ଆସନ୍ତା କାଲି ଠାରୁ ବିଧାନସଭା ଶୀତ ଅଧିବେଶନ

ସମୟ ଲାଇଭ୍‍,୧୨/୧୦: ଆସନ୍ତା କାଲିଠାରୁ ନୂଆ ସରକାରଙ୍କ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି। ଏଥିମଧ୍ୟରୁ ୨୧ଟି ସରକାରୀ କାର୍ଯ୍ୟ ଦିବସ ଓ ୫ଟି ବେସରକାରୀ କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହେବ। ଏହାପରେ ୩ଦିନ ଧରି ଆଲୋଚନା କରାଯିବ ବୋଲି ସଂସଦୀୟ ବ୍ୟାପାରମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ସେହିପରି ନଭେମ୍ବର ୨୦ ତାରିଖରୁ […]

Samaya Live Picture
Published On

ସମୟ ଲାଇଭ୍‍,୧୨/୧୦: ଆସନ୍ତା କାଲିଠାରୁ ନୂଆ ସରକାରଙ୍କ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି। ଏଥିମଧ୍ୟରୁ ୨୧ଟି ସରକାରୀ କାର୍ଯ୍ୟ ଦିବସ ଓ ୫ଟି ବେସରକାରୀ କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଆଗତ ହେବ। ଏହାପରେ ୩ଦିନ ଧରି ଆଲୋଚନା କରାଯିବ ବୋଲି ସଂସଦୀୟ ବ୍ୟାପାରମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ସେହିପରି ନଭେମ୍ବର ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭାଗୀୟ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଡ଼ିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବ। ଅଧିବେଶନର ପ୍ରଥମଦିନରେ ସ୍ୱର୍ଗତ ବିଧାୟକ ଓ ସହିଦଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିବେ।

ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ରାଜ୍ୟସରକାରଙ୍କୁ ଘେରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି।

Tags: