ଅଷ୍ଟ୍ରେଲିଆନ୍‌ ଓପନ୍ ତୃତୀୟ ରାଉଣ୍ଡରେ ‌ବୋପାନ୍ନା-ଏବଦେନ୍

ମେଲବର୍ଣ୍ଣ: ଭାରତୀୟ ଟେନିସ୍ ଖେଳାଳି ରୋହନ ବୋପାନ୍ନା ଓ ତାଙ୍କ ଆମେରିକୀୟ ସାଥି ମାଥ୍ୟୁ ଏବଦେନ ଅଷ୍ଟ୍ରେଲିଆନ୍ ଓପନ୍‌ ପୁରୁଷ ଯୁଗଳର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଦ୍ବିତୀୟ ରାଉଣ୍ଡରେ ଏହି ଯୋଡ଼ି ୬-୨, ୬-୪ରେ ଆମେରିକୀୟ ଯୋଡ଼ି ଜନ୍‌ ମିଲମ୍ୟାନ୍‌ ଓ ଏଡୱାର୍ଡ ୱିଣ୍ଟରଙ୍କୁ ପରାସ୍ତ କରିଥିଲେ। ସେହିପରି ଅନ୍ୟତମ ଭାରତୀୟ ଯୁବ ପ୍ରତିଭା ଏନ୍‌ ଶ୍ରୀରାମ ବାଲାଜି ଓ ତାଙ୍କ ରୋମାନିଆ ସାଥୀ ଭିକ୍ଟର କର୍ଣ୍ଣିଆ ପ୍ରଥମ ରାଉଣ୍ଡରେ ଇଟାଲିର ମାତେଓ ଆର୍ଲାଡି […]

Samaya Live Picture
Published On

ମେଲବର୍ଣ୍ଣ: ଭାରତୀୟ ଟେନିସ୍ ଖେଳାଳି ରୋହନ ବୋପାନ୍ନା ଓ ତାଙ୍କ ଆମେରିକୀୟ ସାଥି ମାଥ୍ୟୁ ଏବଦେନ ଅଷ୍ଟ୍ରେଲିଆନ୍ ଓପନ୍‌ ପୁରୁଷ ଯୁଗଳର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଦ୍ବିତୀୟ ରାଉଣ୍ଡରେ ଏହି ଯୋଡ଼ି ୬-୨, ୬-୪ରେ ଆମେରିକୀୟ ଯୋଡ଼ି ଜନ୍‌ ମିଲମ୍ୟାନ୍‌ ଓ ଏଡୱାର୍ଡ ୱିଣ୍ଟରଙ୍କୁ ପରାସ୍ତ କରିଥିଲେ। ସେହିପରି ଅନ୍ୟତମ ଭାରତୀୟ ଯୁବ ପ୍ରତିଭା ଏନ୍‌ ଶ୍ରୀରାମ ବାଲାଜି ଓ ତାଙ୍କ ରୋମାନିଆ ସାଥୀ ଭିକ୍ଟର କର୍ଣ୍ଣିଆ ପ୍ରଥମ ରାଉଣ୍ଡରେ ଇଟାଲିର ମାତେଓ ଆର୍ଲାଡି ଓ ଆନ୍ଦ୍ରିଆ ପେଲେଗ୍ରିନୋଙ୍କୁ ୬-୩, ୬-୪ରେ ହରାଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।

Tags: