ଅମିତାଭ ବଚ୍ଚନଙ୍କୁ ବିଶ୍ବକପ୍ ‘ଗୋଲ୍ଡେନ୍ ଟିକେଟ୍’ ଦେଲେ ଜୟ ଶାହ
ନୂଆଦିଲ୍ଲୀ: ଭାରତରେ ଆଇସିସି ଦିନିକିଆ ବିଶ୍ବକପ୍ ଆରମ୍ଭ ହେବାକୁ ଗୋଟିଏ ମାସ ଥିବା ବେଳେ ମଙ୍ଗଳବାର ବିସିସିଆଇ ସମ୍ପାଦକ ଜୟ ଶାହ ବଲିଉଡ୍ ସୁପର୍ ଷ୍ଟାର୍ ଅମିତାଭ ବଚ୍ଚନଙ୍କୁ ‘ଗୋଲ୍ଡେନ୍ ଟିକେଟ୍’ ପ୍ରଦାନ କରିଛନ୍ତି। ‘ସ୍ବର୍ଣ୍ଣିମ ଟିକେଟ୍ ଆମ ସ୍ବର୍ଣ୍ଣିମ ତାରକାଙ୍କୁ’ ବୋଲି ଜୟ ଶାହ ଟ୍ବିଟ୍ କରିଛନ୍ତି। ଅମିତାଭ ବଚ୍ଚନଙ୍କୁ ମଧ୍ୟ ‘ସୁପର୍ ଷ୍ଟାର୍ ଅଫ୍ ମିଲେନିୟମ୍’ ଆଖ୍ୟା ଦେଇଛନ୍ତି ଜୟ ଶାହ। ଭାରତୀୟ ଦଳକୁ ବଚ୍ଚନଙ୍କ ନିରଂତର ସମର୍ଥନ ଆମକୁ ପ୍ରେରିତ କରିଛି। ଆଇସିସି […]
ନୂଆଦିଲ୍ଲୀ: ଭାରତରେ ଆଇସିସି ଦିନିକିଆ ବିଶ୍ବକପ୍ ଆରମ୍ଭ ହେବାକୁ ଗୋଟିଏ ମାସ ଥିବା ବେଳେ ମଙ୍ଗଳବାର ବିସିସିଆଇ ସମ୍ପାଦକ ଜୟ ଶାହ ବଲିଉଡ୍ ସୁପର୍ ଷ୍ଟାର୍ ଅମିତାଭ ବଚ୍ଚନଙ୍କୁ ‘ଗୋଲ୍ଡେନ୍ ଟିକେଟ୍’ ପ୍ରଦାନ କରିଛନ୍ତି। ‘ସ୍ବର୍ଣ୍ଣିମ ଟିକେଟ୍ ଆମ ସ୍ବର୍ଣ୍ଣିମ ତାରକାଙ୍କୁ’ ବୋଲି ଜୟ ଶାହ ଟ୍ବିଟ୍ କରିଛନ୍ତି। ଅମିତାଭ ବଚ୍ଚନଙ୍କୁ ମଧ୍ୟ ‘ସୁପର୍ ଷ୍ଟାର୍ ଅଫ୍ ମିଲେନିୟମ୍’ ଆଖ୍ୟା ଦେଇଛନ୍ତି ଜୟ ଶାହ। ଭାରତୀୟ ଦଳକୁ ବଚ୍ଚନଙ୍କ ନିରଂତର ସମର୍ଥନ ଆମକୁ ପ୍ରେରିତ କରିଛି। ଆଇସିସି ବିଶ୍ବକପ୍ ପାଇଁ ତାଙ୍କୁ ଯୋଡ଼ିପାରିଥିବାରୁ ଆମେ ଉଲ୍ଲସିତ ବୋଲି ଶାହ ଉଲ୍ଲେଖ କରିଛନ୍ତି। ଦୀର୍ଘ ୧୨ ବର୍ଷ ପରେ ଭାରତରେ ବିଶ୍ବକପ୍ ହେବାକୁ ଯାଉଥିବାବେରଳେ ଘରୋଇ ଦଳ ମଧ୍ୟ ୧୨ ବର୍ଷ ପରେ ବିଶ୍ବକପ୍ ଜିତିବା ଆଶାରେ ରହିଛି। ଗତ ସଂସ୍କରଣ ଫାଇନାଲିଷ୍ଟ ଇଂଲଣ୍ଡ-ନ୍ୟୁଜିଲାଣ୍ଡଙ୍କଠାରୁ (ଅକ୍ଟୋବର ୫) ଏଥର ସଂସ୍କରଣ ଆରମ୍ଭ ହେବ। ଭାରତ ନିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।




