ଆଇପିଏଲ‌ରେ ଆଜି ଲକ୍ଷ୍ନୌ-ଗୁଜରାଟ, ମୁମ୍ବାଇ-ପଞ୍ଜାବ ମୁକାବିଲା

ଲକ୍ଷ୍ନୌ/ମୁମ୍ବାଇ : ଚଳିତ ଆଇପିଏଲ୍ରେ ଶନିବାର ଡବଲ ହେଡର ମ୍ୟାଚ୍ ଖେଳାଯିବ ହେବ। ଅପରାହ୍ଣ ମୁକାବିଲାରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ ଗୁଜରାଟ ଟାଇଟନ୍ସ ମଧ୍ୟରେ ଏବଂ ରାତିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପର ସହିତ ପ୍ରତିଦ୍ବନ୍ଦ୍ବିତା କରିବେ। କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ ବିଜୟଧାରା ଜାରି ରଖିବାକୁ ଆଗ୍ରହୀ ରହିଥିବା ବେଳେ ଅସ୍ଥିର ପ୍ରଦର୍ଶନ ଭିତରେ ଗତି କରିଥିବା ହାର୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଶୀର୍ଷକୁ ଫେରିବା ଆଶା ରଖିଛି। ଲକ୍ଷ୍ନୌ […]

Samaya Live Picture
Published On

ଲକ୍ଷ୍ନୌ/ମୁମ୍ବାଇ : ଚଳିତ ଆଇପିଏଲ୍ରେ ଶନିବାର ଡବଲ ହେଡର ମ୍ୟାଚ୍ ଖେଳାଯିବ ହେବ। ଅପରାହ୍ଣ ମୁକାବିଲାରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ ଗୁଜରାଟ ଟାଇଟନ୍ସ ମଧ୍ୟରେ ଏବଂ ରାତିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପର ସହିତ ପ୍ରତିଦ୍ବନ୍ଦ୍ବିତା କରିବେ। କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ ବିଜୟଧାରା ଜାରି ରଖିବାକୁ ଆଗ୍ରହୀ ରହିଥିବା ବେଳେ ଅସ୍ଥିର ପ୍ରଦର୍ଶନ ଭିତରେ ଗତି କରିଥିବା ହାର୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଶୀର୍ଷକୁ ଫେରିବା ଆଶା ରଖିଛି। ଲକ୍ଷ୍ନୌ ୬ ମ୍ୟାଚ୍ରୁ ୪ ଜିତି ୮ ପଏଣ୍ଟ ପାଇଥିବା ବେଳେ ଗୁଜରାଟ ୫ରୁ ୩ ଜିତିଛି। ଗତ ମ୍ୟାଚ୍ରେ ଟେବୁଲ୍ର ଶୀର୍ଷରେ ଥିବା ରାଜସ୍ଥାନ ରୟାଲ୍ସକୁ ୧୦ ରନ୍ରେ ପରାସ୍ତ କରିଥିବାରୁ ଲକ୍ଷ୍ନୌର ଆତ୍ମବିଶ୍ବାସ ଉଚ୍ଚରେ ରହିଛି। ଅନ୍ୟପକ୍ଷରେ ଗତ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସଠାରୁ ୩ ୱିକେଟ୍ରେ ପରାସ୍ତ ହୋଇଥିବା ଟାଇଟନ୍ସ ନିଶ୍ଚିତ ବିଜୟ ଆଶାରେ ରହିବ। ମହମ୍ମଦ ସାମି ଭଲ ବୋଲିଂ କରୁଥିଲେ ମଧ୍ୟ ଅଲ୍ଜେରି ଯୋଶେଫ ଓ ଜୋସ ଲିଟଲଙ୍କଠାରୁ ଅଧିକ ଭଲ ଆଶା କରାଯାଉଛି। ବୋଲିଂରେ ହାର୍ଦିକ ପାଣ୍ଡ୍ୟା ସେତେଟା ଭଲ କରିପାରିନାହାନ୍ତି। ମାତ୍ର ୨ଟି ମ୍ୟାଚ୍ ଖେଳି ମୋହିଲତ ଶର୍ମା ଭଲ କରିଛନ୍ତି। ସ୍ପିନ୍ ବିଭାଗରେ ରସିଦ୍ ଖାନ୍ ଦଳର ନେତୃତ୍ବ ନେଉଛନ୍ତି। ଗତ ଋତୁରେ ଉଭୟ ଥର ଲକ୍ଷ୍ନୌ ସୁପର୍ ଜାଏଣ୍ଟସକୁ ପରାସ୍ତ କରିଥିବାରୁ ଶନିବାର ନିଶ୍ଚିତ ସାମାନ୍ୟ ମନସ୍ତାତ୍ତ୍ବିକ ଫାଇଦାରେ ରହିବ ଟାଇଟନ୍ସ।

ପଞ୍ଜାବ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ନିଶ୍ଚିତ ଦାବିଦାର ରହିଛି। ଐତିହାସିକ ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏହି ମୁକାବିଲାକୁ ଜିତି ରୋହିତ ଶର୍ମାଙ୍କ ଦଳ ଶୀର୍ଷ ୪ ଭିତରକୁ ପ୍ରବେଶ କରିବାକୁ ଚାହିଁବ। ପ୍ରଥମ ଦୁଇ ମ୍ୟାଚ୍ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ୩ ବିଜୟ ହାସଲ କରିଛି। ଗତ ୩ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଦଳ ହ୍ୟାଟ୍ରିକ୍ ବିଜୟ ପାଇଛି। ରୋହିତ ଶର୍ମା-ଈଶାନ କିଶନଙ୍କ ପ୍ରାରମ୍ଭିକ ଯୋଡ଼ି ଭଲ କରୁଥିବାରୁ ଦଳର ବ୍ୟାଟିଂ ବିସ୍ଫୋରଣ ପଞ୍ଜାବ ବୋଲରଙ୍କ ପାଇଁ ଚିନ୍ତାର କାରଣ ହେବ। ପଞ୍ଜାବ କିଙ୍ଗ୍ସ କିନ୍ତୁ ଏହାର ନିୟମିତ ଅଧିନାୟକ ଶିଖର ଧାୱନଙ୍କ ବିନା ଖେଳୁଥିବାରୁ ଚାପରେ ରହିଛି। ପ୍ରଭସିମ୍ରନ ସିଂହ ଭଲ ଖେଳୁଥିଲେ ମଧ୍ୟ ୩ ଓଭରସିଜ୍ ଖେଳାଳି ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍, ମାଥ୍ୟୁ ସର୍ଟ, ସାମ କରନ୍ଙ୍କଠାରୁ ପ୍ରଭାବୀ ପାଳି ମିଳୁନଥିବାରୁ ପଞ୍ଜାବ କିଙ୍ଗ୍ସ ଅସ୍ଥିର ପ୍ରଦର୍ଶନ ଭିତରେ ରହିଛି। ଅର୍ଶଦୀପ ସିଂହ, କାଗିସୋ ରବାଦା, କାମଳଚା ଅଧିନାୟକ ସାମ କରନ୍ଙ୍କ ଉପରେ ନିର୍ଭର କରିବ ପଞ୍ଜାବ କିଙ୍ଗ୍ସ।

Tags: