ଅଣ ଆନ୍ତର୍ଜାତିକ କ୍ରିକେଟର୍ ଭାବେ ଗୋଟିଏ ସିଜନ୍ରେ ସର୍ବାଧିକ ରନ୍ କଲେ ଜୟସ୍ବାଲ

ନୂଆଦିଲ୍ଲୀ : ରାଜସ୍ଥାନ ରୟାଲ୍ସ ଓପ୍ନର ଯଶସ୍ବୀ ଜୟସ୍ବାଲ୍ ଶୁକ୍ରବାର ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଇପିଏଲ୍ର ଗୋଟିଏ ଋତୁରେ ଜଣେ ଅଣ ଆନ୍ତର୍ଜାତିକ କ୍ରିକେଟର ଭାବେ ଜୟସ୍ବାଲ୍ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ମ୍ୟାଚ୍ ଖେଳୁଥିଲା ବେଳେ ଜୟସ୍ବାଲ୍ ୩୬ ବଲ୍ରୁ ୫୦ ରନ୍ କରି ଆଉଟ୍ ହୋଇଥିଲେ। ଏଥିଯୋଗୁଁ ଚଳିତ ଋତୁରେ ୧୪ ମ୍ୟାଚ୍ରୁ ୪୮.୦୭ ହାରରେ ସେ ୬୨୫ ରନ୍ ସଂଗ୍ରହ କରିସାରିଲେଣି। ଏହାମଧ୍ୟରେ ଗୋଟିଏ […]

Samaya Live Picture
Published On

ନୂଆଦିଲ୍ଲୀ : ରାଜସ୍ଥାନ ରୟାଲ୍ସ ଓପ୍ନର ଯଶସ୍ବୀ ଜୟସ୍ବାଲ୍ ଶୁକ୍ରବାର ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଇପିଏଲ୍ର ଗୋଟିଏ ଋତୁରେ ଜଣେ ଅଣ ଆନ୍ତର୍ଜାତିକ କ୍ରିକେଟର ଭାବେ ଜୟସ୍ବାଲ୍ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ମ୍ୟାଚ୍ ଖେଳୁଥିଲା ବେଳେ ଜୟସ୍ବାଲ୍ ୩୬ ବଲ୍ରୁ ୫୦ ରନ୍ କରି ଆଉଟ୍ ହୋଇଥିଲେ। ଏଥିଯୋଗୁଁ ଚଳିତ ଋତୁରେ ୧୪ ମ୍ୟାଚ୍ରୁ ୪୮.୦୭ ହାରରେ ସେ ୬୨୫ ରନ୍ ସଂଗ୍ରହ କରିସାରିଲେଣି। ଏହାମଧ୍ୟରେ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଜୟସ୍ବାଲ୍ଙ୍କ ଏହି ପାଳି ବଳରେ ୧୫ ବର୍ଷର ପୁରୁଣା କୀର୍ତ୍ତିମାନକୁ ସେ ଭାଙ୍ଗିଥିଲେ। ଅଷ୍ଟ୍ରେଲୀୟ କ୍ରିକେଟର ସନ୍ ମାର୍ଶ ୨୦୦୮ରେ ଅଣ ଆନ୍ତର୍ଜାତିକ କ୍ରିକେଟର ଭାବେ ୧୧ ମ୍ୟାଚ୍ରୁ ୬୧୬ ରନ୍ କରି ତାଲିକାର ଆଗରେ ରହିଥିଲେ। ୨୦୨୦ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ଈଶାନ କିଶନ ୫୧୬ ରନ୍, ୨୦୧୮ରେ ସୂର୍ଯ୍ୟକୁମାର ଯାଦବ ୫୧୨ ରନ୍ ଏବଂ ୨୦୨୦ରେ ଦେବଦତ୍ତ ପଡ଼ିକଲ୍ ୪୭୩ ରନ୍ କରି ତାଲିକାର ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।

Tags: