ଅଗଷ୍ଟ ୨୫ରୁ ୭ଟି ପର୍ଯ୍ୟାୟରେ ବିକ୍ରି ହେବ ଦିନିକିଆ ବିଶ୍ବକପ୍ ଟିକେଟ୍
ନୂଆଦିଲ୍ଲୀ: ଆଇସିସି ଦିନିକିଆ ପୁରୁଷ ବିଶ୍ବକପ୍ ପାଇଁ ଅଗଷ୍ଟ ୨୫ ତାରିଖରୁ ଟିକେଟ୍ ବିକ୍ରି ଆରମ୍ଭ ହେବ। ଆଇସିସି ପକ୍ଷରୁ ସଂଶୋଧିତ ବିଶ୍ବକପ୍ ସୂଚୀ ପ୍ରକାଶ କରିବା ସହିତ ଟିକେଟ୍ ବିକ୍ରି ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରିଛି। ଏହି ମେଗା ଇଭେଣ୍ଟର ଚାହିଦାକୁ ଦେଖି ଟିକେଟ୍ଗୁଡ଼ିକୁ ୭ଟି ପର୍ଯ୍ୟାୟରେ ବିକ୍ରି କରିବାକୁ ଆଇସିସି ନିଷ୍ପତ୍ତି ନେଇଛି। ଦର୍ଶକମାନେ https://www.cricketworldcup.com/register ୱେବସାଇଟ୍ ମାଧ୍ୟରେ ଟିକେଟ୍ ବୁକିଂ କରିପାରିବେ। ପ୍ରଥମେ ୨୫ ତାରିଖରେ ଅଣ ଭାରତୀୟ ୱାର୍ମ ଅପ୍ […]
ନୂଆଦିଲ୍ଲୀ: ଆଇସିସି ଦିନିକିଆ ପୁରୁଷ ବିଶ୍ବକପ୍ ପାଇଁ ଅଗଷ୍ଟ ୨୫ ତାରିଖରୁ ଟିକେଟ୍ ବିକ୍ରି ଆରମ୍ଭ ହେବ। ଆଇସିସି ପକ୍ଷରୁ ସଂଶୋଧିତ ବିଶ୍ବକପ୍ ସୂଚୀ ପ୍ରକାଶ କରିବା ସହିତ ଟିକେଟ୍ ବିକ୍ରି ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରିଛି। ଏହି ମେଗା ଇଭେଣ୍ଟର ଚାହିଦାକୁ ଦେଖି ଟିକେଟ୍ଗୁଡ଼ିକୁ ୭ଟି ପର୍ଯ୍ୟାୟରେ ବିକ୍ରି କରିବାକୁ ଆଇସିସି ନିଷ୍ପତ୍ତି ନେଇଛି। ଦର୍ଶକମାନେ https://www.cricketworldcup.com/register ୱେବସାଇଟ୍ ମାଧ୍ୟରେ ଟିକେଟ୍ ବୁକିଂ କରିପାରିବେ। ପ୍ରଥମେ ୨୫ ତାରିଖରେ ଅଣ ଭାରତୀୟ ୱାର୍ମ ଅପ୍ ଓ ଇଭେଣ୍ଟ ମ୍ୟାଚ୍ ଟିକେଟ୍ ବିକ୍ରି କରାଯିବ। ଭାରତ ଖେଳିବାକୁ ଥିବା ମ୍ୟାଚ୍ଗୁଡ଼ିକର ଟିକେଟଗୁଡ଼ିକୁ ପରବର୍ତ୍ତୀ ପର୍ଯ୍ୟାୟରେ ବିକ୍ରି କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ୩୦ ତାରିଖରେ ଗୁଆହାଟୀ ଓ ତ୍ରିଭେନ୍ଦ୍ରମ୍ରେ, ୩୧ ତାରିଖରେ ଚେନ୍ନାଇ, ଦିଲ୍ଲୀ ଓ ପୁଣେରେ, ସେପ୍ଟେମ୍ବର ୧ ତାରିଖରେ ଧର୍ମଶାଳା, ଲକ୍ଷ୍ନୌ ଓ ମୁମ୍ବାଇରେ, ୨ ତାରିଖରେ ବେଙ୍ଗାଲୁରୁ ଓ କୋଲ୍କାତାରେ, ୩ ତାରିଖରେ ଅମହଦାବାଦ୍ରେ ଟିକେଟ୍ ବିକ୍ରି ଶେଷ ହେବା ପରେ ୧୫ ତାରିଖରେ ସେମିଫାଇନାଲ୍ ଓ ଫାଇନାଲ୍ ପାଇଁ ଟିକେଟ୍ ବିକ୍ରି କରାଯିବାକୁ ସ୍ଥିର ହୋଇଛି। କୌଣସି ଇ-ଟିକେଟ୍ ପରିବର୍ତ୍ତେ ମୁଖ୍ୟ ଟିକେଟ୍କୁ ଷ୍ଟାଡିୟମ୍ରେ ପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କୁ ଦେଖାଇବାକୁ ହେବ। ଯେଉଁମାନେ ଅନ୍ଲାଇନ୍ରେ ଟିକେଟ୍ ବୁକିଂ କରିବେ ସେମାନଙ୍କ ପାଇଁ ମ୍ୟାଚ୍ ସ୍ଥାନରେ ୭ରୁ ୮ଟି କାଉଣ୍ଟର ମାଧ୍ୟମରେ ତାହାକୁ ବଦଳ କରି ମୁଖ୍ୟ ଟିକେଟ୍ ଆଣିବାକୁ ହେବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ବିଶ୍ବକପ୍ ଅକ୍ଟୋବର ୫ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ୧୦ଟି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ।




