ପତ୍ରା ଚଲ୍‌ ମାମଲା: ୨୨ ପର୍ଯ୍ୟନ୍ତ ହାଜତରେ ରହିବେ ସଞ୍ଜୟ

ମୁମ୍ବାଇ: ଆଜି ମୁମ୍ବାଇର ଏକ ଅଦାଲତ ପତ୍ରା ଚଲ୍‌ ମାମଲାରେ ସମ୍ପୃକ୍ତ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଶିବସେନା ନେତା ସଞ୍ଜୟ ରାଉତ ସମ୍ପୃକ୍ତ ଥିବା ମନି ଲଣ୍ଡରିଙ୍ଗ୍‌ ତଦନ୍ତରେ ଉଲ୍ଲେଖନୀୟ ଅଗ୍ରଗତି ହେଉଥିବା ଲକ୍ଷ୍ୟ କରି ଗତ ଗୁରୁବାର ଦିନ ଅଦାଲତ ରାଉତଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ ହାଜତ ରହଣିକୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଅଧିକ […]

Samaya Live Picture
Published On

ମୁମ୍ବାଇ: ଆଜି ମୁମ୍ବାଇର ଏକ ଅଦାଲତ ପତ୍ରା ଚଲ୍‌ ମାମଲାରେ ସମ୍ପୃକ୍ତ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଶିବସେନା ନେତା ସଞ୍ଜୟ ରାଉତ ସମ୍ପୃକ୍ତ ଥିବା ମନି ଲଣ୍ଡରିଙ୍ଗ୍‌ ତଦନ୍ତରେ ଉଲ୍ଲେଖନୀୟ ଅଗ୍ରଗତି ହେଉଥିବା ଲକ୍ଷ୍ୟ କରି ଗତ ଗୁରୁବାର ଦିନ ଅଦାଲତ ରାଉତଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ ହାଜତ ରହଣିକୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

ପତ୍ରା ଚଲ୍‌ ମାମଲା: ୨୨ ପର୍ଯ୍ୟନ୍ତ ହାଜତରେ ରହିବେ ସଞ୍ଜୟ

ଅଧିକ ଆର୍ଥିକ ଦୁର୍ନୀତିର ସନ୍ଧାନ ପାଇଥିବା କହି ସେତେବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ ରାଉତଙ୍କ ହାଜତ ରହଣିକୁ ଆଉ ୮ ଦିନ ବୃଦ୍ଧି କରିବାକୁ ନିବେଦନ କରିଥିଲା । ପୂର୍ବରୁ ଧରାପଡ଼ିଥିବା ୧.୦୬ କୋଟି ଟଙ୍କାର ଆର୍ଥିକ ଦୁର୍ନୀତି ବ୍ୟତିରେକେ, ଆହୁରି ୧.୧୭ କୋଟି ଟଙ୍କା ଦୁର୍ନୀତିରେ ରାଜ୍ୟସଭା ସାଂସଦ ଜଡ଼ିତ ଥିବା ଜଣାପଡ଼ିଥିଲା ।

ପତ୍ରା ଚଲ୍‌ ମାମଲା: ୨୨ ପର୍ଯ୍ୟନ୍ତ ହାଜତରେ ରହିବେ ସଞ୍ଜୟ

ଉଲ୍ଲେଖଯୋଗ୍ୟ, ଜର୍ଜଗାଓଁ ଉପନଗରୀରେ ଥିବା ପତ୍ରା ଚଲ୍ର ପୁନର୍ବିକାଶରେ ଆର୍ଥିକ ଅନିୟମିତାରେ ସମ୍ପୃକ୍ତି ଥିବା ଦର୍ଶାଇ ଅଗଷ୍ଟ ୧ ତାରିଖରେ ସଞ୍ଜୟ ରାଉତଙ୍କୁ ଗିରଫ କରାଯାଇଥିଲା । ପ୍ରବର୍ତ୍ତନ ନିର୍ଦେଶାଳୟ କହିଥିଲା, ତଦନ୍ତ ସମୟରେ ଜବତ ହୋଇଥିବା ଦଲିଲରୁ ଜଣାପଡ଼ିଛି ଯେ, ପାଖ ଜିଲ୍ଲା ରାୟଗଡ଼ ଅନ୍ତର୍ଗତ ଆଲିବାଗ୍ରେ ଖରିଦ କରାଯାଇଥିବା ସମ୍ପତ୍ତିରେ ହୋଇଥିବା ମୋଟା ଅଙ୍କର ଆର୍ଥିକ କାରବାରରେ ରାଉତ ସଂଶ୍ଳିଷ୍ଟ ଥିଲେ । ଏହା ବ୍ୟତିରେକେ, ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କ ଆକାଉଣ୍ଟରେ ୧.୦୮ କୋଟି ଟଙ୍କା ଥିବା ଜଣାପଡ଼ିଛି ।