ଅବସର ଘୋଷଣା କଲେ ଅଷ୍ଟ୍ରେଲୀୟ ମହିଳା କ୍ରିକେଟର୍ ମେଗ୍ ଲାନିଂ

ମେଲବର୍ଣ୍ଣ: ଅଷ୍ଟ୍ରେଲୀୟ ମହିଳା କ୍ରିକେଟର୍ ମେଗ ଲାନିଂ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ୧୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ଲାନିଂ ୭ ଥର ବିଶ୍ବ ବିଜେତା ଦଳର ସଦସ୍ୟା ହେବାର ଗୌରବ ଅର୍ଜନ କରିଛନ୍ତି। ଏହାମଧ୍ୟରେ ତାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ୫ ଥର ବିଜେତା ହୋଇଛି। ୩୧ ବର୍ଷୀୟ ଲାନିଂଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଗତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଥିଲା। ସେ ସମସ୍ତ ଫର୍ମାଟ୍ରେ ଦେଶର ଅଗ୍ରଣୀ ରନ୍ ସ୍କୋରର୍। ସେ ୨୪୧ […]

Samaya Live Picture
Published On

ମେଲବର୍ଣ୍ଣ: ଅଷ୍ଟ୍ରେଲୀୟ ମହିଳା କ୍ରିକେଟର୍ ମେଗ ଲାନିଂ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ୧୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ଲାନିଂ ୭ ଥର ବିଶ୍ବ ବିଜେତା ଦଳର ସଦସ୍ୟା ହେବାର ଗୌରବ ଅର୍ଜନ କରିଛନ୍ତି। ଏହାମଧ୍ୟରେ ତାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ୫ ଥର ବିଜେତା ହୋଇଛି। ୩୧ ବର୍ଷୀୟ ଲାନିଂଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଗତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଥିଲା। ସେ ସମସ୍ତ ଫର୍ମାଟ୍ରେ ଦେଶର ଅଗ୍ରଣୀ ରନ୍ ସ୍କୋରର୍। ସେ ୨୪୧ (୬ ଟେଷ୍ଟ୍, ୧୦୩ ଦିଦିକିଆ, ୧୩୨ ଟ୍ବେଣ୍ଟି-୨୦) ମ୍ୟାଚରୁ ୮୩୫୨ ରନ୍ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ ମଧ୍ୟ ବିଶ୍ବର ପେସାଦାର ଟ୍ବେଣ୍ଟି-୨୦ ଲିଗ୍ରେ ଖେଳିବା ଜାରି ରଖିବେ। ସିଙ୍ଗାପୁରରେ ଜନ୍ମଗ୍ରହଣ କରିଥିବା ଲାନିଂ ୨୦୧୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ମାତ୍ର ୧୮ ବର୍ଷ ବୟସରେ ସେ ଶତକ ଅର୍ଜନ କରି ଅଷ୍ଟ୍ରେଲିଆର ସର୍ବକନିଷ୍ଠ ମହିଳା ଖେଳାଳି ହୋଇଥିଲେ। ୨୦୧୧ରେ ପର୍ଥର ୱାକା ଗ୍ରାଉଣ୍ଡରେ ସେ ଇଂଲଣ୍ଡ ବିପକ୍ଷରେ ୧୦୪ ରନ୍ର ପାଳି ଖେଳିଥିଲେ। ଏହା ପର ବର୍ଷ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୫ ବଲ୍ରେ ଶତକ ଅର୍ଜନ କରି ଦିନିକିଆରେ ଦ୍ରୁତତମ ଅଷ୍ଟ୍ରେଲୀୟ ହୋଇଥିଲେ। ଏହି କୀର୍ତ୍ତିମାନ ଗତ ମାସ ୨୫ ତାରିଖ ପର୍ଯ୍ୟନ୍ତ ରହିଥିଲା। ଭାରତରେ ଚାଲିଥିବା ବିଶ୍ବକପ୍ରେ ନେଦରଲାଣ୍ଡ୍ସ ବିପକ୍ଷରେ ୪୦ ବଲ୍ରେ ଶତକ ଅର୍ଜନ କରି ଗ୍ଲେନ୍ ମ୍ୟାକ୍ସୱେଲ ଏହି କୀର୍ତ୍ତିମାନ ଭାଙ୍ଗିଥିଲେ। ଲାନିଂ ୨୧ ବର୍ଷ ବୟସରେ ଅଷ୍ଟ୍ରେଲିଆର ନେତୃତ୍ବ ନେଇଥିଲା ବେଳେ ୨୦୧୪ରେ ସ୍ଥାୟୀ ହୋଇଥିଲେ। ୨୦୧୭ ବିଶ୍ବକପ୍ ସେମିଫାଇନାଲ୍ରେ ଭାରତଠୁ ହାରିବା ଲାନିଂଙ୍କ ଅଧିନାୟିକା ଜୀବନର ଖରାପ ମୁହୂର୍ତ୍ତ ହୋଇଥିଲା।

Tags: