ଅସେସ୍ ଶୃଙ୍ଖଳାରୁ ନାଥନ୍ ଲାୟନ୍ ବାଦ୍

ଲଣ୍ଡନ: ଆହତ ଯୋଗୁଁ ଅଷ୍ଟ୍ରେଲିଆ ସ୍ପିନର ନାଥନ ଲାୟନ ଆସେସ୍ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ଅଷ୍ଟ୍ରେଲିଆ ପାଇଁ ଲଗାତାର ୧୦୦ ଟେଷ୍ଟ ଖେଳିଥିବା ୩୬ ବର୍ଷୀୟ ଲାୟନ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚ୍ର ଦ୍ବିତୀୟ ଦିନରେ ଫିଲ୍ଡିଂ କରୁଥିଲା ବେଳେ ତାଙ୍କ ଡାହାଣ ଗୋଡ଼ ମାଂସପେଶୀରେ ଆଘାତ ଲାଗିଥିଲା। ଏଥିପାଇଁ ସେ ସଙ୍ଗେ ସଙ୍ଗେ ପଡ଼ିଆ ଛାଡ଼ିଥିଲେ ଏବଂ ଆଉ ବୋଲିଂ କରିନଥିଲେ। କିନ୍ତୁ ଦ୍ବିତୀୟ ପାଳିରେ ସେ ବ୍ୟାଟିଂକୁ ଆସିଥିଲେ। ତୃତୀୟ ଟେଷ୍ଟରେ ତାଙ୍କ ସ୍ଥାନ […]

Samaya Live Picture
Published On

ଲଣ୍ଡନ: ଆହତ ଯୋଗୁଁ ଅଷ୍ଟ୍ରେଲିଆ ସ୍ପିନର ନାଥନ ଲାୟନ ଆସେସ୍ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ଅଷ୍ଟ୍ରେଲିଆ ପାଇଁ ଲଗାତାର ୧୦୦ ଟେଷ୍ଟ ଖେଳିଥିବା ୩୬ ବର୍ଷୀୟ ଲାୟନ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚ୍ର ଦ୍ବିତୀୟ ଦିନରେ ଫିଲ୍ଡିଂ କରୁଥିଲା ବେଳେ ତାଙ୍କ ଡାହାଣ ଗୋଡ଼ ମାଂସପେଶୀରେ ଆଘାତ ଲାଗିଥିଲା। ଏଥିପାଇଁ ସେ ସଙ୍ଗେ ସଙ୍ଗେ ପଡ଼ିଆ ଛାଡ଼ିଥିଲେ ଏବଂ ଆଉ ବୋଲିଂ କରିନଥିଲେ। କିନ୍ତୁ ଦ୍ବିତୀୟ ପାଳିରେ ସେ ବ୍ୟାଟିଂକୁ ଆସିଥିଲେ। ତୃତୀୟ ଟେଷ୍ଟରେ ତାଙ୍କ ସ୍ଥାନ ଅଫ୍ ସ୍ପିନର ଟଡ ମର୍ଫି ନେବାର ସମ୍ଭାବନା ରହିଛି। ହେଲେ କ୍ରିକେଟ୍ ଅଷ୍ଟ୍ରେଲିଆ ସୋମବାର ଲାୟନଙ୍କୁ ବାଦ୍ ଦେବା ଘୋଷଣା କରିଥିଲା ବଦଳ ଖେଳାଳିଙ୍କୁ ନେଇ କୌଣସି ସୂଚନା ଦେଇନାହିଁ।

Tags: