ଅଲିମ୍ପିକ ହକି ଯୋଗ୍ୟତା ପର୍ଯ୍ୟାୟରେ ଆଜି ତୃତୀୟ ସ୍ଥାନ ପାଇଁ ଖେଳିବ ଭାରତ
ରାଞ୍ଚି: ଏଠାରେ ଚାଲିଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମହିଳା ହକି ସେମିଫାଇନାଲ୍ରେ ଭାରତ ପରାସ୍ତ ହୋଇଛି। ଗୁରୁବାର ସେମିଫାଇନାଲ୍ରେ ଜର୍ମାନି ୪-୩ (୨-୨) ସଡନ୍ ଡେଥ୍ରେ ଭାରତକୁ ହରାଇଥିଲା। ନିର୍ଧାରିତ ସମୟରେ ମ୍ୟାଚ୍ ୨-୨ ଗୋଲ୍ରେ ଶେଷ ହୋଇଥିଲା। ଦୀପିକା ୧୫ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ପ୍ରଥମ ଗୋଲ୍ ଦେଇଥିଲେ। କିନ୍ତୁ ପ୍ରତିପକ୍ଷର ଚାର୍ଲୋଟ ଷ୍ଟାପେନହର୍ଟ ୨୭ ଓ ୫୭ ମିନିଟ୍ରେ ଦୁଇଟି ଫିଲ୍ଡ ଗୋଲ୍ ଦେଇ ଜର୍ମାନିକୁ ଅଗ୍ରଣୀ କରାଇଥିଲେ। ୫୯ ମିନିଟ୍ରେ ମିଳିଥିବା ଆଉଏକ […]
ରାଞ୍ଚି: ଏଠାରେ ଚାଲିଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମହିଳା ହକି ସେମିଫାଇନାଲ୍ରେ ଭାରତ ପରାସ୍ତ ହୋଇଛି। ଗୁରୁବାର ସେମିଫାଇନାଲ୍ରେ ଜର୍ମାନି ୪-୩ (୨-୨) ସଡନ୍ ଡେଥ୍ରେ ଭାରତକୁ ହରାଇଥିଲା। ନିର୍ଧାରିତ ସମୟରେ ମ୍ୟାଚ୍ ୨-୨ ଗୋଲ୍ରେ ଶେଷ ହୋଇଥିଲା। ଦୀପିକା ୧୫ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ପ୍ରଥମ ଗୋଲ୍ ଦେଇଥିଲେ। କିନ୍ତୁ ପ୍ରତିପକ୍ଷର ଚାର୍ଲୋଟ ଷ୍ଟାପେନହର୍ଟ ୨୭ ଓ ୫୭ ମିନିଟ୍ରେ ଦୁଇଟି ଫିଲ୍ଡ ଗୋଲ୍ ଦେଇ ଜର୍ମାନିକୁ ଅଗ୍ରଣୀ କରାଇଥିଲେ। ୫୯ ମିନିଟ୍ରେ ମିଳିଥିବା ଆଉଏକ ପେନାଲ୍ଟି କର୍ଣ୍ଣରକୁ ଈଶିକା ଚୌଧୁରୀ ଗୋଲ୍ରେ ପରିଣତ କରି ସ୍ଥିତି ବରାବର କରିଥିଲେ। ନିର୍ଧାରିତ ସମୟରୁ ଫଳାଫଳ ନ ବାହାରିବାରୁ ମ୍ୟାଚ୍ ସୁଟ୍ଆଉଟ୍କୁ ଯାଇଥିଲା। ଏଠାରେ ମଧ୍ୟ ୩-୩ରେ ସ୍ଥିତି ସମାନ ରହିଥିଲା। ଫଳରେ ସଡନ୍ ଡେଥ୍ରୁ ଫଳ ଆସିଥିଲା। ଜର୍ମାନିର ଲିସା ନଲ୍ଟେ ଗୋଲ୍ ଦେବାରେ ସଫଳ ହୋଇଥିଲା ବେଳେ ଭାରତର ସଙ୍ଗୀତା କୁମାରୀ ଓ ସୋନିକା ଗୋଲ୍ ଦେଇପାରି ନଥିଲେ। ଅନ୍ୟ ଏକ ସେମିଫାଇନାଲ୍ରେ ଆମେରିକା ୨-୧ ଗୋଲ୍ରେ ଜାପାନ୍କୁ ହରାଇଛି। ଏହି ପରାଜୟ ପରେ ଭାରତ ତୃତୀୟ ସ୍ଥାନ ପାଇଁ ଆଜି ଜାପାନ ସହିତ ଖେଳିବ। ଏହି ମ୍ୟାଚ୍ ଜିତିଲେ ଭାରତ ଅଲିମ୍ପିକ୍ ଟିକେଟ୍ ହାତେଇବ।




