ଅହମଦାବାଦରେ ଖେଳାଯିବ ଆଇପିଏଲ୍ ଫାଇନାଲ୍

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ର ପ୍ଲେଅଫ୍ ଏବଂ ଫାଇନାଲ୍ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଛି ବିସିସିଆଇ । ମେ’ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଓ ଅହମଦାବାଦରେ ପ୍ଲେ ଅଫ୍ ଓ ଫାଇନାଲ୍ ଖେଳାଯିବ। ଆଇପିଏଲ୍ର ପ୍ରଥମ କ୍ୱାଲିଫାୟର ଓ ଏଲିମିନେଟର ଯଥାକ୍ରମେ ମେ ୨୩ ଓ ୨୪ ତାରିଖରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଦ୍ୱିତୀୟ କ୍ୱାଲିଫାୟର ମେ ୨୬ରେ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। […]

Samaya Live Picture
Published On

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ର ପ୍ଲେଅଫ୍ ଏବଂ ଫାଇନାଲ୍ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଛି ବିସିସିଆଇ । ମେ’ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଓ ଅହମଦାବାଦରେ ପ୍ଲେ ଅଫ୍ ଓ ଫାଇନାଲ୍ ଖେଳାଯିବ। ଆଇପିଏଲ୍ର ପ୍ରଥମ କ୍ୱାଲିଫାୟର ଓ ଏଲିମିନେଟର ଯଥାକ୍ରମେ ମେ ୨୩ ଓ ୨୪ ତାରିଖରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଦ୍ୱିତୀୟ କ୍ୱାଲିଫାୟର ମେ ୨୬ରେ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ସେହିପରି ଟୁର୍ଣ୍ଣାମେଣ୍ଟର ଫାଇନାଲ ମେ ୨୮ ତାରିଖରେ ସେହି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଗତ ସଂସ୍କରଣରେ ଫାଇନାଲ୍ ମ୍ୟାଚ୍ ମଧ୍ୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ବେଳେ ସେଥିରେ ଗୁଜୁରାଟ ଟାଇଟନ୍ସ ଚାମ୍ପିଅନ୍ ହୋଇଥିଲା।

Tags: