ଅଲିମ୍ପିକ୍ସରେ ଖେଳିବେନି ଆର୍ଜେଣ୍ଟିନା ଫୁଟ୍ବଲ୍ ଦଳର ଅଧିନାୟକ ମେସି
ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଫୁଟ୍ବଲ୍ ଦଳର ଅଧିନାୟକ ଲିଓନେଲ୍ ମେସି ଆସନ୍ତା ପ୍ୟାରିସ୍ ଅଲିମ୍ପିକ୍ସରେ ଖେଳିବେନି। ଏକ ପ୍ରତିଷ୍ଠିତ ୱେବ୍ପୋର୍ଟାଲ୍କୁ ସାକ୍ଷାତକାର ଦେବା ଅବସରରେ ମେସି ଏହା ସ୍ପଷ୍ଟ କରିବା ସହ ପରବର୍ତ୍ତୀ ଫିଫା ବିଶ୍ବକପ୍ରେ ଖେଳିବା ଅନିଶ୍ଚିତତା ଭିତରେ ରହିଥିବା କହିଛନ୍ତି। ଅଲିମ୍ପିକ୍ସରେ ନଖେଳିବା ବାବଦରେ ମେସି ଦଳର ଅଲିମ୍ପିକ୍ ପ୍ରଶିକ୍ଷକ ଜାଭିୟର୍ ମାସ୍କାରାନୋଙ୍କ ସହିତ ଆଲୋଚନା କରିଛନ୍ତି ଓ ଉଭୟ ଏହି ନିଷ୍ପତ୍ତିରେ ସହମତି ହୋଇଛନ୍ତି। ଅଲିମ୍ପିକ୍ସ ପୂର୍ବରୁ ଜୁନ୍ ୨୦ରୁ ଜୁଲାଇ ୧୪ ତାରିଖ […]
ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଫୁଟ୍ବଲ୍ ଦଳର ଅଧିନାୟକ ଲିଓନେଲ୍ ମେସି ଆସନ୍ତା ପ୍ୟାରିସ୍ ଅଲିମ୍ପିକ୍ସରେ ଖେଳିବେନି। ଏକ ପ୍ରତିଷ୍ଠିତ ୱେବ୍ପୋର୍ଟାଲ୍କୁ ସାକ୍ଷାତକାର ଦେବା ଅବସରରେ ମେସି ଏହା ସ୍ପଷ୍ଟ କରିବା ସହ ପରବର୍ତ୍ତୀ ଫିଫା ବିଶ୍ବକପ୍ରେ ଖେଳିବା ଅନିଶ୍ଚିତତା ଭିତରେ ରହିଥିବା କହିଛନ୍ତି। ଅଲିମ୍ପିକ୍ସରେ ନଖେଳିବା ବାବଦରେ ମେସି ଦଳର ଅଲିମ୍ପିକ୍ ପ୍ରଶିକ୍ଷକ ଜାଭିୟର୍ ମାସ୍କାରାନୋଙ୍କ ସହିତ ଆଲୋଚନା କରିଛନ୍ତି ଓ ଉଭୟ ଏହି ନିଷ୍ପତ୍ତିରେ ସହମତି ହୋଇଛନ୍ତି। ଅଲିମ୍ପିକ୍ସ ପୂର୍ବରୁ ଜୁନ୍ ୨୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତରେ କୋପା ଆମେରିକା ଲିଗ୍ ଆରମ୍ଭ ହେବ। ଏଥିରେ ମେସି ଆର୍ଜେଣ୍ଟିନା ପକ୍ଷରୁ ଖେଳିବେ। ଅଲିମ୍ପିକ୍ସ ଜୁଲାଇ ୨୬ ତାରିଖରୁ ଆରମ୍ଭ ହେଉଛି। ଜୁନ୍ ୨୪ ତାରିଖରେ ମେସି ୩୭ ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଛନ୍ତି। ଏଭଳି ବୟସରେ ସେ ସବୁ ପ୍ରତିଯୋଗିତାରେ ଖେଳିବା ପାଇଁ ଚାହୁ ନଥିବା କହିଛନ୍ତି। ବିଶ୍ବକପ୍ ପାଇଁ ଆହୁରି ୨ ବର୍ଷ ହାତରେ ଅଛି। ଆଗକୁ କ’ଣ ହେବ କିଛି କହି ହେବନି ବୋଲି ମେସି କହିଛନ୍ତି।




