେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ହାର୍ଡ ହିଟର ଭାବେ ଜଣାଶୁଣା। କିନ୍ତୁ ଜାକ୍‌ସନ୍‌ଙ୍କ ବୟସ ଏବେ ୩୬ ବର୍ଷ ହୋଇଥିବାରୁ ଦଳର ଭବିଷ୍ୟତ ପାଇଁ ତାଙ୍କୁ ଏହି ଦାୟିତ୍ବ ଦିଆଯାଇନପାରେ। ସେହିପରି ବିବେକ ମଧ୍ୟ କେବଳ ଜଣେ ପାର୍ଟ ଟାଇମ୍‌ କିପର ହୋଇଥିବାରୁ ତାଙ୍କୁ ବି ସୁଯୋଗ ମିଳିବା ସମ୍ଭାବନା ଖୁବ୍‌ କମ୍। ତେଣୁ ଏସବୁକୁ ଦୃଷ୍ଟିରେ ରଖିଲେ ପୋରେଲ୍‌ ହିଁ ପନ୍ତ୍‌ଙ୍କ ସ୍ଥାନ ନେବା ପାଇଁ ଉପଯୁକ୍ତ ହୋଇପାରନ୍ତି।

Tags: