ପୁଣି ଆସିବ ଯୋଗୀ ରାଜ୍‌

ଉତ୍ତରପ୍ରଦେଶ: ମାର୍ଚ୍ଚ ୧୦: ଉତ୍ତରପ୍ରଦେଶରେ ପୁଣିଥରେ ସରକାର ଗଠନ କରିପାରେ ବିଜେପି। ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ବିଜେପି ସବୁ ଦଳକୁ ପଛରେ ପକାଇ ୨୫୦ରୁ ଅଧିକ ସିଟ୍ ହାତେଇଛି। ୟୁପିରେ ୪୦୩ ଆସନରୁ ବିଜେପି ୨୬୨ଟି ଆସନରେ ଆଗୁଆ ଥିବାବେଳେ ସମାଜବାଦୀ ପାର୍ଟି ୧୨୫, ବିଏସ୍ପି ୮, କଂଗ୍ରେସ ୫ ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗୁଆ ରହିଛନ୍ତି। ତେଣୁ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ବିଜେପି ୟୁପିରେ ପୁଣିଥରେ ସରକାର ଗଠନ […]

Samaya Live Picture
Published On

ଉତ୍ତରପ୍ରଦେଶ: ମାର୍ଚ୍ଚ ୧୦: ଉତ୍ତରପ୍ରଦେଶରେ ପୁଣିଥରେ ସରକାର ଗଠନ କରିପାରେ ବିଜେପି। ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ବିଜେପି ସବୁ ଦଳକୁ ପଛରେ ପକାଇ ୨୫୦ରୁ ଅଧିକ ସିଟ୍ ହାତେଇଛି। ୟୁପିରେ ୪୦୩ ଆସନରୁ ବିଜେପି ୨୬୨ଟି ଆସନରେ ଆଗୁଆ ଥିବାବେଳେ ସମାଜବାଦୀ ପାର୍ଟି ୧୨୫, ବିଏସ୍ପି ୮, କଂଗ୍ରେସ ୫ ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗୁଆ ରହିଛନ୍ତି। ତେଣୁ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। ୟୁପିରେ ବିଜେପିକୁ ହରାଇବା ପାଇଁ ବିରୋଧୀ ଦଳ ପୂରା ପ୍ଲାନ୍ କରିଥିଲେ ମଧ୍ୟ ଏସବୁ ଶେଷରେ ଫେଲ୍ ମାରିଥିବା ଜଣାପଡ଼ିଛି। ଚଳିତ ଥର ଭଳି ଏଥର ମଧ୍ୟ ମୋଦୀଙ୍କ ବିକାଶ ମନ୍ତ୍ର ଓ ଡବଲ ଇଞ୍ଜିନ ସରକାର ଉପରେ ଭରସା କରି ଦଳକୁ ବହୁମତ ଦେଇଥିବା ଦେଖିବାକୁ ମିଳିଛି।