ଆଇପିଏଲ୍‌ରେ ଆଜି ଗୁଜରାଟ ଟାଇଟନ୍ସ-ଚେନ୍ନାଇ ସୁପର୍ କିଙ୍ଗ୍ସ ଉଦ୍‌ଘାଟନୀ ମୁକାବିଲା

ଅହମଦାବାଦ: ଆଜିଠାରୁ ଭାରତର ସବୁଠୁ ଲୋକପ୍ରିୟ କ୍ରିକେଟ୍‌ ପ୍ରତିଯୋଗିତା ଆଇପିଏଲ୍ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ସହିତ ୪ ଥରର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗତବର୍ଷ ଖେଳାଯାଇଥିବା ଫାଇନାଲରେ ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍ସକୁ ପ୍ରଥମ ଥର ଖେଳୁଥିବା ଗୁଜରାଟ ଟାଇଟନ୍ସ ପରାସ୍ତ କରିଥିଲା। ଏବେ ପୁଣି ଥରେ ସେହିଠାରୁ ଆଇପିଏଲ୍‌ର ନୂଆ […]

Samaya Live Picture
Published On

ଅହମଦାବାଦ: ଆଜିଠାରୁ ଭାରତର ସବୁଠୁ ଲୋକପ୍ରିୟ କ୍ରିକେଟ୍‌ ପ୍ରତିଯୋଗିତା ଆଇପିଏଲ୍ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ସହିତ ୪ ଥରର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗତବର୍ଷ ଖେଳାଯାଇଥିବା ଫାଇନାଲରେ ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍ସକୁ ପ୍ରଥମ ଥର ଖେଳୁଥିବା ଗୁଜରାଟ ଟାଇଟନ୍ସ ପରାସ୍ତ କରିଥିଲା। ଏବେ ପୁଣି ଥରେ ସେହିଠାରୁ ଆଇପିଏଲ୍‌ର ନୂଆ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏବେ ହାର୍ଦିକ ପାଣ୍ଡ୍ୟାଙ୍କ ଆଗରେ ତାଙ୍କ ଅନ୍ୟତମ ଗୁରୁ ମହେନ୍ଦ୍ର ସିଂହ ଧୋନିଙ୍କ ଆହ୍ବାନରୁ ଅଭିଯାନ ଆରମ୍ଭ କରିବାର ସୁଯୋଗ ଆସିଛି। ଗତବର୍ଷ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ସ ମଧ୍ୟରେ ହୋଇଥିବା ଗୁରୁ-ଶିଷ୍ୟ ଲେଅଢେଇରେ ପାଣ୍ଡ୍ୟା ବାଜି ମାରିଥିଲେ। ଲିଗ୍‌ ପର୍ଯ୍ୟାୟରେ ଗୁଜରାଟ ୧୪ରୁ ୧୦ ଜିତି ଗ୍ରୁପ୍ ଟପ୍ପର ହେବା ସହ ଚାମ୍ପିଅନ୍ ହୋଇଥିଲା। ସିଏସ୍କେ କିନ୍ତୁ ୧୪ରୁ ୪ ଜିତି ୧୦ ଦଳ ମଧ୍ୟରେ ନବମରେ ରହି ଅଭିଯାନ ଶେଷ କରିଥିଲା। ଲିଗ୍ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ମଧ୍ୟ ପାଣ୍ଡ୍ୟାଙ୍କ ଦଳ ଜିତିଥିଲା। ଚେନ୍ନାଇ ଏଥର ଭାଗ୍ୟରେ ପରିବର୍ତନ କରିବାର ଆଶା ରଖିଛି।

Tags: