ମହାରାଷ୍ଟ୍ରରେ ବିଜେପି ବିନା ସରକାର ନାହିଁ: ବିଜେପି ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ
ସମୟ ଲାଇଭ,୧୫/୧୧:ମହାରାଷ୍ଟ୍ର ରାଜନୀତିରେ ସରକାର ଗଢିବା ନେଇ ଦୀର୍ଘଦିନ ଧରି ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତାର ଅନ୍ତଃ ହେବା ନା ଧରୁନାହିଁ। ଏପଟେ ଦିନକୁ ଦିନ ବୟାନବାଜି ବଢିବାରେ ଲାଗିଛି। କୈଣସି ଦଳ ସଂଖ୍ୟା ଗରିଷ୍ଠତା ଦେଖେଇ ପାରିନଥିବା ଯୋଗୁଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ମୋହର ବାଜିଛି। ଶିବସେନା ବିଜେପିସହ ମେଣ୍ଟ ଭାଙ୍ଗିବା ପରେ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ରାଜ୍ୟରେ ସରକାର ଗଢିବା ନେଇ ଆଶା ବ୍ୟକ୍ତ […]
ସମୟ ଲାଇଭ,୧୫/୧୧:ମହାରାଷ୍ଟ୍ର ରାଜନୀତିରେ ସରକାର ଗଢିବା ନେଇ ଦୀର୍ଘଦିନ ଧରି ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତାର ଅନ୍ତଃ ହେବା ନା ଧରୁନାହିଁ। ଏପଟେ ଦିନକୁ ଦିନ ବୟାନବାଜି ବଢିବାରେ ଲାଗିଛି। କୈଣସି ଦଳ ସଂଖ୍ୟା ଗରିଷ୍ଠତା ଦେଖେଇ ପାରିନଥିବା ଯୋଗୁଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ମୋହର ବାଜିଛି। ଶିବସେନା ବିଜେପିସହ ମେଣ୍ଟ ଭାଙ୍ଗିବା ପରେ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ରାଜ୍ୟରେ ସରକାର ଗଢିବା ନେଇ ଆଶା ବ୍ୟକ୍ତ କରିଥିବା ବେଳେ ଆଜି ବିଜେପି ନେତାଙ୍କ ବୟାନ ପୁଣି ଥରେ ମହାରାଷ୍ଟ୍ର ରାଜନୀତିକୁ ରୋଚକ ମୋଡକୁ ନେଇ ଆସିଛି। ମହାରାଷ୍ଟ୍ରରେ ବିଜେପି ବିନା ସରକାର ଗଠନ ସହଜ ହେବନାହିଁ ବୋଲି ଯୁୂକ୍ତି ବାଢିଛନ୍ତି ବିଜେପି ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ। ସେ କହିଛନ୍ତି, “ଆମ ପାଖରେ ସର୍ବାଧିକ ବିଧାୟକ ରହିଛନ୍ତି। ୧୧୯ ବିଧାୟକଙ୍କ ସମର୍ଥନରେ ବିଜେପି ମହାରାଷ୍ଟ୍ରରେ ସରକାର ଗଠନ କରିବ। ଦେବେନ୍ଦ୍ର ଫଡନାଭିସ ସରକାର ଗଠନ ପାଇଁ ପ୍ରକ୍ରିୟା ଜାରି ରଖିଥିବା ଦଳର ବରିଷ୍ଠ ନେତାଙ୍କ ଆଗରେ କହିଛନ୍ତି। ଆମର ବି ତାଙ୍କ ଉପରେ ବିଶ୍ୱାସ ରହିଛି। ଆମେ ସର୍ବଦା ଏକ ସ୍ଥିର ସରକାର ରାଜ୍ୟରେ ଦେବାକୁ ଚେଷ୍ଟା କରିବୁ।

Tags:




