ଉଦ୍ଧବ ପାସ୍‍ କଲେ ଅଗ୍ନି ପରୀକ୍ଷା, ବିପକ୍ଷଙ୍କ ଗୃହ ତ୍ୟାଗ

ସମୟ ଲାଇଭ୍‍,୩୦/୧୧: ମହାରାଷ୍ଟ୍ରରେ ସରକାର ଗଠନ ପରେ ଫ୍ଲୋର ଟେଷ୍ଟ ପାସ୍‍ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆଜି ବିଧାନସଭାରେ ପହଞ୍ଚି ଉଦ୍ଧବ ପ୍ରଥମେ ଶିବାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତେବେ ଫ୍ଲୋର ଟେଷ୍ଟ ପୂର୍ବରୁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ୧୬୯ ଜଣ ବିଧାୟକ ଉଦ୍ଧବଙ୍କୁ ସମର୍ଥନ କରିଥିବାବେଳେ ୪ ଜଣ ବିଧାୟକ ମତଦାନ କରିନଥିଲେ। ତେବେ ବହୁମତ ସାବ୍ୟସ୍ତ କରିବା […]

Samaya Live Picture
Published On

ସମୟ ଲାଇଭ୍‍,୩୦/୧୧: ମହାରାଷ୍ଟ୍ରରେ ସରକାର ଗଠନ ପରେ ଫ୍ଲୋର ଟେଷ୍ଟ ପାସ୍‍ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆଜି ବିଧାନସଭାରେ ପହଞ୍ଚି ଉଦ୍ଧବ ପ୍ରଥମେ ଶିବାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତେବେ ଫ୍ଲୋର ଟେଷ୍ଟ ପୂର୍ବରୁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ୧୬୯ ଜଣ ବିଧାୟକ ଉଦ୍ଧବଙ୍କୁ ସମର୍ଥନ କରିଥିବାବେଳେ ୪ ଜଣ ବିଧାୟକ ମତଦାନ କରିନଥିଲେ। ତେବେ ବହୁମତ ସାବ୍ୟସ୍ତ କରିବା ପାଇଁ ୧୪୫ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଥିଲା।
ଅନ୍ୟପଟେ ଗୃହ ଆରମ୍ଭରେ ‘ବନ୍ଦେ ମାତରଂ’ ଗାନ କରାଯାଇନଥିବାରୁ ବିରୋଧୀ ଦଳ ବିଜେପି ଏହା ନିୟମର ଉଲଂଘନ ବୋଲି ଯୁକ୍ତି ବାଢ଼ିଥିଲେ। ଅନ୍ୟପଟେ ଏହାକୁ ଭାରପ୍ରାପ୍ତ ବାଚସ୍ପତି ଦିଲୀପ ପାଟିଲ ଯୁକ୍ତିକୁ ଖାରଜ କରିଦେଇଥିଲେ। ତେବେପରେ ବିରୋଧୀ ଦଳ ଗୃହ ତ୍ୟାଗ କରିବା ସହ ବାହାରେ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା।

Tags: