ବିଧାନସଭା: ଚତୁର୍ଥ ଦିନରେ ତେଜିଲା ସ୍ମିତାରାଣୀ ମୃତ୍ୟୁ ମାମଲା ତାତି

ସମୟ ଲାଇଭ,୧୬/୧୧: ବିଧାନସଭା ଶୀତ ଅଧିବେଶନର ଚତୁର୍ଥଦିନରେ ପୁଣିଥରେ ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ପ୍ରତିବାଦ ତେଜିଛି। ବିଜେପି ସଦସ୍ୟମାନେ ମୁହଁରେ କଳାକପଡ଼ା ବାନ୍ଧି କାନ୍ଧରେ କଳାଗାମୁଛା ପକାଇ ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ଆଜି ଗୃହରେ ବିଜେପି ସଦସ୍ୟମାନେ ଉପରୋକ୍ତ ମାମଲା ନେଇ ନିରବ ପ୍ରତିବାଦ କରିଥିବାବେଳେ ବାଚସ୍ପତି ସେମାନଙ୍କୁ ବସିଯିବାକୁ କହିଥିଲେ। ତେବେ ବିଜେପି ସଦସ୍ୟମାନେ ବସିବା ପରିବର୍ତ୍ତେ ପ୍ରଶ୍ନକାଳ ପୂର୍ବରୁ ହିଁ କକ୍ଷ ତ୍ୟାଗ କରିଥିଲେ। ତେବେ ବାଚସ୍ପତି ସେମାନଙ୍କର […]

Samaya Live Picture
Published On

ସମୟ ଲାଇଭ,୧୬/୧୧: ବିଧାନସଭା ଶୀତ ଅଧିବେଶନର ଚତୁର୍ଥଦିନରେ ପୁଣିଥରେ ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ପ୍ରତିବାଦ ତେଜିଛି। ବିଜେପି ସଦସ୍ୟମାନେ ମୁହଁରେ କଳାକପଡ଼ା ବାନ୍ଧି କାନ୍ଧରେ କଳାଗାମୁଛା ପକାଇ ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ଆଜି ଗୃହରେ ବିଜେପି ସଦସ୍ୟମାନେ ଉପରୋକ୍ତ ମାମଲା ନେଇ ନିରବ ପ୍ରତିବାଦ କରିଥିବାବେଳେ ବାଚସ୍ପତି ସେମାନଙ୍କୁ ବସିଯିବାକୁ କହିଥିଲେ। ତେବେ ବିଜେପି ସଦସ୍ୟମାନେ ବସିବା ପରିବର୍ତ୍ତେ ପ୍ରଶ୍ନକାଳ ପୂର୍ବରୁ ହିଁ କକ୍ଷ ତ୍ୟାଗ କରିଥିଲେ। ତେବେ ବାଚସ୍ପତି ସେମାନଙ୍କର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରୁଥିବା ବିଜେପି ସଦସ୍ୟ ଅଭିଯୋଗ କରିଛନ୍ତି।

Tags: