ଆଇପିଏଲ୍ରୁ ଅବସର ନେବା ନେଇ ସଙ୍କେତ ଦେଲେ ଧୋନି

ଚେନ୍ନାଇ : ଢେର କିଛି ବର୍ଷର ଆଲୋଚନା ପରେ କ୍ରିକେଟ୍ କିଂବଦନ୍ତି ମହେନ୍ଦ୍ର ସିଂହ ଧୋନି ତାଙ୍କ ଆଇପିଏଲ୍ ଅବସର ସମ୍ପର୍କରେ ମୁହଁ ଖୋଲିଛନ୍ତି। ସ୍ପଷ୍ଟ ଭାବେ କହିନଥିଲେ ମଧ୍ୟ ଧୋନି ସଙ୍କେତ ଦେଇ କହିଛନ୍ତି ଯେ, ‘ଏହା ମୋ ଖେଳ ଜୀବନର ଶେଷ ପର୍ଯ୍ୟାୟ’। ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଚେନ୍ନାଇ ସୁପର୍ କିଙ୍ଗ୍ସ ବିଜୟ ପରେ ଏହି ପୂର୍ବତନ ଭାରତୀୟ ଅଧିନାୟକ ଏଭଳି ସୂଚନା ଦେଇ ନିଜ ପ୍ରଶଂସକଙ୍କୁ ଦ୍ବନ୍ଦ୍ବରେ ପକାଇଛନ୍ତି। ଡେଭନ୍ କନୱେଙ୍କ ଆକର୍ଷଣୀୟ […]

Samaya Live Picture
Published On

ଚେନ୍ନାଇ : ଢେର କିଛି ବର୍ଷର ଆଲୋଚନା ପରେ କ୍ରିକେଟ୍ କିଂବଦନ୍ତି ମହେନ୍ଦ୍ର ସିଂହ ଧୋନି ତାଙ୍କ ଆଇପିଏଲ୍ ଅବସର ସମ୍ପର୍କରେ ମୁହଁ ଖୋଲିଛନ୍ତି। ସ୍ପଷ୍ଟ ଭାବେ କହିନଥିଲେ ମଧ୍ୟ ଧୋନି ସଙ୍କେତ ଦେଇ କହିଛନ୍ତି ଯେ, ‘ଏହା ମୋ ଖେଳ ଜୀବନର ଶେଷ ପର୍ଯ୍ୟାୟ’। ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଚେନ୍ନାଇ ସୁପର୍ କିଙ୍ଗ୍ସ ବିଜୟ ପରେ ଏହି ପୂର୍ବତନ ଭାରତୀୟ ଅଧିନାୟକ ଏଭଳି ସୂଚନା ଦେଇ ନିଜ ପ୍ରଶଂସକଙ୍କୁ ଦ୍ବନ୍ଦ୍ବରେ ପକାଇଛନ୍ତି। ଡେଭନ୍ କନୱେଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ରବୀନ୍ଦ୍ର ଜାଦେଜାଙ୍କ ୩ ୱିକେଟ୍ ଦଖଲ ପରେ ଚେନ୍ନାଇ ସୁପର୍ କିଙ୍ଗ୍ସ ୧୩୫ ରନ୍ ଲକ୍ଷ୍ୟକୁ ୮ ବଲ୍ ପୂର୍ବରୁ ହାସଲ କରିଥିଲା। ‘ଦୁଇ ବର୍ଷ ପରେ ପ୍ରଶଂସକମାନେ ଏଠାକୁ (ଚେନ୍ନାଇ) ଆସିବାର ସୁଯୋଗ ପାଇଲେ ଏବଂ ଆମ ଖେଳ ଦେଖିଲେ। ଏହା ଆମକୁ ଭଲ ଅନୁଭବ ଦେଇଛି। ଦର୍ଶକମାନେ ଆମକୁ ଅତି ଭଲ ପାଇବା ଓ ଶ୍ରଦ୍ଧା ଦେଇଛନ୍ତି। ମୁଁ ଏବେ ସବୁ କିଛି କହି ସାରିଛି ଏବଂ କରିସାରିଛି। ଖେଳ ଜୀବନର ଶେଷ ପର୍ଯ୍ୟାୟରେ ଅଛି ଏବଂ ଯଥା ସମ୍ଭବ ଲମ୍ବା ଖେଳିଛି’ ବୋଲି ଧୋନି ପ୍ରକାଶ କରିଛନ୍ତି। ଧୋନି ୨୦୧୪ରେ ଟେଷ୍ଟ୍ କ୍ରିକେଟ୍ ଛାଡ଼ିବା ପରେ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଥିଲେ। ୪୧ ବର୍ଷୀୟ ଧୋନି ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୪ ଥର ଆଇପିଏଲ୍ ବିଜେତା କରିଥିବା ବେଳେ ଗତ ସପ୍ତାହରେ ଏହି ଦଳକୁ ୨୦୦ ଥର ନେତୃତ୍ବ ଦେବାର ମାଇଲଖୁଣ୍ଟ ଟପିଥିଲେ। ମୋଟ ଉପରେ ଆଇପିଏଲ୍ରେ ୨୪୦ ମ୍ୟାଚ୍ ଖେଳିଛନ୍ତି।

Tags: