ଆଇପିଏଲରେ ଖେଳିବେନି ଇଂଲଣ୍ଡ ତାରକା ବେନ୍ ଷ୍ଟୋକ୍ସ
ଚେନ୍ନାଇ: ଇଂଲଣ୍ଡ ଅଲ୍ରାଉଣ୍ଡର୍ ବେନ୍ ଷ୍ଟୋକ୍ସ ଆଗାମୀ ଆଇପିଏଲ୍ ଋତୁରେ ଖେଳିବେ ନାହିଁ। ଭାରତରେ ୫ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳା ଖେଳିବା ଏବଂ ୨୦୨୪ ମସିହାର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ନଜରରେ ରଖି ସେ ନିଜ ଶାରୀରିକ ଓ ମାନସିକ ସୁସ୍ଥତାକୁ ଗୁରୁତ୍ବ ଦେଇଛନ୍ତିତ। ଏହି ବିଷୟରେ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର୍ କିଙ୍ଗ୍ସ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦେଇଛି। ନିଜ ଫିଟନେସ୍କୁ ବଜାୟ ରଖିବା ତଥା କାର୍ଯ୍ୟଭାର ଉପରୁ ଚାପ ହଟାଇବା ଲାଗି […]
ଚେନ୍ନାଇ: ଇଂଲଣ୍ଡ ଅଲ୍ରାଉଣ୍ଡର୍ ବେନ୍ ଷ୍ଟୋକ୍ସ ଆଗାମୀ ଆଇପିଏଲ୍ ଋତୁରେ ଖେଳିବେ ନାହିଁ। ଭାରତରେ ୫ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳା ଖେଳିବା ଏବଂ ୨୦୨୪ ମସିହାର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ନଜରରେ ରଖି ସେ ନିଜ ଶାରୀରିକ ଓ ମାନସିକ ସୁସ୍ଥତାକୁ ଗୁରୁତ୍ବ ଦେଇଛନ୍ତିତ। ଏହି ବିଷୟରେ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର୍ କିଙ୍ଗ୍ସ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦେଇଛି। ନିଜ ଫିଟନେସ୍କୁ ବଜାୟ ରଖିବା ତଥା କାର୍ଯ୍ୟଭାର ଉପରୁ ଚାପ ହଟାଇବା ଲାଗି ସେ ନିଜେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ବେନ୍ ଷ୍ଟୋକ୍ସ ଚେନ୍ନାଇ ସୁପର୍ କିଙ୍ଗ୍ସରେ ଯୋଗ ଦେଇଥିବାବେଳେ ଧୋନିଙ୍କ ଦଳ ବିଜେତା ହୋଇଥିଲା। ଷ୍ଟୋକ୍ସଙ୍କ ନିଷ୍ପତ୍ତିକୁ ଚେନ୍ନାଇ ସୁପର୍ କିଙ୍ଗ୍ସ ମଧ୍ୟ ସମର୍ଥନ କରିଛି।




