ଅଷ୍ଟ୍ରେଲିଆନ୍ ଓପନ୍ ପ୍ରିକ୍ବାର୍ଟରରେ ଜୋକୋଭିକ୍
ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ୍ ଓପନ୍ରେ ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ତୃତୀୟ ରାଉଣ୍ଡ ଅତିକ୍ରମ କରି ୨୫ତମ ଗ୍ରାଣ୍ଡସ୍ଲାମ୍ ଦିଗରେ ଅଗ୍ରସର ହୋଇଛନ୍ତି। ତୃତୀୟ ରାଉଣ୍ଡରେ ଜୋକୋଭିକ୍ ୬-୩, ୬-୩, ୭-୬ରେ ଆର୍ଜେଣ୍ଟିନାର ତୋମାସ ଇଚେଭେରିଙ୍କୁ ହରାଇ ପ୍ରିକ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେହିପରି ୫ନମ୍ବର ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବଲେଭ ୬-୨, ୭-୬, ୬-୪ରେ ସେବାଷ୍ଟିଆନ୍ କୋର୍ଡାଙ୍କୁ, ଷ୍ଟିଫାନସ୍ ସିସିପାସ୍ ୬-୩, ୬-୦, ୬-୪ରେ ଲୁକା ଭାନ୍ ଆସ୍ଚିଙ୍କୁ, ଜାନିକ୍ ସିନ୍ନର ୬-୦, ୬-୧, ୬-୩ରେ ସେବାଷ୍ଟିଆନ୍ ବାଇଜ୍ଙ୍କୁ […]
ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ୍ ଓପନ୍ରେ ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ତୃତୀୟ ରାଉଣ୍ଡ ଅତିକ୍ରମ କରି ୨୫ତମ ଗ୍ରାଣ୍ଡସ୍ଲାମ୍ ଦିଗରେ ଅଗ୍ରସର ହୋଇଛନ୍ତି। ତୃତୀୟ ରାଉଣ୍ଡରେ ଜୋକୋଭିକ୍ ୬-୩, ୬-୩, ୭-୬ରେ ଆର୍ଜେଣ୍ଟିନାର ତୋମାସ ଇଚେଭେରିଙ୍କୁ ହରାଇ ପ୍ରିକ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେହିପରି ୫ନମ୍ବର ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବଲେଭ ୬-୨, ୭-୬, ୬-୪ରେ ସେବାଷ୍ଟିଆନ୍ କୋର୍ଡାଙ୍କୁ, ଷ୍ଟିଫାନସ୍ ସିସିପାସ୍ ୬-୩, ୬-୦, ୬-୪ରେ ଲୁକା ଭାନ୍ ଆସ୍ଚିଙ୍କୁ, ଜାନିକ୍ ସିନ୍ନର ୬-୦, ୬-୧, ୬-୩ରେ ସେବାଷ୍ଟିଆନ୍ ବାଇଜ୍ଙ୍କୁ ପରାସ୍ତ କରି ପ୍ରିକ୍ବାର୍ଟରଫାଇନାଲ୍ରେ ପହଞ୍ଚିଛନ୍ତି। ମହିଳା ଏକକରେ ଆରିନା ସାବାଲେଙ୍କା, ବାର୍ବରା କ୍ରେଜିକୋଭା, କୋକୋ ଗଫ୍ ପ୍ରିକ୍ବାର୍ଟରଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ତୃତୀୟ ରାଉଣ୍ଡରେ ସାବାଲେଙ୍କା ୬-୦, ୬-୦ରେ ଲେସିଆ ସୁରେଙ୍କୋଙ୍କୁ, କ୍ରେଜିକୋଭା ୪-୬, ୭-୫, ୬-୩ରେ ଷ୍ଟର୍ମ ହଣ୍ଟରଙ୍କୁ, ଗଫ୍ ୬-୦, ୬-୨ରେ ଆଲିସିଆ ପାର୍କ୍ସଙ୍କୁ ହରାଇଥିଲେ।




