ସରପଞ୍ଚଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ସମୟ ଲାଇଭ, 22/4(ଦେଵଜ୍ୟୋତି  ମହାନ୍ତି ): କରୋନା ମୁକାବିଲାରେ ଅନ୍ୟତମ ସାରଥୀ ସାଜିଥିବା ରାଜ୍ୟର ସବୁ ସରପଞ୍ଚଙ୍କୁ   ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଶପଥ ପାଠ କରାଇଥିଲେ ଓ କୋଭିଡ୍‌-୧୯ ମୁକାବିଲା ନେଇ ରାଜ୍ୟର ୬୭୮୯ ଜଣ ସରପଞ୍ଚଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓଙ୍କ ସମେତ ୧୬ ଗୋଟି ପଞ୍ଚାୟତର ସରପଞ୍ଚ ମାନେ ନିଜ ନିଜ ପଞ୍ଚାୟତରେ ସେମାନେ କିପରି କାର୍ଯ୍ୟ […]

Samaya Live Picture
Published On

ସମୟ ଲାଇଭ, 22/4(ଦେଵଜ୍ୟୋତି  ମହାନ୍ତି ): କରୋନା ମୁକାବିଲାରେ ଅନ୍ୟତମ ସାରଥୀ ସାଜିଥିବା ରାଜ୍ୟର ସବୁ ସରପଞ୍ଚଙ୍କୁ   ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଶପଥ ପାଠ କରାଇଥିଲେ ଓ କୋଭିଡ୍‌-୧୯ ମୁକାବିଲା ନେଇ ରାଜ୍ୟର ୬୭୮୯ ଜଣ ସରପଞ୍ଚଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓଙ୍କ ସମେତ ୧୬ ଗୋଟି ପଞ୍ଚାୟତର ସରପଞ୍ଚ ମାନେ ନିଜ ନିଜ ପଞ୍ଚାୟତରେ ସେମାନେ କିପରି କାର୍ଯ୍ୟ କରୁଛନ୍ତି, ଏକ୍ଷେତ୍ରରେ ସେମାନଙ୍କ କଣ ଅସୁବିଧା ହେଉଛିକି, ଏନେଇ ପଚାରି ବୁଝିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। ପୂର୍ବରୁ କୋରୋନା ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ।ରାଜ୍ଯ ବାହାରୁ ଆସୁଥିବା ଲୋକମାନଙ୍କୁ ସାଙ୍ଗେ ସାଙ୍ଗେ ପଞ୍ଚାୟତ ତରଫରୁ ହୋଇଥିବା ଆଇସୋଲେସନ୍ ସେଣ୍ଟରରେ ରଖିବା ଓ ତୁରନ୍ତ ବ୍ଲକ ପ୍ରାଶାସନିକ ଅଧିକାରୀଙ୍କୁ ଜଣାଇ ନାମ ପଞ୍ଜିକରଣ ସହିତ ଡାକ୍ତରଙ୍କୁ ଅବଗତ କରାଇବା।

ପଞ୍ଚାୟତ ବାସୀଙ୍କୁ ସଚେତନତା କରାଇବା ସରକାର ନିୟମ ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରିବା ଓ ନିଜେ ସୁସ୍ଥ ରହିବା ସହ ନିଜ ପରିବାର ଓ ସମାଜକୁ ସୁସ୍ଥ ରଖିବା ଏହି ନିୟମ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଦୁଃଖର ବିଷୟ ନାଉଗାଁ ବ୍ଲକ ୧୬ ଗୋଟି ପଞ୍ଚାୟତକୁ ନେଇ ଗଠିତ। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ସରପଞ୍ଚ ମାନଙ୍କ ସହ କୋଭିଡ୍ ୧୯ ଲାଗି ଆଲୋଚନା କରିବା ପାଇଁ ସ୍ଥିର କରାଯାଇଥିଲା କିନ୍ତୁ ଆଜି ବହୁ ସରପଞ୍ଚଙ୍କ ବଦଳରେ ସରପଞ୍ଚଙ୍କ ସମ୍ପର୍କୀୟ ମାନଙ୍କୁ ଦେଖିବାକୁ ମିଳିଥିଲା ଏହି ସମ୍ମିଳନୀ କକ୍ଷରେ। ମାନ୍ୟବର ମୁଖ୍ୟମନ୍ତ୍ରୀ ସରପଞ୍ଚଙ୍କ ସହ ଆଲୋଚନା କରିବା ପାଇଁ କହିଥିବା ବେଳେ ବିଡିଓ ମହୋଦୟା କିପରି ସରପଞ୍ଚଙ୍କ ବଦଳରେ ତାଙ୍କ ସମ୍ପର୍କୀୟ ମାନଙ୍କୁ ଏହି ଭିଡିଓ କନଫରେନ୍ସରେ ଯୋଗାଦେବା ପାଇଁ ଅନୁମତି ଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।।

 

Tags: