ଆଇପିଏଲ୍ରୁ ବାଦ୍ ପଡ଼ିଲେ ଏଲ୍ଏସ୍‌ଜିର ଶିବମ୍ ମାଭି

ବେଙ୍ଗାଲୁରୁ: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି) ଦ୍ରୁତ ବୋଲର ଶିବମ୍ ମାଭି ଆଇପିଏଲର ଅବଶିଷ୍ଟ ମ୍ୟାଚ୍ଗୁଡ଼ିକରୁ ବାଦ୍‌ ପଡ଼ିଛନ୍ତି। ପଞ୍ଜରା ହାଡ଼ରେ ଲାଗିଥିବା ଆଘାତରୁ ସେ ସୁସ୍ଥ ହୋଇପାରି ନାହାନ୍ତି। ଶିବମ୍ ୨୦୨୩ ଅଗଷ୍ଟରେ ଶେଷ ଥର ପାଇଁ ପେସାଦାର କ୍ରିକେଟ୍ ଖେଳିଥିଲେ। ସେତେବେଳେ ତାଙ୍କ ପଞ୍ଜରା ହାଡ଼ରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ଉତ୍ତରପ୍ରଦେଶରର ଘରୋଇ ମ୍ୟାଚ୍ଗୁଡ଼ିକରେ ଖେଳିପାରି ନଥିଲେ ସେ। ଶିବମ୍ ଭାରତ ପାଇଁ ୬ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ଗୁଜରାଟ ଟାଇଟନ୍ସ […]

Samaya Live Picture
Published On

ବେଙ୍ଗାଲୁରୁ: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି) ଦ୍ରୁତ ବୋଲର ଶିବମ୍ ମାଭି ଆଇପିଏଲର ଅବଶିଷ୍ଟ ମ୍ୟାଚ୍ଗୁଡ଼ିକରୁ ବାଦ୍‌ ପଡ଼ିଛନ୍ତି। ପଞ୍ଜରା ହାଡ଼ରେ ଲାଗିଥିବା ଆଘାତରୁ ସେ ସୁସ୍ଥ ହୋଇପାରି ନାହାନ୍ତି। ଶିବମ୍ ୨୦୨୩ ଅଗଷ୍ଟରେ ଶେଷ ଥର ପାଇଁ ପେସାଦାର କ୍ରିକେଟ୍ ଖେଳିଥିଲେ। ସେତେବେଳେ ତାଙ୍କ ପଞ୍ଜରା ହାଡ଼ରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ଉତ୍ତରପ୍ରଦେଶରର ଘରୋଇ ମ୍ୟାଚ୍ଗୁଡ଼ିକରେ ଖେଳିପାରି ନଥିଲେ ସେ। ଶିବମ୍ ଭାରତ ପାଇଁ ୬ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ଗୁଜରାଟ ଟାଇଟନ୍ସ ପାଇଁ ୨୦୨୩ରେ ଗୋଟିଏ ବି ମ୍ୟାଚ୍ ଖେଳିପାରି ନଥିଲେ। ଗତ ଖେଳାଳି ନିଲାମରେ ଏଲ୍ଏସ୍ଜି ତାଙ୍କୁ ୬.୪ କୋଟି ଟଙ୍କାରେ କିଣିଥିଲା।

Tags: