ଅବସର ଘୋଷଣା କଲେ ଭାରତୀୟ ଟେନିସ୍‌ ଖେଳାଳି ପ୍ରଜ୍ଞେଶ ଗୁଣେଶ୍ବରନ୍‌

ନୂଆଦିଲ୍ଲୀ: ଭାରତୀୟ ଟେନିସ ଖେଳାଳି ପ୍ରଜ୍ଞେଶ ଗୁଣେଶ୍ବରନ ପେସାଗତ ଟେନିସରୁ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖି ୩୫ ବର୍ଷୀୟ ପ୍ରଜ୍ଞେଶ ନିଜ ଅବସର ବିଷୟରେ ସୂଚନା ଦେଇଛନ୍ତି। ଚେନ୍ନାଇର ଏହି ଟେନିସ ଖେଳାଳି ଲେଖିଛନ୍ତି ଯେ ‘‘ଆଜି ଏହା ଲେଖିଲା ବେଳେ ମୋ ହୃଦୟ ଗର୍ବର ସହ ଫୁଲି ଯାଉଛି। ମୁଁ ପ୍ରତିଯୋଗିତାମୂଳକ ଟେନିସ କୋର୍ଟରୁ ବିଦାୟ ନେଉଛି। ଗତ ୩ ଦଶନ୍ଧି ଧରି ଏହି ଖେଳରେ ମୋତେ ସହଯୋଗ କରିଥିବା […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ଟେନିସ ଖେଳାଳି ପ୍ରଜ୍ଞେଶ ଗୁଣେଶ୍ବରନ ପେସାଗତ ଟେନିସରୁ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖି ୩୫ ବର୍ଷୀୟ ପ୍ରଜ୍ଞେଶ ନିଜ ଅବସର ବିଷୟରେ ସୂଚନା ଦେଇଛନ୍ତି। ଚେନ୍ନାଇର ଏହି ଟେନିସ ଖେଳାଳି ଲେଖିଛନ୍ତି ଯେ ‘‘ଆଜି ଏହା ଲେଖିଲା ବେଳେ ମୋ ହୃଦୟ ଗର୍ବର ସହ ଫୁଲି ଯାଉଛି। ମୁଁ ପ୍ରତିଯୋଗିତାମୂଳକ ଟେନିସ କୋର୍ଟରୁ ବିଦାୟ ନେଉଛି। ଗତ ୩ ଦଶନ୍ଧି ଧରି ଏହି ଖେଳରେ ମୋତେ ସହଯୋଗ କରିଥିବା ସମସ୍ତ ଶିକ୍ଷକ ଏବଂ ଯୋଡ଼ି ହୋଇଥିବା ସମସ୍ତ ସାଥୀଙ୍କୁ ଧନ୍ୟବାଦ। ମୋ ରୢାକେଟ୍‌ ବୁଲିବା ଆରମ୍ଭଠୁ ଦେଶ ପାଇଁ ଏତେ ମ୍ୟାଚ୍‌ ଖେଳିବାର ଯାତ୍ରା ସହଜ ନଥିଲା। ଖେଳ ବେଳେ ପ୍ରତ୍ୟେକ ଝାଳ, ସମସ୍ତ ବିଜୟ ମୋ ଦେହରେ ବୁଣି ହୋଇଯାଇଛି। ଟେନିସ ମୋତ‌େ ଅନୁଶାସନ, ସ୍ଥିରତା ଶିଖାଇବା ସହ ସ୍ବପ୍ନ‌ ଦେଖିବାର ଶକ୍ତି ଦେଇଛି। ଏହା ମୋତ‌େ ବି ବିଶ୍ବରେ ଅନେକ ସାଥୀ ଦେଇଛି। ଖାଲି ଖେଳ ଜୀବନ ନୁହେଁ ମଣିଷ ଭାବେ ଆହ୍ବାନକୁ ସାମ୍ନା କରିବାର କଳା ଶିଖାଇଛି। ଏହି ପଛରେ ଥିବା ମୋ ପ୍ରଶିକ୍ଷକ, ଦଳୀୟ ସାଥୀ, ପରିବାର ଓ ପ୍ରଶଂସକଙ୍କ ପାଖରେ ମୁଁ ନତମସ୍ତକ। ଏହି କ୍ରୀଡ଼ା ମୋତ‌େ ବହୁତ କିଛି ଦେଇଛି। ଏହା ପାଖରେ ମୁଁ ଋଣୀ’’। ୨୦୧୯ରେ ପ୍ରଜ୍ଞେଶ ଜୀବନରେ ଶ୍ରେଷ୍ଠ ମାନ୍ୟତା ୭୫ତମ ସ୍ଥାନ ପାଇଥିଲେ। ଭାରତୀୟ ଭାବେ ଓପନ୍‌ ଏରାରେ ଏହି ମାନ୍ୟତାରେ ପହଞ୍ଚିବାରେ ସେ ଅଷ୍ଟମ ହୋଇଥିଲେ। ୨୦୧୯ରେ ସେ ସମସ୍ତ ୪ ଗ୍ରାଣ୍ଡ ସ୍ଲାମ୍‌ ସହ ମୋଟ ୫ ଗ୍ରାଣ୍ଡ ସ୍ଲାମ୍‌ ପ୍ରତିଯୋଗିତା ଖେଳିବାର ସୌଭାଗ୍ୟ ପାଇଥିଲେ। ସେ ୨ଟି ଏଟିପି ଚ୍ୟାଲେଞ୍ଜର ମୁକୁଟ ସହ ୨୦୧୮ ଏସୀୟ କ୍ରୀଡ଼ାରେ କାଂସ୍ୟ ଜିତିଥିଲେ। ଅବସର ପରେ ପ୍ରଜ୍ଞେଶଙ୍କୁ ତାଙ୍କ ସାଥୀ ରୋହନ ବୋପାନ୍ନା ଓ ମହେଶ ଭୂପତି ଆଗାମୀ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି।

Tags: