ଏହିଦିନ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ
ସମୟ ଲାଇଭ୍,୨୧/୧୧: ୨୦୧୯ ମସିହା ଶେଷ ହେବାକୁ ଯାଉଥିବାବେଳେ ବର୍ଷର ଶେଷ ମାସରେ ଏକ ସୂର୍ଯ୍ୟ ପରାଗ ସଂଘଠିତ ହେବାକୁ ଯାଉଛି। ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିବ। ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୬ ଜାନୁଆରୀରେ ଲାଗିଥିବାବେଳେ ଆସନ୍ତା ମାସରେ ସଂଗଠିତ ହେବାକୁ ଥିବା ସୂର୍ଯ୍ୟପରାଗ ହେବ ବର୍ଷର ଶେଷ ତଥା ତୃତୀୟ ସୂଯ୍ୟପରାଗ। ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଗତ ଜୁଲାଇମାସ ୨ ତାରିଖରେ ଦୃଶ୍ୟମାନ ହୋଇଥିଲା। ତେବେ ବର୍ଷର ଶେଷ ସୂର୍ଯ୍ୟପରାଗ ଡ଼ିସେମ୍ବର ୨୬ […]
ସମୟ ଲାଇଭ୍,୨୧/୧୧: ୨୦୧୯ ମସିହା ଶେଷ ହେବାକୁ ଯାଉଥିବାବେଳେ ବର୍ଷର ଶେଷ ମାସରେ ଏକ ସୂର୍ଯ୍ୟ ପରାଗ ସଂଘଠିତ ହେବାକୁ ଯାଉଛି। ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିବ। ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୬ ଜାନୁଆରୀରେ ଲାଗିଥିବାବେଳେ ଆସନ୍ତା ମାସରେ ସଂଗଠିତ ହେବାକୁ ଥିବା ସୂର୍ଯ୍ୟପରାଗ ହେବ ବର୍ଷର ଶେଷ ତଥା ତୃତୀୟ ସୂଯ୍ୟପରାଗ।
ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଗତ ଜୁଲାଇମାସ ୨ ତାରିଖରେ ଦୃଶ୍ୟମାନ ହୋଇଥିଲା। ତେବେ ବର୍ଷର ଶେଷ ସୂର୍ଯ୍ୟପରାଗ ଡ଼ିସେମ୍ବର ୨୬ ତାରିଖରେ ସଂଗଠିତ ହେବ ବୋଲି ଜ୍ୟୋର୍ତିବିଦମାନେ ମତ ଦେଇଛନ୍ତି। ଏହି ସୂର୍ଯ୍ୟପରାଗକୁ ବୈଜ୍ଞାନିକମାନେ ‘ରିଙ୍ଗ ଅଫ୍ ଫାୟାର’ ନାମ ଦେଇଥିବାବେଳେ ଏହା ନିଆଁର ମୁଦ୍ରିକା ସମାନ ପ୍ରତ୍ୟୟମାନ ହେବ। ଏହି ପରାଗ ସମୟରେ ସୂର୍ଯ୍ୟର କେବଳ ମଧ୍ୟ ଭାଗକୁ ଛାୟା ଗେରି ରହିବ। ସୂର୍ଯ୍ୟର ମଧ୍ୟ ଭାଗକୁ ଛାଡ଼ିଦେଲେ ସୂର୍ଯ୍ୟର ଚତୁଃପାର୍ଶ୍ବ ଆଲୋକିତ ରହିବ। ତେବେ ଏହି ପରାଗକୁ ବଳୟାକାର ପରାଗ ମଧ୍ୟ କୁହାଯାଉଛି। ଏପରି ପରାଗରେ ସୂର୍ଯ୍ୟରେ ପୂର୍ଣ୍ଣଗ୍ରହଣ ଲାଗେ ନାହିଁ। ଭାରତ, ସାଉଦିଆରବ, କତାର, ଇଣ୍ଡୋନେସିଆ, ଶ୍ରୀଲଙ୍କା, ସୁମାତ୍ରା, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର ଆଦି ସ୍ଥାନରେ ଏହି ପରାଗ ଦୃଶ୍ୟମାନ ହେବ। ଭାରତରେ ଭାରତୀୟ ସମୟାନୁସାରେ ୨୬ ଡ଼ିସେମ୍ବର ସକାଳ ୮ଟା ୧୭ ମିନିଟରୁ ଆରମ୍ଭ ହୋଇ ୧୦ଟା ୫୭ ପର୍ଯ୍ୟନ୍ତ ଗ୍ରହଣ ଲାଗିବ। ତେବେ ୨୫ ତାରିଖ ସଂଧ୍ୟା ୫ଟା ୩୨ ମିନିଟରୁ ସୂତକ ସମୟ ଆରମ୍ଭ ହେବା ସହ ପାକ ତ୍ୟାଗ କରାଯିବ। ଏହି ସମୟରେ କୌଣସି ଶୁଭକାର୍ଯ୍ୟ କରାଯିବାକୁ ବାରଣ କରାଯିବ ସହ ଗର୍ଭବତୀ ମହିଳାଙ୍କୁ ପରାଗ ସମୟକୁ ବାହାରକୁ ଆସିବା ପାଇଁ ମନା କରାଯାଇଛି। ପରାଗ ସମୟରେ ସୂର୍ଯ୍ୟରୁ ବାହାରୁଥିôବା ତେଜସ୍କ୍ରିୟ ରଶ୍ମୀ ଗର୍ଭବତୀଙ୍କ ପାଇଁ ହାନିକାରକ ହୋଇଥାଏ।
Tags:




