ଅଷ୍ଟ୍ରେଲିଆ ବିପକ୍ଷରେ ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ଭାରତ

ରାଜକୋଟ: ବୁଧବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ଫଳାଫଳ ଶୃଙ୍ଖଳାର ଭାଗ୍ୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ, କାରଣ ଭାରତ ୨-୦ରେ ଅପରାଜେୟ ଅଗ୍ରଣୀ ନେଇ ସାରିଛି। କିନ୍ତୁ ଅନ୍ୟ ଦୁଇଟି କାରଣରୁ ଏହି ମ୍ୟାଚ୍ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଏହି ମ୍ୟାଚ୍ର ଠିକ୍ ୧୩ ଦିନ ପରେ ଦୁଇ ଦେଶ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବେ। ସେହି ଦୃଷ୍ଟିରୁ […]

Samaya Live Picture
Published On

ରାଜକୋଟ: ବୁଧବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ଫଳାଫଳ ଶୃଙ୍ଖଳାର ଭାଗ୍ୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ, କାରଣ ଭାରତ ୨-୦ରେ ଅପରାଜେୟ ଅଗ୍ରଣୀ ନେଇ ସାରିଛି। କିନ୍ତୁ ଅନ୍ୟ ଦୁଇଟି କାରଣରୁ ଏହି ମ୍ୟାଚ୍ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଏହି ମ୍ୟାଚ୍ର ଠିକ୍ ୧୩ ଦିନ ପରେ ଦୁଇ ଦେଶ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବେ। ସେହି ଦୃଷ୍ଟିରୁ ଏହାକୁ ରିହରସଲ୍ ବିବେଚନା କରାଯାଉଛି। ଅନ୍ୟ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଭାରତ ପାଇଁ ଏହି ମୁକାବିଲା ଏକ ଅପୂର୍ବ ତଥା ଐତିହାସିକ ସଫଳତାର ସୁଯୋଗ ଆଣିଛି। ଘରୋଇ ମାଟି ହେଉ କି ବିଦେଶ, ଦିନିକିଆ ଫର୍ମାଟରେ ଭାରତ କେବେ ଅଷ୍ଟ୍ରେଲିଆ ବିପକ୍ଷରେ ମୂଳପୋଛ ସଫଳତା ପାଇପାରିନାହିଁ। ଏପରିକି ଶୃଙ୍ଖଳାର ମ୍ୟାଚ୍ ସଂଖ୍ୟାକୁ ଏଠାରେ ବିଚାର କରାଯାଇନାହିଁ। ସେହି ଦୃଷ୍ଟିରୁ ରୋହିତ ସେନା ସମ୍ମୁଖରେ ଏକ ବିରଳ ୩-୦ ସଫଳତାର ସୁବର୍ଣ୍ଣ ସୁଯୋଗ ରହିଛି। ଏଭଳି ସଫଳତା ମଧ୍ୟ ଭାରତକୁ ବିଶ୍ବକପ୍ ଅଭିଯାନ ପୂର୍ବରୁ ବଡ଼ ଆତ୍ମବିଶ୍ବାସ ତଥା ମନସ୍ତାତ୍ତ୍ବିକ ଫାଇଦା ଦେଇପାରିବ। ଅନ୍ୟପକ୍ଷରେ କ୍ରମଗାତ ୫ ଦିନିକିଆ ହାରିଥିବା ଅଷ୍ଟ୍ରେଲିଆ ବିଶ୍ବକପ୍ ପୂର୍ବରୁ ଏଭଳି ପରାଜୟ ବରଣ ନ କରିବାକୁ ନିଶ୍ଚିତ ଚେଷ୍ଟା କରିବ। ବିଶ୍ବକପ୍ରେ ଅକ୍ଟୋବର ୮ରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା ହେବ।

Tags: