ବିଜେପିରେ ସାମିଲ ହେବେ କି ଧୋନୀ

ନୂଆଦିଲ୍ଲୀ: କ୍ରିକେଟ୍‌ ଦୁନିଆରେ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା କ୍ୟାପଟେନ୍‌ କୁଲ୍‌ ଏବେ ଆଉ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । କୁହାଯାଉଛି ମହେନ୍ଦ୍ର ସିଂ ଧୋନୀ ଆଗକୁ ବିଜେପିରେ ସାମିଲ ହୋଇ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ଏକଥା ସେତେବେଳେ ଚର୍ଚ୍ଚାକୁ ଆସିଛି ଯେତେବେଳେ ମହେନ୍ଦ୍ର ସିଂ ଧୋନୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ହାତ ମିଳାଇବାର ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋକୁ ଦେଖିବା ପରେ ଧୋନୀ ବିଜେପିରେ ସାମିଲ ହେବା […]

Samaya Live Picture
Published On

ନୂଆଦିଲ୍ଲୀ: କ୍ରିକେଟ୍‌ ଦୁନିଆରେ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା କ୍ୟାପଟେନ୍‌ କୁଲ୍‌ ଏବେ ଆଉ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । କୁହାଯାଉଛି ମହେନ୍ଦ୍ର ସିଂ ଧୋନୀ ଆଗକୁ ବିଜେପିରେ ସାମିଲ ହୋଇ ନିର୍ବାଚନ ମୈଦାନକୁ ଓହ୍ଲାଇବେ ।

 viral photo of former Indian skipper and Amit Shah, netizens wonder if MS Dhoni joining BJP

ଏକଥା ସେତେବେଳେ ଚର୍ଚ୍ଚାକୁ ଆସିଛି ଯେତେବେଳେ ମହେନ୍ଦ୍ର ସିଂ ଧୋନୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ହାତ ମିଳାଇବାର ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋକୁ ଦେଖିବା ପରେ ଧୋନୀ ବିଜେପିରେ ସାମିଲ ହେବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଭାଇରାଲ ହେଉଥିବା ଫଟୋରେ ଅମିତ ଶାହାଙ୍କ ସହ ଧୋନୀ ହାତ ମିଳାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏମଏସ୍‌ ଧୋନୀ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।