ଅକ୍ଟୋବର ୧୪ରେ ଭାରତ-ପାକିସ୍ତାନ ଦିନିକିଆ ବିଶ୍ବକପ୍ ମୁକାବିଲା

ମୁମ୍ବାଇ: ନବରାତ୍ରୀ ଉତ୍ସବ ପାଳନକୁ ନଜରରେ ରଖି ଭାରତ-ପାକିସ୍ତାନ ଦିନିକିଆ ବିଶ୍ବକପ୍ ମ୍ୟାଚ୍କୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୧୪ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଏହି ହାଇ ଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ ବୋଲି ବିସିସିଆଇ ସମ୍ପାଦକ ତଥା ଏସୀୟ କ୍ରିକେଟ୍ ପରିଷଦ ସଭାପତି ଜୟ ଶାହ ଘୋଷଣା କରିଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ଆଉ କେତେକ ମ୍ୟାଚ୍ ତାରିଖରେ ପରିବର୍ତ୍ତନ କରାଯାଇ ଚୂଡ଼ାନ୍ତ ଖେଳସୂଚୀ ଘୋଷଣା କରାଯିବ ବୋଲି ଜୟ ସୂଚନା […]

Samaya Live Picture
Published On

ମୁମ୍ବାଇ: ନବରାତ୍ରୀ ଉତ୍ସବ ପାଳନକୁ ନଜରରେ ରଖି ଭାରତ-ପାକିସ୍ତାନ ଦିନିକିଆ ବିଶ୍ବକପ୍ ମ୍ୟାଚ୍କୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୧୪ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଏହି ହାଇ ଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ ବୋଲି ବିସିସିଆଇ ସମ୍ପାଦକ ତଥା ଏସୀୟ କ୍ରିକେଟ୍ ପରିଷଦ ସଭାପତି ଜୟ ଶାହ ଘୋଷଣା କରିଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ଆଉ କେତେକ ମ୍ୟାଚ୍ ତାରିଖରେ ପରିବର୍ତ୍ତନ କରାଯାଇ ଚୂଡ଼ାନ୍ତ ଖେଳସୂଚୀ ଘୋଷଣା କରାଯିବ ବୋଲି ଜୟ ସୂଚନା ଦେଇଛନ୍ତି। ପୂର୍ବରୁ କେତେକ ମ୍ୟାଚ୍ରେ ପରିବର୍ତ୍ତନ ପାଇଁ ୩ଟି ଦଳ ପକ୍ଷରୁ ବିସିସିଆଇକୁ ଅନୁରୋଧ କରାଯାଇଥିଲା। ଏହା ଉପରେ ଜୟ କହିଛନ୍ତି ଯେ ପୂର୍ବ ଘୋଷିତ ଖେଳସୂଚୀରେ କେବଳ ତାରିଖ ଓ ମ୍ୟାଚ୍ ଆରମ୍ଭର ସମୟ ପରିବର୍ତ୍ତନ ହୋଇପାରେ। କିନ୍ତୁ ମ୍ୟାଚ୍ର ସ୍ଥାନ ପରିବର୍ତ୍ତନ ହେବନାହିଁ। କେତେକ ଦଳଙ୍କ ମ୍ୟାଚ୍ଗୁଡ଼ିକ ମଧ୍ୟରେ ପାଖାପାଖି ୬ ଦିନର ବ୍ୟବଧାନ ରହିଛି। ଏହାକୁ କିଛି କ୍ରିକେଟ୍ ବୋର୍ଡ ପସନ୍ଦ କରିନାହାନ୍ତି। ଫଳେ୍ର ଉକ୍ତ ଦଳଙ୍କ ୨ଟି ମ୍ୟାଚ୍ ମଧ୍ୟରେ ୪ରୁ ୫ ଦିନ ବ୍ୟବଧାନ ରଖାଯାଇ ନୂତନ ଖେଳସୂଚୀ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ମୁକାବିଲା ଅକ୍ଟୋବର ୧୫ରେ ଖେଳାଯିବାର ଥିଲା। ହେଲେ ଏହି ଦିନ ନବରାତ୍ରୀରର ପ୍ରଥମ ଦିନ ଥିବାରୁ ଅହମଦାବଦରେ ବଡ଼ଧରଣର ଉତ୍ସବ ପାଳନ କରାଯିବ। ତେଣୁ ଅହମଦାବାଦ ପୁଲିସ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ପାଇଁ ଆବଶ୍ୟକୀୟ ସୁରକ୍ଷା ଯୋଗାଇବାକୁ ଅକ୍ଷମତା ପ୍ରକାଶ କରିଥିଲା।

Tags: