sport news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ପାରାଅଲମ୍ପିକ୍ସ: ସୁଟିଂରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ଅବନୀ
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୩୦: ଟୋକିଓରେ ଚାଲୁଥିବା ପାରାଅଲମ୍ପିକ୍ସରେ ଅବନୀ ଲେଖରା ସୁଟିଂରେ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି । ଏହାସହ ସେ ଭାରତ ପାରାଅଲମ୍ପିକ୍ସ ସୁଟିଂ ଖେଳରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ଆଜି ସକାଳ ୭.୩୦ରେ ହୋଇଥିବା ମହିଳା ସୁଟିଂର ଫାଇନାଲରେ ୧୯ ବର୍ଷୀୟା ଅବନୀ ୧୦ ମିଟର ଏୟାର୍ ରାଇଫଲ୍ର କ୍ଲାସ୍ ଏସ୍ଏଚ୍-୧ରେ ୨୪୯.୬ ପଏଣ୍ଟ ସ୍କୋର କରି ପ୍ରଥମ […]
ପାରାଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୪: ଆଜିଠାରୁ ଟୋକିଓରେ ବିଶ୍ୱ ମହାକୁମ୍ଭ ପାରା ଅଲମ୍ପିକ୍ସ ଆରମ୍ଭ ହୋଇଛି । ସାରାବିଶ୍ୱରେ ୨୦୦ରୁ ଊର୍ଦ୍ଧ୍ୱ ଦେଶର ୪୦୦୦ ପାରା ଆଥ୍ଲେଟ୍ ଏଥିରେ ଅଂଶଗ୍ରହଣ କରିଛନ୍ତି । ତେବେ, ଭାରତରୁ ୫୪ ଜଣ ପାରା ଆଥ୍ଲେଟ୍ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଆମ ଓଡ଼ିଶାର ଜଣେ ଯୁବ ପ୍ରତିଭା ପ୍ରମୋଦ ଭାଗତ ରହିଛନ୍ତି । ସେ ଓଡ଼ିଶାର ନମ୍ବର ୱାନ୍ ପାରା-ସଟ୍ଲର ଭାବେ ପରିଚିତ । ସେ ବ୍ୟାଡମିଣ୍ଟନ ଖେଳନ୍ତି । […]
ହକିରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ମଉଳିଲା, ଆର୍ଜେଣ୍ଟିନାଠୁ ହାରିଲା ଭାରତୀୟ ମହିଳା ହକି ଦଳ
Published On
By Samaya Live
ଭୁବନେଶ୍ୱର:ଅଗଷ୍ଟ ୪: ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମଥର ସେମି ଫାଇଲାନକୁ ପ୍ରବେଶ କରିଥିବା ମହିଳା ଭାରତୀୟ ହକି ଦଳ ଆଜି ଆର୍ଜେଣ୍ଟିନା ଠାରୁ ପରାସ୍ତ ହୋଇଛି । ଆର୍ଜେଣ୍ଟିନା ଭାରତକୁ ୨-୧ରେ ହରାଇ ଫାଇନାଲ୍କୁ ପ୍ରବେଶ କରିଛି । ତେବେ ଭାରତୀୟ ମହିଳା ଦଳ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବେ । ଆସନ୍ତା ୬ ତାରିଖରେ ସମୟ ସକାଳ ୭ଟାରେ ଭାରତୀୟ ଦଳ ଗ୍ରେଟ୍ ବ୍ରିଟେନ୍ ଦଳକୁ ଭେଟିବ । ମ୍ୟାଚ୍ ଆରମ୍ଭରୁ ଭାରତୀୟ […]
ବକ୍ସର ଲଭଲିନା ଆଣିଲେ ଭାରତ ପାଇଁ ବ୍ରୋଞ୍ଜ ପଦକ, ସେମିଫାଇନାଲ୍ରେ ଦୁଇ ଭାରତୀୟ ପୁରୁଷ କୁସ୍ତି ଖେଳାଳୀ
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୪: ଟୋକିଓ ଅଲମ୍ପିକ୍ସରେ ବକ୍ସର ଲଭଲିନା ବୋରଘୋଇନ୍ ବ୍ରୋଞ୍ଜ ପଦକ ଜିତି ଭାରତର ଗୌରବ ବଢ଼ାଇଛନ୍ତି । ସେ ତୁର୍କୀର ଖେଳାଳୀ ବୁସେନାଜ ସୁରମେନେଲିଙ୍କୁ ସେମିଫାଇନାଲ୍ ରାଉଣ୍ଡରେ ୦-୫ ପଏଣ୍ଟ ଦେଇଛନ୍ତି । ଏହାସହ ତୁର୍କୀ ଖେଳାଳୀ ଫାଇନାଲ୍କୁ ପ୍ରବେଶ କରିଛନ୍ତି । ଭାରତୀର ଦୁଇ କୁସ୍ତି ଯୋଦ୍ଧା ଆଜି ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ରେସ୍ଲର ରବି ଦହିଆ ଏବଂ ଦୀପକ ପୁନିଆ ଦୁହେଁ କୁସ୍ତିର ସେମିଫାଇନାଲ୍ରେ ନିଜ ନିଜ ସ୍ଥାନ […]
ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ପ୍ରବେଶ କଲା ସେମିରେ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ସୋମବାର ଅଦ୍ଭୁତ ଖେଳ ପ୍ରଦର୍ଶନ କରି ଭାରତୀୟ ଖେଳପ୍ରେମୀଙ୍କ ମନ ଜିଣି ନେଇଛନ୍ତି । ଆଜି ହୋଇଥିବା କ୍ୱାର୍ଟରଫାଇନାଲ୍ ରାଉଣ୍ଡରେ ଭାରତୀୟ ଦଳ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ସେମିଫାଇନାଲରେ ନିଜର ସ୍ଥାନ ଦୃଢ଼ କରିଛି । ପ୍ରଥମ ଥର ପାଇଁ ମହିଳା ହକି ଦଳ ସେମିଫାଇନାଲ୍ରେ ପ୍ରବେଶ କରିଛି । ଗୋଲକିପର୍ ତଥା ଉପ ଅଧିନାୟକ ସବିତା ପୁନିଆଙ୍କୁ […]
ବ୍ୟାଡମିଣ୍ଟନ୍ ଓ ବକ୍ସିଂରୁ ମିଳିଲା ନିରାଶ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୩୧: ଭାରତୀୟ ଖେଳପ୍ରେମୀଙ୍କୁ ନିରାଶ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳୀ ପି ଭି ସିନ୍ଧୁ । ଟୋକିଓ ଅଲମ୍ପିକ୍ସ ମହାସମରରେ ଆଜି ହୋଇଥିବା ବ୍ୟାଡମିଣ୍ଟନ୍ ସେମିଫାଇନାଲ୍ ମ୍ୟାଚ୍ରେ ସେ ଚୀନ୍ର ପାଇପେ ଖେଳାଳୀ ତାଇ ଜୁ ଇଙ୍ଗ୍ଙ୍କଠାରୁ ପରାସ୍ତ ହୋଇଯାଇ ଫାଇନାଲ୍ ରେସ୍ରୁ ବାହାରି ଯାଇଛନ୍ତି । ସିନ୍ଧୁ ଏବେ ବ୍ରୋଞ୍ଜ ପଦକ ପାଇଁ ଆଗକୁ ଖେଳିବେ । ସିନ୍ଧୁ ୨୧-୧୮, ୨୧-୧୨ ଗେମ୍ରେ ତାଇଙ୍କଠାରୁ ପରାସ୍ତ ହୋଇଛନ୍ତି । ସେ ରବିବାର ଚୀନ୍ର ଖେଳାଳୀ […]
ଭାରତ ପାଇଁ ପଦକ ନିଶ୍ଚିନ୍ତ କଲେ ବକ୍ସର ଲବଲିନା
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୩୦: ଭାରତୀୟ ବକ୍ସିଂପ୍ରେମୀଙ୍କ ପାଇଁ ମହିଳା ବକ୍ସର ଲବଲିନା ବୋଘୋହାଇନ୍ ନିଶ୍ଚିନ୍ତ ଆଶା ଆଣିଦେଇଛନ୍ତି । ଆଜିର କ୍ୱାଟର ଫାଇଲାନଲ ରାଉଣ୍ଡରେ ସେ ଚୀନ୍ର ନିଏନ ଚିନ ଚେନ୍ଙ୍କୁ ୪-୧ରେ ପରାସ୍ତ କରି ନିଜ ସ୍ଥାନ ସେମିଫାଇନାଲ୍ରେ ଦୃଢ଼ କରିଛନ୍ତି । ଲବଲନା ଆସନ୍ତା ବୁଧବାର ଦିନ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ତୁର୍କୀର ବକ୍ସର ବୁସେନାଜ ସୁରମେନେଲିଙ୍କୁ ଭେଟିବେ । ଅନ୍ୟପକ୍ଷେ, ଟୋକିଓ ଅଲମ୍ପିକ୍ସରେ ମହିଳାଳ ବକ୍ସିଂ ଖେଳାଳୀ ଭାରତୀୟଙ୍କୁ ନିରାଶ କରିଛନ୍ତି । […]

