ଆଇପିଏଲରେ ୧୦୦ ୱିକେଟ୍ ନେବାରେ ରବାଡ଼ା ଦ୍ରୁତତମ
ନୂଆଦିଲ୍ଲୀ: ମୋହାଲିରେ ଖେଳାଯାଇଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ ଅବସରରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳିଥିବା କାଗିସୋ ରବାଡ଼ା ଆଇପିଏଲ୍ ରେକର୍ଡ କରିଛନ୍ତି। ଟାଇଟନ୍ସର ରିଦ୍ଧିମାନ ଶାହାଙ୍କୁ ଆଉଟ୍ କରି ସେ ଆଇପିଏଲ୍ରେ ୧୦୦ତମ ୱିକେଟ୍ ପୂରଣ କରିଥିଲେ। ମାତ୍ର ୬୪ ମ୍ୟାଚ୍ ଏବଂ ୧୪୩୮ ବଲ୍ ବୋଲିଂ କରିବା ପରେ ରବାଡ଼ା ଏହି ମାଇଲଖୁଣ୍ଟ ଛୁଇଁଥିଲେ। ରବାଡ଼ାଙ୍କ ପୂର୍ବରୁ ଲସିଥ୍ ମାଲିଙ୍ଗା ସବଠୁ ଦ୍ରୁତତମ ୧୦୦ ୱିକେଟ୍ ହାସଲକାରୀ ଥିଲେ। ମାଲିଙ୍ଗା ୭୦ ମ୍ୟାଚ୍ ଏବଂ […]
ନୂଆଦିଲ୍ଲୀ: ମୋହାଲିରେ ଖେଳାଯାଇଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ ଅବସରରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳିଥିବା କାଗିସୋ ରବାଡ଼ା ଆଇପିଏଲ୍ ରେକର୍ଡ କରିଛନ୍ତି। ଟାଇଟନ୍ସର ରିଦ୍ଧିମାନ ଶାହାଙ୍କୁ ଆଉଟ୍ କରି ସେ ଆଇପିଏଲ୍ରେ ୧୦୦ତମ ୱିକେଟ୍ ପୂରଣ କରିଥିଲେ। ମାତ୍ର ୬୪ ମ୍ୟାଚ୍ ଏବଂ ୧୪୩୮ ବଲ୍ ବୋଲିଂ କରିବା ପରେ ରବାଡ଼ା ଏହି ମାଇଲଖୁଣ୍ଟ ଛୁଇଁଥିଲେ। ରବାଡ଼ାଙ୍କ ପୂର୍ବରୁ ଲସିଥ୍ ମାଲିଙ୍ଗା ସବଠୁ ଦ୍ରୁତତମ ୧୦୦ ୱିକେଟ୍ ହାସଲକାରୀ ଥିଲେ। ମାଲିଙ୍ଗା ୭୦ ମ୍ୟାଚ୍ ଏବଂ ୧୬୨୨ ବଲ୍ ବୋଲିଂ କରି ୧୦୦ ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ଏହି ତାଲିକାରେ ହର୍ଷଲ ପଟେଲ ତୃତୀୟ ସ୍ଥାନରେ ରହିଛନ୍ତି। ସେ ୮୧ ମ୍ୟାଚ୍ ଓ ୧୬୮୭ ବଲ୍ ବୋଲିଂ କରି ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ।




