ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ପୁରୁଷ ମୁଷ୍ଟିଯୋଦ୍ଧା ହେଲେ ନିଶାନ୍ତ ଦେବ

ବ୍ୟାଙ୍କକ୍: ପ୍ରଥମ ଭାରତୀୟ ପୁରୁଷ ମୁଷ୍ଟିଯୋଦ୍ଧା ଭାବେ ନିଶାନ୍ତ ଦେବ ଅଲିମ୍ପିକ୍ସ ଟିକେଟ୍ ପାଇଛନ୍ତି। ଏଠାରେ ଆୟୋଜିତ ଦ୍ବିତୀୟ ମୁଷ୍ଟିଯୁଦ୍ଧ ବିଶ୍ବ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚି ସେ ପ୍ୟାରିସ୍ ଟିକେଟ୍ ନିଶ୍ଚିତ କରିଥିଲେ। ଶୁକ୍ରବାର ୭୧ କେଜି ବର୍ଗ କ୍ବାର୍ଟରଫାଇନାଲ୍ରେ ସେ ୫-୦ରେ ମୋଲଦୋଭାର ଭାସିଲ ସେବୋତାରିଙ୍କୁ ହରାଇଛନ୍ତି। ନିଶାନ୍ତଙ୍କ ସହ ଏପର୍ଯ୍ୟନ୍ତ ଭାରତର ୪ ମୁଷ୍ଟିଯୁଦ୍ଧା ଅଲିମ୍ପିକ୍ସ ଟିକେଟ୍ ନିଶ୍ଚିତ କରିସାରିଲେଣି। ପୂର୍ବରୁ ୩ ଜଣ ମହିଳା ନିଖତ ଜରିନ (୫୦ […]

Samaya Live Picture
Published On

ବ୍ୟାଙ୍କକ୍: ପ୍ରଥମ ଭାରତୀୟ ପୁରୁଷ ମୁଷ୍ଟିଯୋଦ୍ଧା ଭାବେ ନିଶାନ୍ତ ଦେବ ଅଲିମ୍ପିକ୍ସ ଟିକେଟ୍ ପାଇଛନ୍ତି। ଏଠାରେ ଆୟୋଜିତ ଦ୍ବିତୀୟ ମୁଷ୍ଟିଯୁଦ୍ଧ ବିଶ୍ବ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚି ସେ ପ୍ୟାରିସ୍ ଟିକେଟ୍ ନିଶ୍ଚିତ କରିଥିଲେ। ଶୁକ୍ରବାର ୭୧ କେଜି ବର୍ଗ କ୍ବାର୍ଟରଫାଇନାଲ୍ରେ ସେ ୫-୦ରେ ମୋଲଦୋଭାର ଭାସିଲ ସେବୋତାରିଙ୍କୁ ହରାଇଛନ୍ତି। ନିଶାନ୍ତଙ୍କ ସହ ଏପର୍ଯ୍ୟନ୍ତ ଭାରତର ୪ ମୁଷ୍ଟିଯୁଦ୍ଧା ଅଲିମ୍ପିକ୍ସ ଟିକେଟ୍ ନିଶ୍ଚିତ କରିସାରିଲେଣି। ପୂର୍ବରୁ ୩ ଜଣ ମହିଳା ନିଖତ ଜରିନ (୫୦ କେଜି), ପ୍ରୀତ ପାୱାର (୫୪ କେଜି) ଓ ଲଭ୍ଲିନା ବୋରଗୋହେଁ (୭୫ କେଜି) ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ। ମହିଳା ୬୦ କେଜିରେ ଅଙ୍କୁଶିତା ବୋରୋଙ୍କଠୁ ଭାିରତର ଅଲିମ୍ପିକ୍ସ ଆଶା ଅଟିକି ଯାଇଛି। କ୍ବାର୍ଟରଫାଇନାଲ୍ରେ ପୂର୍ବତନ ଯୁବ ବିଶ୍ବ ପ୍ରତିଯୋଗିତା ବିଜୟିନୀ ଅଙ୍କୁଶିତା ୨-୩ରେ ସ୍ବିଡେନ୍ର ଆଜେନେସ ଆଲେକ୍ସିଉସନଙ୍କଠୁ ହାରି ଯାଇଥିଲେ।

Tags: