ଆଇପିଏଲ୍ରୁ ଅବସର ଘୋଷଣା କଲେ ଅମ୍ବାତି ରାୟୁଡ଼ୁ
ଅହମଦାବାଦ: ଗୁଜରାଟ ଜାଏଣ୍ଟସ୍ ବିପକ୍ଷ ଆଇପିଏଲ୍ ଫାଇନାଲ୍ର କିଛି ସମୟ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟର୍ ଅମ୍ବାତି ରାୟୁଡ଼ୁ ଅବସର ଘୋଷଣା କରିଛନ୍ତି। ରାୟୁଡ଼ୁ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଥିଲେ ଯେ, ୨ ମହାନ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ, ୨୦୪ ମ୍ୟାଚ୍, ୧୪ ଋତୁ, ୧୧ ପ୍ଲେଅଫ୍, ୮ ଫାଇନାଲ୍ସ, ୫ ଟ୍ରଫି। ବିଶ୍ବାସ ରହିଛି ରାତିରେ ଷଷ୍ଠ ହେବ। ଏହା ଏକ ବଡ଼ ଯାତ୍ରା […]
ଅହମଦାବାଦ: ଗୁଜରାଟ ଜାଏଣ୍ଟସ୍ ବିପକ୍ଷ ଆଇପିଏଲ୍ ଫାଇନାଲ୍ର କିଛି ସମୟ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟର୍ ଅମ୍ବାତି ରାୟୁଡ଼ୁ ଅବସର ଘୋଷଣା କରିଛନ୍ତି। ରାୟୁଡ଼ୁ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଥିଲେ ଯେ, ୨ ମହାନ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ, ୨୦୪ ମ୍ୟାଚ୍, ୧୪ ଋତୁ, ୧୧ ପ୍ଲେଅଫ୍, ୮ ଫାଇନାଲ୍ସ, ୫ ଟ୍ରଫି। ବିଶ୍ବାସ ରହିଛି ରାତିରେ ଷଷ୍ଠ ହେବ। ଏହା ଏକ ବଡ଼ ଯାତ୍ରା ଥିଲା। ମୁଁ ନିଷ୍ପତ୍ତି ନେଇଛି ଏହି ରାତିର ଫାଇନାଲ୍ ମୋର ଶେଷ ଆଇପିଏଲ୍ ମ୍ୟାଚ୍ ହେବାକୁ ଯାଉଛି। ଏହି ବଡ଼ ପ୍ରତିଯୋଗିତାକୁ ବହୁତ ଉପଭୋଗ କରିଛି। ସମସ୍ତଙ୍କୁ ଧନ୍ୟବାଦ। ଆଉ ନିଷ୍ପତ୍ତି ବଦଳାଇବି ନାହିଁ। ବୋଲି ଟ୍ବିଟର୍ରେ ପୋଷ୍ଟ କରିଛନ୍ତି। ରାୟୁଡ଼ୁ ୨୦୩ ଆଇପିଏଲ୍ ମ୍ୟାଚ୍ରେ ୨୮.୨୯ ହାରାହାରିରେ ୪୩୨୯ ରନ୍ କରିଛନ୍ତି। ଏଥିରେ ୨୨ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ରହିଛି। ଚଳିତ ଋତୁରେ ପ୍ରାୟତଃ ଇମ୍ପାକ୍ଟ ଖେଳାଳି ଭାବେ ପଡ଼ିଆକୁ ଆସିଥିବା ରାୟୁଡ଼ୁ ୧୫ ମ୍ୟାଚ୍ ଖେଳି ୧୫.୪୪ ହାରାହାରିରେ ୧୩୯ ରନ୍ କରିଛନ୍ତି। ୩୭ ରାୟୁଡ଼ୁ ୫ ଥର ଆଇପିଏଲ୍ ବିଜେତା ଦଳର ସଦସ୍ୟ ରହିଥିଲେ। ଏଥିରେ ମୁମ୍ବାଇ ପକ୍ଷରୁ ୩ (୨୦୧୩, ୨୦୧୫, ୨୦୧୭) ଥର ଏବଂ ଚେନ୍ନାଇ ପକ୍ଷରୁ ୨ (୨୦୧୮, ୨୦୨୧) ଥର ରହିଛି। ଗତ ସଂସ୍କରଣ ବେଳେ ସେ ମଧ୍ୟ ଅବସର ଘୋଷଣା କରିଥିଲେ। ହେଲେ ଏହି ନିଷ୍ପତ୍ତି ବଦଳାଇ ସେ ପୁଣି ଆଇପିଏଲ୍କୁ ଫେରିଥିଲେ। ୨୦୧୯ରେ ରାୟୁଡ଼ୁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ। ଭାରତ ପକ୍ଷରୁ ସେ ୫୫ ଦିନିକିଆ ଖେଳି ୩ ଶତକ ଓ ୧୦ ଅର୍ଦ୍ଧଶତକ ସହ ୪୭.୦୬ ହାରରେ ୧୬୯୪ ରନ୍ କରିଛନ୍ତି। ଟ୍ବେଣ୍ଟି-୨୦ରେ ୫ ମ୍ୟାଚ୍ ଖେଳି ୧୦.୫ ହାରରେ ୪୨ ରନ୍ କରିଛନ୍ତି।




