ଅବସର ନେଲେ ତମିମ୍ ଇକବାଲ୍, ଲିଟନ୍ ବାଂଲାଦେଶ ନୂଆ ଅଧିନାୟକ
ଢାକା: ବାଂଲାଦେଶ ଦିନିକିଆ ଦଳ ଅଧିନାୟକ ତମିମ ଇକ୍ବାଲ୍ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ବିଶ୍ବକପ୍ ଆଉ ମାତ୍ର ୩ ମାସ ଥିବାରୁ ତାଙ୍କ ଅବସର ବାଂଲାଦେଶର କ୍ରିକେଟ୍ପ୍ରେମୀଙ୍କୁ ଚକିତ କରିଦେଇଛି। ତମିମ ୨୦୦୭ରେ ଜିମ୍ବାୱେ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ବାମହାତୀ ବ୍ୟାଟର୍ ତମିମ ୨୫ ଶତକ ସହ ୧୫୦୦୦ରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ରନ୍ କରିଛନ୍ତି। ଦିନିକିଆରେ ସେ ୧୪ ଶତକ ଏବଂ ୮୩୩୩ ରନ୍ କରିଛନ୍ତି। ଯାହା ବାଂଲାଦେଶ ପାଇଁ ସର୍ବାଧିକ। ତମିମ […]
ଢାକା: ବାଂଲାଦେଶ ଦିନିକିଆ ଦଳ ଅଧିନାୟକ ତମିମ ଇକ୍ବାଲ୍ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ବିଶ୍ବକପ୍ ଆଉ ମାତ୍ର ୩ ମାସ ଥିବାରୁ ତାଙ୍କ ଅବସର ବାଂଲାଦେଶର କ୍ରିକେଟ୍ପ୍ରେମୀଙ୍କୁ ଚକିତ କରିଦେଇଛି। ତମିମ ୨୦୦୭ରେ ଜିମ୍ବାୱେ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ବାମହାତୀ ବ୍ୟାଟର୍ ତମିମ ୨୫ ଶତକ ସହ ୧୫୦୦୦ରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ରନ୍ କରିଛନ୍ତି। ଦିନିକିଆରେ ସେ ୧୪ ଶତକ ଏବଂ ୮୩୩୩ ରନ୍ କରିଛନ୍ତି। ଯାହା ବାଂଲାଦେଶ ପାଇଁ ସର୍ବାଧିକ। ତମିମ ଶେଷ ଟେଷ୍ଟ୍ ଗତ ମାସରେ ଆଫ୍ଗାନିସ୍ତାନ ବିପକ୍ଷରେ ଖେଳିଥିଲେ। ଚଟ୍ଟୋଗ୍ରାମରେ ବୁଧବାର ମଧ୍ୟ ଆଫ୍ଗାନିସ୍ତାନ ବିପକ୍ଷରେ ସେ ନିଜ ଶେଷ ଦିନିକିଆ ଖେଳିଛନ୍ତି। ଏବେ ଲିଟନ୍ ଦାସ ବାଂଲାଦେଶ ଦଳର ପରବର୍ତ୍ତୀ ଅଧିନାୟକ ନିଯୁକ୍ତ ହୋଇଛନ୍ତି।




