ଅଲିମ୍ପିକ୍ସ ଟିକେଟ୍ ପାଇଲା ଭାରତୀୟ ରିଲେ ଦଳ
ନୂଆଦିଲ୍ଲୀ: ଭାରତୀୟ ରିଲେ ଦଳ ବାହାମସ୍ର ନାସାଉଠାରେ ଆୟୋଜିତ ବିଶ୍ବ ଦୌଡ଼କୁଦର ରିଲେ ଦୌଡ଼ର ଦ୍ବିତୀୟ ରାଉଣ୍ଡରୁ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛି। ରିଲେ ଦଳ ୩ମିନିଟ୍ ୩:୨୩ ସେକେଣ୍ତରେ ଦୌଡ଼ ଶେଷ କରି ଆମେରିକା ପଛକୁ ଦ୍ବିତୀୟ ସ୍ଥାନରେ ରହି ଏହି ଯୋଗ୍ୟତା ପାଇଛନ୍ତି। ତେବେ ଏଥିପୂର୍ବରୁ ପ୍ରଥମ ରାଉଣ୍ଡରେ ଦଳ ବଡ଼ ଝଟ୍କା ପାଇଥିଲା। ଦଳର ପ୍ରମୁ୍ଖ ସଦସ୍ୟ ରାଜେଶ ରମେଶ ଆହତ ହେବା ପରେ ପ୍ରଥମ ରାଉଣ୍ଡ ଦୌଡ଼କୁ ଭାରତୀୟ ଦଳ ଶେଷ […]
ନୂଆଦିଲ୍ଲୀ: ଭାରତୀୟ ରିଲେ ଦଳ ବାହାମସ୍ର ନାସାଉଠାରେ ଆୟୋଜିତ ବିଶ୍ବ ଦୌଡ଼କୁଦର ରିଲେ ଦୌଡ଼ର ଦ୍ବିତୀୟ ରାଉଣ୍ଡରୁ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛି। ରିଲେ ଦଳ ୩ମିନିଟ୍ ୩:୨୩ ସେକେଣ୍ତରେ ଦୌଡ଼ ଶେଷ କରି ଆମେରିକା ପଛକୁ ଦ୍ବିତୀୟ ସ୍ଥାନରେ ରହି ଏହି ଯୋଗ୍ୟତା ପାଇଛନ୍ତି। ତେବେ ଏଥିପୂର୍ବରୁ ପ୍ରଥମ ରାଉଣ୍ଡରେ ଦଳ ବଡ଼ ଝଟ୍କା ପାଇଥିଲା। ଦଳର ପ୍ରମୁ୍ଖ ସଦସ୍ୟ ରାଜେଶ ରମେଶ ଆହତ ହେବା ପରେ ପ୍ରଥମ ରାଉଣ୍ଡ ଦୌଡ଼କୁ ଭାରତୀୟ ଦଳ ଶେଷ କରିପାରି ନଥିଲା। ମହମ୍ମଦ ଆନସ ୟାହିଆ, ରାଜେଶ ରମେଶ, ମହମ୍ମଦ ଆଜମଲ୍ ଓ ଅମୋଜ ଜାକବଙ୍କୁ ନେଇ ଗଠିତ ଭାରତୀୟ ୪ଗୁଣା୪୦୦ ମିଟର ରିଲେ ଦଳ ଭଲ ଆରମ୍ଭ କରିଥିଲା। ମହମ୍ମଦ ଆନସ୍ ୪୫.୯୩ ସେକେଣ୍ଡ୍ ସମୟ ନେଇ ସଫଳତାର ସହ ପ୍ରଥମ ଲେଗ୍ ଶେଷ କରିଥିଲେ। ହେଲେ ଦ୍ବିତୀୟ ଲେଗ୍ରେ ରାଜେଶଙ୍କ ଗୋଡ଼ରେ ଅଚାନକ ପବନ ଅଟକି ଯାଇଥିଲା। ଫଳରେ ସେ ଛୋଟେଇ ଛୋଟେଇ ଟ୍ରାକ୍ ବାହାରକୁ ଯିବାକୁ ବାଧ୍ୟ ହୋଇଥିଲେ। ରାଜେଶଙ୍କ ଅକ୍ଷମତା ପରେ ଅନ୍ୟ ଦୁଇ ଭାରତୀୟ ଦୌଡ଼ିବାର ସୁଯୋଗ ପାଇ ନଥିଲେ।




