ଅହମଦାବାଦରେ ହୋଇପାରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ବିଶ୍ବକପ୍ ଉଦ୍ଘାଟନୀ ମୁକାବିଲା
ନୂଆଦିଲ୍ଲୀ: ଭାରତ ଆୟୋଜନ କରିବାକୁ ଯାଉଥିବା ଚଳିତ ବର୍ଷର ଦିନିକିଆ ବିଶ୍ବକପର ପୂର୍ଣ୍ଣାଙ୍ଗ ସୂଚୀ ଘୋଷଣା ହୋଇନି। କିନ୍ତୁ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି, ଆୟୋଜକ ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ରହିବ। ଉଭୟ ଦଳ ଚେନ୍ନାଇରେ ମୁହାଁମୁହିଁ ହେବେ। ସେହିପରି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଭାରତର ମୁକାବିଲା ଅକ୍ଟୋବର ୧୫ ତାରିଖରେ ଖେଳାଯାଇପାରେ। ତେବେ ବିଶ୍ବକପ୍ର ଉଦ୍ଘାଟନୀ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଅହମଦାବାଦରେ ଅକ୍ଟୋବର ୫ ତାରିଖରେ ଖେଳାଯାଇପାରେ ବୋଲି ଏହି […]
ନୂଆଦିଲ୍ଲୀ: ଭାରତ ଆୟୋଜନ କରିବାକୁ ଯାଉଥିବା ଚଳିତ ବର୍ଷର ଦିନିକିଆ ବିଶ୍ବକପର ପୂର୍ଣ୍ଣାଙ୍ଗ ସୂଚୀ ଘୋଷଣା ହୋଇନି। କିନ୍ତୁ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି, ଆୟୋଜକ ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ରହିବ। ଉଭୟ ଦଳ ଚେନ୍ନାଇରେ ମୁହାଁମୁହିଁ ହେବେ। ସେହିପରି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଭାରତର ମୁକାବିଲା ଅକ୍ଟୋବର ୧୫ ତାରିଖରେ ଖେଳାଯାଇପାରେ। ତେବେ ବିଶ୍ବକପ୍ର ଉଦ୍ଘାଟନୀ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଅହମଦାବାଦରେ ଅକ୍ଟୋବର ୫ ତାରିଖରେ ଖେଳାଯାଇପାରେ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି। ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ନଭେମ୍ବର ୧୯ ତାରିଖ ଦିନ ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଯଦି ତାଙ୍କ ଦଳ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୁଏ ତାହାଲେ ଅହମଦାବାଦରେ ଫାଇନାଲ୍ ଖେଳିବାକୁ ପାକିସ୍ତାନ ରାଜି ବୋଲି ପିସିବି କହିଛି। ତେଣୁ ପ୍ରସ୍ତାବିତ ସୂଚୀ ଅନୁଯାୟୀ ଅହମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ପାକିସ୍ତାନ ମ୍ୟାଚ୍ ଖେଳିପାରେ।




