ଆଇପିଏଲ୍ରେ ଆଜି ରାଜସ୍ଥାନ-ଦିଲ୍ଲୀ, ଚେନ୍ନାଇ-ମୁମ୍ବାଇ ମୁକାବିଲା

ମୁମ୍ବାଇ: ଆଇପିଏଲ୍ରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ଗୌହାଟୀରେ୍ ଦିଲ୍ଲୀ କ୍ୟାପିଟାଲ୍ସ ସହ ରାଜସ୍ଥାନ ରୟାଲ୍ସ ଖେଳିବା ପରେ ରାତିରେ ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ଦ୍ବିତୀୟ ମ୍ୟାଚ ଖେଳିବେ। ଲଗାତାର ପରାଜୟ ବରଣ କରିଥିବାରୁ ୱାର୍ଣ୍ଣରଙ୍କ ଦଳ ଚାପରେ ରହିଛି। ପୃଥ୍ବୀ ସ’ ଏବଂ ସର୍ଫରାଜ ଖାନ୍ଙ୍କ ବିଫଳତା ଦିଲ୍ଲୀକୁ ଭଲ ଆରମ୍ଭ ଦେଇ ପାରିନଥିଲା। ରାଜସ୍ଥାନ ରୟାଲ୍ସ କିନ୍ତୁ ଏକମାତ୍ର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସଠାରୁ ମାତ୍ର ୫ […]

Samaya Live Picture
Published On

ମୁମ୍ବାଇ: ଆଇପିଏଲ୍ରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ଗୌହାଟୀରେ୍ ଦିଲ୍ଲୀ କ୍ୟାପିଟାଲ୍ସ ସହ ରାଜସ୍ଥାନ ରୟାଲ୍ସ ଖେଳିବା ପରେ ରାତିରେ ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ଦ୍ବିତୀୟ ମ୍ୟାଚ ଖେଳିବେ। ଲଗାତାର ପରାଜୟ ବରଣ କରିଥିବାରୁ ୱାର୍ଣ୍ଣରଙ୍କ ଦଳ ଚାପରେ ରହିଛି। ପୃଥ୍ବୀ ସ’ ଏବଂ ସର୍ଫରାଜ ଖାନ୍ଙ୍କ ବିଫଳତା ଦିଲ୍ଲୀକୁ ଭଲ ଆରମ୍ଭ ଦେଇ ପାରିନଥିଲା। ରାଜସ୍ଥାନ ରୟାଲ୍ସ କିନ୍ତୁ ଏକମାତ୍ର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସଠାରୁ ମାତ୍ର ୫ ରନ୍ରେ ହାରିଥିବାରୁ ମନୋବଳକୁ ଉଚ୍ଚରେ ରଖିଛି।

ରାତିରେ ଖେଳାଯିବାକୁ ଥିବା ମୁମ୍ବାଇ-ଚେନ୍ନାଇ ମୁକାବିଲା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ଅଧିକ ରହିବ। ୫ ଥର ବିଜେତା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ନିକଟରୁ ହାରିଥିବାରୁ ଚାପରେ ରହିଛି। ମହେନ୍ଦ୍ର ସିଂହ ଧୋନିଙ୍କ ସୁପର୍ କିଙ୍ଗ୍ସ ଉଦ୍ଘାଟନୀ ମ୍ୟାଚ୍ରେ ବିଜେତା ଗୁଜରାଟ ଜାଏଣ୍ଟସ୍ ନିକଟରୁ ହାରିଯାଇଥିଲେ ମଧ୍ୟ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍କୁ ପରାସ୍ତ କରି ପ୍ରତ୍ୟାବର୍ତନ କରିଛି। ଫଳରେ ଏହି ଦୁଇ ପୁରୁଣା ଦଳ ମଧ୍ୟରେ ଆଉ ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ବିଗତ ୧୫ ବର୍ଷ ମଧ୍ୟରେ ୧୩ଟି ସଂସ୍କରଣରେ ଏହି ଦୁଇ ଦଳ ପରସ୍ପର ସହ ୩୪ ଥର ଖେଳିଥିବା ବେଳେ ମୁମ୍ବାଇ ୨୦ ବିଜୟ ସହ ଆଗରେ ରହିଛି।

Tags: