ଅବସର ନିଷ୍ପତ୍ତି ବଦଳାଇଲେ ତିୱାରୀ; ପୁଣି କ୍ରିକେଟ୍କୁ ଫେରିବେ

କୋଲକାତା: ଅବସର ଘୋଷଣା କରିବାର ୬ ଦିନ ପରେ ପୁଣି ଥରେ ନିଷ୍ପତ୍ତି ବଦଳାଇଛନ୍ତି ବେଙ୍ଗଲ କ୍ରିକେଟର୍ ମନୋଜ ତିୱାରୀ। ମଙ୍ଗଳବାର ବେଙ୍ଗଲ କ୍ରିକେଟ୍ ସଂଘ (ସିଏବି) ସଭାପତି ସ୍ନେହାଶିଷ ଗାଙ୍ଗୁଲିଙ୍କ ସହ ଆଲୋଚନା କରିବା ପରେ ପଶ୍ଚିମବଙ୍ଗର ଏହି କ୍ରୀଡ଼ାମନ୍ତ୍ରୀ ପୁଣି ଥରେ କ୍ରିକେଟ୍ ମଇଦାନ୍କୁ ଫେରୁଥିବା ସୂଚନା ମିଳିଛି। ଗତ ଗୁରୁବାର ସେ କ୍ରିକେଟ୍ରୁ ସନ୍ୟାସ ନେଉଥିବା ସାମାଜିକ ଗଣମାଧ୍ୟମ ଜରିଆରେ ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, କ୍ରିକେଟ୍କୁ ପୁଣି ଥରେ ଫେରିବା […]

Samaya Live Picture
Published On

କୋଲକାତା: ଅବସର ଘୋଷଣା କରିବାର ୬ ଦିନ ପରେ ପୁଣି ଥରେ ନିଷ୍ପତ୍ତି ବଦଳାଇଛନ୍ତି ବେଙ୍ଗଲ କ୍ରିକେଟର୍ ମନୋଜ ତିୱାରୀ। ମଙ୍ଗଳବାର ବେଙ୍ଗଲ କ୍ରିକେଟ୍ ସଂଘ (ସିଏବି) ସଭାପତି ସ୍ନେହାଶିଷ ଗାଙ୍ଗୁଲିଙ୍କ ସହ ଆଲୋଚନା କରିବା ପରେ ପଶ୍ଚିମବଙ୍ଗର ଏହି କ୍ରୀଡ଼ାମନ୍ତ୍ରୀ ପୁଣି ଥରେ କ୍ରିକେଟ୍ ମଇଦାନ୍କୁ ଫେରୁଥିବା ସୂଚନା ମିଳିଛି। ଗତ ଗୁରୁବାର ସେ କ୍ରିକେଟ୍ରୁ ସନ୍ୟାସ ନେଉଥିବା ସାମାଜିକ ଗଣମାଧ୍ୟମ ଜରିଆରେ ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, କ୍ରିକେଟ୍କୁ ପୁଣି ଥରେ ଫେରିବା ପାଇଁ ଗାଙ୍ଗୁଲି ତାଙ୍କୁ ଅନୁରୋଧ କରିଥିଲେ। କାରଣ ମନୋଜଙ୍କ ଅଧିନରେ ଗତବର୍ଷ ବେଙ୍ଗଲ ରଣଜୀ ଟ୍ରଫି ଉପବିଜେତା ହୋଇଥିଲା। ଏବେ ହଠାତ ମନୋଜ ଅବସର ନେଲେ ମଧ୍ୟକ୍ରମ ଦୁର୍ବଳ ହୋଇଯିବା ନେଇ ସିଏବି ଆଶଙ୍କା କରିଛି। ମନୋଜ ୧୪୧ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲା ବେଳେ ୧୦ ହଜାର ରନ୍ ମାଇଲ୍ଖୁଣ୍ଟଠୁ ୯୨ ରନ୍ ଦୂରରେ ଅଛନ୍ତି।

Tags: