ଅବସର ନେଲେ ପ୍ରଥମ କିନ୍ନର କ୍ରିକେଟର୍ ଡାନିଏଲ୍ ମ୍ୟାକ୍‌ଗାହେ

ନୂଆଦିଲ୍ଲୀ: ବିଶ୍ବର ପ୍ରଥମ କିନ୍ନର କ୍ରିକେଟର୍ କାନାଡ଼ାର ଡାନିଏଲ୍ ମ୍ୟାକ୍‌ଗାହେ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ଆଇସିସି ଲିଙ୍ଗ ପରିବର୍ତ୍ତନ କରି ପୁରୁଷରୁ ମହିଳା ହୋଇଥିବା କିନ୍ନରଙ୍କୁ ଆନ୍ତର୍ଜାତିକ ମହିଳା କ୍ରିକେଟ୍ ମ୍ୟାଚ୍ରେ ଖେଳିବା ପାଇଁ ବାରଣ କରିବାର ଗୋଟିଏ ଦିନ ପରେ ଡାନିଏଲ୍ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଆଇସିସିର ଏହି ଆଭିମୁଖ୍ୟକୁ ବିଭିନ୍ନ କିନ୍ନର ସମ୍ପ୍ରଦାୟ ପକ୍ଷରୁ ସମାଲୋଚନା କରାଯାଇଛି। ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ କିନ୍ନରଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ହେଲେ […]

Samaya Live Picture
Published On

ନୂଆଦିଲ୍ଲୀ: ବିଶ୍ବର ପ୍ରଥମ କିନ୍ନର କ୍ରିକେଟର୍ କାନାଡ଼ାର ଡାନିଏଲ୍ ମ୍ୟାକ୍‌ଗାହେ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ଆଇସିସି ଲିଙ୍ଗ ପରିବର୍ତ୍ତନ କରି ପୁରୁଷରୁ ମହିଳା ହୋଇଥିବା କିନ୍ନରଙ୍କୁ ଆନ୍ତର୍ଜାତିକ ମହିଳା କ୍ରିକେଟ୍ ମ୍ୟାଚ୍ରେ ଖେଳିବା ପାଇଁ ବାରଣ କରିବାର ଗୋଟିଏ ଦିନ ପରେ ଡାନିଏଲ୍ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଆଇସିସିର ଏହି ଆଭିମୁଖ୍ୟକୁ ବିଭିନ୍ନ କିନ୍ନର ସମ୍ପ୍ରଦାୟ ପକ୍ଷରୁ ସମାଲୋଚନା କରାଯାଇଛି। ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ କିନ୍ନରଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ହେଲେ ଆଇସିସି ଆନ୍ତର୍ଜାତିକ କ୍ରିକେଟ୍ରେ କିନ୍ନରଙ୍କୁ ସ୍ଥାନ ଦେବାକୁ ମନା କରିଦେବା ଲିଙ୍ଗଗତ ଭେଦଭାବକୁ ଦର୍ଶାଉଥିବା କୁହାଯାଇଛି। ତେବେ ଘରୋଇ କ୍ରିକେଟ୍ରେ କିନ୍ନରମାନେ ଖେଳିପାରିବେ ଏବଂ ଆନ୍ତର୍ଜାତିକ କ୍ରିକେଟ୍ ବିଷୟରେ ପୁଣି ୨ ବର୍ଷ ପରେ ସମୀକ୍ଷା କରାଯିବ ବୋଲି ଆଇସିସି ତାହାର ବିବୃତ୍ତିରେ ଜଣାଇଥିଲା। କିନ୍ତୁ ଆଇସିସିର ଏହି ନିଷ୍ପତ୍ତି ପରେ ଡାନିଏଲ୍ ନିଜ ସଂପ୍ରଦାୟ ପାଇଁ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି। ଉଚ୍ଚସ୍ତରୀୟ କ୍ରିକେଟ୍ରେ କିନ୍ନରମାନେ ଖେଳିବା ଅଧିକାର ରଖୁଛନ୍ତି। ଆମେ କ୍ରିକେଟ୍ର ସୁରକ୍ଷା ପାଇଁ ବିପଦ ନୋହୁଁ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।

Tags: