ଆଇଡବ୍ଲ୍ୟୁଏଫ୍ ବିଶ୍ବକପ୍ରୁ ମୀରାବାଇଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଭାରୋତ୍ତୋଳିକା ମୀରାବାଇ ଚାନୁ ଆସନ୍ତା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସୋମବାର ଶେଷ ହୋଇଥିବା ଆଇଡବ୍ଲ୍ୟୁଏଫ୍ ବିଶ୍ବକପ୍ର ୪୯ କେଜି ଗ୍ରୁପ୍ ବି’ରେ ଚାନୁ ତୃତୀୟ ସ୍ଥାନରେ ରହି ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ୬ ମାସ ପରେ ଆହତରୁ ଫେରିଥିବା ଚାନୁ କ୍ଲିନ୍ ଓ ଜର୍କରେ ମୋଟ୍ ୧୮୪ କେଜି (୮୧ କେଜି+୧୦୩ କେଜି) ଉତ୍ତୋଳନ କରିଥିଲେ। ଏହି ସଫଳତା ପରେ ଚାନୁ ମହିଳା […]
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଭାରୋତ୍ତୋଳିକା ମୀରାବାଇ ଚାନୁ ଆସନ୍ତା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସୋମବାର ଶେଷ ହୋଇଥିବା ଆଇଡବ୍ଲ୍ୟୁଏଫ୍ ବିଶ୍ବକପ୍ର ୪୯ କେଜି ଗ୍ରୁପ୍ ବି’ରେ ଚାନୁ ତୃତୀୟ ସ୍ଥାନରେ ରହି ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ୬ ମାସ ପରେ ଆହତରୁ ଫେରିଥିବା ଚାନୁ କ୍ଲିନ୍ ଓ ଜର୍କରେ ମୋଟ୍ ୧୮୪ କେଜି (୮୧ କେଜି+୧୦୩ କେଜି) ଉତ୍ତୋଳନ କରିଥିଲେ। ଏହି ସଫଳତା ପରେ ଚାନୁ ମହିଳା ୪୯ କେଜି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମାନ୍ୟତାରେ ଚୀନ୍ର ଜିଆନ୍ ହୁଇହୁଆଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି। ତେବେ ଅଲିମ୍ପିକ୍ସ ଯୋଗ୍ୟତା ସମ୍ପର୍କରେ ବିଶ୍ବକପ୍ ପରେ ଔପଚାରିକ ଘୋଷଣା କରାଯିବ। ପ୍ରତ୍ୟେକ ଓଜନ ବର୍ଗରୁ ଶ୍ରେଷ୍ଠ ୧୦ ଜଣ ପ୍ୟାରିସ୍ ଯୋଗ୍ୟତା ହାସଲ କରିବେ। ବର୍ତ୍ତମାନ ସୁଦ୍ଧା ଚାନୁ ଏକମାତ୍ର ଭାରତୀୟ ଭାରୋତ୍ତୋଳିକା ଭାବେ ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ପାଇଛନ୍ତି। ଏହା ଚାନୁଙ୍କର ତୃତୀୟ ଅଲିମ୍ପିକ୍ସ ହେବାକୁ ଯାଉଛି।




