ଅଷ୍ଟ୍ରେଲିଆ ବିପକ୍ଷରେ ଆଗୁଆ ଶୃଙ୍ଖଳା ଜିତିଲା ଭାରତ

ଇନ୍ଦୋର: ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ମ୍ୟାଚ୍ରେ ଭାରତ ୯୯ ରନ୍ରେ (ଡିଏଲ୍ଏସ୍) ଅଷ୍ଟ୍ରେଲିଆକୁ ପରାସ୍ତ କରିବା ସହ ଶୃଙ୍ଖଳାକୁ ଆଗୁଆ ୨-୦ରେ ଜିତିନେଇଛି। ହୋଲ୍କର ଷ୍ଟାଡିୟମ୍ରେ ଭାରତ ୩୯୯ ରନ୍ର ବିଶାଳ ସ୍କୋର୍ ଛିଡ଼ା କରିଥିଲା। ଅଷ୍ଟ୍ରେଲିଆ ୯ ଓଭର ଖେଳିଥିବା ବେଳେ ବର୍ଷା ବାଧା ସୃଷ୍ଟି କରିଥିଲା। ଏହାେ ପରେ ସଂଶୋଧିତ ଲକ୍ଷ୍ୟରେ ଅଷ୍ଟ୍ରେଲିଆକୁ ୩୩ ଓଭରରୁ ୩୧୭ ରନ୍ ଲକ୍ଷ୍ୟ ଦିଆଯାଇଥିଲା। ଭ୍ରମଣକାରୀ ଦଳ କିନ୍ତୁ ୨୮.୨ ଓଭରରେ ୨୧୭ ରନ୍ କରି ସମସ୍ତ […]

Samaya Live Picture
Published On

ଇନ୍ଦୋର: ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ମ୍ୟାଚ୍ରେ ଭାରତ ୯୯ ରନ୍ରେ (ଡିଏଲ୍ଏସ୍) ଅଷ୍ଟ୍ରେଲିଆକୁ ପରାସ୍ତ କରିବା ସହ ଶୃଙ୍ଖଳାକୁ ଆଗୁଆ ୨-୦ରେ ଜିତିନେଇଛି। ହୋଲ୍କର ଷ୍ଟାଡିୟମ୍ରେ ଭାରତ ୩୯୯ ରନ୍ର ବିଶାଳ ସ୍କୋର୍ ଛିଡ଼ା କରିଥିଲା। ଅଷ୍ଟ୍ରେଲିଆ ୯ ଓଭର ଖେଳିଥିବା ବେଳେ ବର୍ଷା ବାଧା ସୃଷ୍ଟି କରିଥିଲା। ଏହାେ ପରେ ସଂଶୋଧିତ ଲକ୍ଷ୍ୟରେ ଅଷ୍ଟ୍ରେଲିଆକୁ ୩୩ ଓଭରରୁ ୩୧୭ ରନ୍ ଲକ୍ଷ୍ୟ ଦିଆଯାଇଥିଲା। ଭ୍ରମଣକାରୀ ଦଳ କିନ୍ତୁ ୨୮.୨ ଓଭରରେ ୨୧୭ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଶତକୀ ପାଳି ପାଇଁ ଆୟର ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଦୁଇ ଦେଶ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ରାଜକୋଟରେ ବୁଧବାର ଖେଳାଯିବ।
ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ମନ୍ଥର ଆରମ୍ଭ କରିଥିବା ଭାରତ ସଅଳ ଋତୁରାଜ ଗାଏକ୍ବାଡଙ୍କୁ ହରାଇ ଦେଇଥିଲା। ଜୋସ୍ ହାଜଲେଉଡ୍ ତାଙ୍କୁ ଆଉଟ୍ କରିଥିଲେ। ଏହା ପରେ କିନ୍ତୁ ଯୁବ ଓପନର୍ ଶୁବମନ ଗିଲ୍ ଏବଂ ଶ୍ରେୟସ ଆୟର୍ ଅଷ୍ଟ୍ରେଲିଆ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ। ମାତ୍ର ୧୬୪ ବଲ୍ରୁ ୨୦୦ ରନ୍ ଭାଗୀଦାରି କରି ଅଷ୍ଟ୍ରେଲିଆକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। ଦଳକୁ ଫେରି ରନ୍ ପାଇଁ ଭୋକିଲା ଥିବା ଆୟର୍ ୮୬ ବଲ୍ରୁ ଓ ଗିଲ୍ ୯୨ ବଲ୍ରୁ ଶତକ ପୂର୍ଣ୍ଣ କରିଥିିଲେ। ଏହି ଯୋଡ଼ି ୩୦ ଓଭର ଯାଏ ଭାରତର ପାଳି ସମ୍ଭାଳିବା ପରେ ଆଉଟ୍ ହୋଇଯାଇଥିଲେ। ଗିଲ୍ (୯୭ ବଲ୍ରୁ ୧୦୪) ଚଳିତ ବର୍ଷ ତାଙ୍କ ପଞ୍ଚମ ଏବଂ ଖେଳ ଜୀବନର ଷଷ୍ଠ ଶତକ ହାସଲ କରିଥିଲେ। ଆୟର (୯୦ ବଲ୍ରୁ ୧୦୫) କିନ୍ତୁ ତୃତୀୟ ଶତକ ଅର୍ଜନ କରିଥିଲେ। ଏହି ମୂଳଦୁଆରୁ ଫାଇଦା ଉଠାଇ ଅଧିନାୟକ କେଏଲ୍ ରାହୁଲ (୩୮ ବଲ୍ରୁ ୫୨ ରନ୍), ଈଶାନ କିଶନ (୧୮ ବଲ୍ରୁ ୩୧ ରନ୍), ସୂର୍ଯ୍ୟକୁମାର ଯାଦବ (୩୭ ବଲ୍ରୁ ୭୨* ରନ୍) ଭାରତକୁ ୩୯୯ ରନ୍ରେ ପହଞ୍ଚାଇ ଦେଇଥିଲେ। ଯାହାକି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ସର୍ବୋଚ୍ଚ ଦିନିକିଆ ସ୍କୋର୍ ପ୍ରଦାନ କରିଥିଲା।

Tags: