ଅଷ୍ଟ୍ରେଲିଆନ୍ ଓପନ୍ ବ୍ୟାଡମିଣ୍ଟନ ସେମିରେ ରାଜାୱତ-ପ୍ରଣୟ ମୁକାବିଲା

ମେଲବର୍ଣ୍ଣ: ଯୁବ ଭାରତୀୟ ପ୍ରିୟାଂଶୁ ରାଜାୱତ ବିଜୟ ଧାରା ଜାରି ରଖି ଅଷ୍ଟ୍ରେଲିଆନ୍ ଓପନ୍ ସୁପର ୫୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। କ୍ବାର୍ଟରଫାଇନାଲ୍ରେ ନିଜ ଦେଶର କିଦାମ୍ବି ଶ୍ରୀକାନ୍ତଙ୍କୁ ୨୧-୧୩, ୨୧-୮ରେ ସେ ପରାସ୍ତ କିରଥିଲେ। ଏହାଫଳରେ ଓର୍ଲିନ୍ସ ମାଷ୍ଟର୍ସ ବିଚେତା ରାଜାୱତ ପ୍ରଥମ ଥର ପାଇଁ କୌଣସି ସୁପର ୫୦୦ ପ୍ରତିଯୋଗିତାର ସେମିଫାଇନାଲ୍ରେ ଖେଳିବାକୁ ଯାଉଛନ୍ତି। ସେମିଫାଇନାଲ୍ରେ ତାଙ୍କର ମୁକାବିଲା ଅନ୍ୟତମ ଭାରତୀୟ ଖେଳାଳି ଏଚ୍ଏସ୍ ପ୍ରଣୟଙ୍କ ସହିତ ହେବ। […]

Samaya Live Picture
Published On

ମେଲବର୍ଣ୍ଣ: ଯୁବ ଭାରତୀୟ ପ୍ରିୟାଂଶୁ ରାଜାୱତ ବିଜୟ ଧାରା ଜାରି ରଖି ଅଷ୍ଟ୍ରେଲିଆନ୍ ଓପନ୍ ସୁପର ୫୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। କ୍ବାର୍ଟରଫାଇନାଲ୍ରେ ନିଜ ଦେଶର କିଦାମ୍ବି ଶ୍ରୀକାନ୍ତଙ୍କୁ ୨୧-୧୩, ୨୧-୮ରେ ସେ ପରାସ୍ତ କିରଥିଲେ। ଏହାଫଳରେ ଓର୍ଲିନ୍ସ ମାଷ୍ଟର୍ସ ବିଚେତା ରାଜାୱତ ପ୍ରଥମ ଥର ପାଇଁ କୌଣସି ସୁପର ୫୦୦ ପ୍ରତିଯୋଗିତାର ସେମିଫାଇନାଲ୍ରେ ଖେଳିବାକୁ ଯାଉଛନ୍ତି। ସେମିଫାଇନାଲ୍ରେ ତାଙ୍କର ମୁକାବିଲା ଅନ୍ୟତମ ଭାରତୀୟ ଖେଳାଳି ଏଚ୍ଏସ୍ ପ୍ରଣୟଙ୍କ ସହିତ ହେବ। କ୍ବାର୍ଟରଫାଇନାଲ୍ରେ ପ୍ରଣୟ ୧୬-୨୧, ୨୧-୧୭, ୨୧-୧୪ରେ ୨ ନମ୍ବର ମାନ୍ୟତାପ୍ରାପ୍ତ ଆନ୍ଥୋନି ସିନିସୁକାଙ୍କୁ ପରାଜିତ କରିଥିଲେ। ସେମିଫାଇନାଲ୍ ପୂର୍ବରୁ ରାଜାୱତ ଓ ପ୍ରଣୟ ଗତବର୍ଷ ସୟଦ ମୋଦୀ ଆନ୍ତର୍ଜାତିକ ପ୍ରତିଯୋଗିତାରେ ମୁହାଁମୁହିଁ ହୋଇଥିଲେ। ସେଥିରେ ପ୍ରଣୟ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ଭାରତୀୟ ସଟଲର୍ ପିଭି ସିନ୍ଧୁ ପୁଣି ଥରେ ନିରାଶ କରିବା ସହ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। କ୍ବାର୍ଟରଫାଇନାଲ୍ରେ ଆମେରିକାର ବେଇୱେନ୍ ଝାଙ୍ଗ୍ଙ୍କଠୁ ୧୨-୨୧, ୧୭-୨୧ରେ୍ ସିନ୍ଧୁ ପରାସ୍ତ ହୋଇଛନ୍ତି। ଏଥିପୂର୍ବରୁ ଉଭୟଙ୍କ ମଧ୍ୟରେ ଅଲ୍ ଇଂଲଣ୍ଡ ଚାମ୍ପିଅନ୍ସିପ୍ରେ ହୋଇଥିବା ମୁକାବିଲାରେ ସିନ୍ଧୁ ବିଜୟୀ ହୋଇଥିଲେ ବି ଏଥର ସଂପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିଲେ। ୨୦୧୯ ବିଶ୍ବ ବିଜେତା ସିନ୍ଧୁ ଏହି ମ୍ୟାଚ୍ ପୂର୍ବରୁ ଅସ୍ମିତା ଚାଲିହା ଓ ଆକର୍ଷି କାଶ୍ୟପଙ୍କୁ ପ୍ରଥମ ଦୁଇ ରାଉଣ୍ଡରେ ପରାସ୍ତ କରିଥିଲେ।

Tags: