ଇତିହାସ ରଚିଲେ ରୀତା

ସମୟ ଲାଇଭ,୨୪/୧୦:  ବହୁ ପ୍ରତିକ୍ଷିତ ବୀଜେପୁର ଉପନିର୍ବାଚନର ଫଳ ପ୍ରକାଶ ପାଇବା ପରେ ବିଜେଡି ପ୍ରାର୍ଥୀ ରୀତା ସାହୁ ରେକର୍ଡ଼ ସଂଖ୍ୟକ ଭୋଟ ବ୍ୟବଧାନରେ ଜିତିଛନ୍ତି। ଏପରିକି ଗତ ଥରର ବିଜେଡ଼ି ପ୍ରର୍ଥୀ ଖୋଦ ମୁଖ୍ୟମନନ୍ତ୍ରୀଙ୍କୁ ବି ପଛରେ ବକାଇଦେଇଛନ୍ତି ରୀତା ସାହୁ। ରୀତା ସର୍ବମୋଟ୍‍ ୧,୩୫,୯୫୭ ଖଣ୍ଡ ଭୋଟ ପାଇବା ସହ ୯୭,୯୫୭ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିା ସନତ ଗଡ଼ତିଆଙ୍କୁ ଠାରୁ ଜିତିଛନ୍ତି ରୀତା। ବିଜେପୁରରେ ରୀତା ଜିତିବା ନେଇ […]

Samaya Live Picture
Published On
ସମୟ ଲାଇଭ,୨୪/୧୦:  ବହୁ ପ୍ରତିକ୍ଷିତ ବୀଜେପୁର ଉପନିର୍ବାଚନର ଫଳ ପ୍ରକାଶ ପାଇବା ପରେ ବିଜେଡି ପ୍ରାର୍ଥୀ ରୀତା ସାହୁ ରେକର୍ଡ଼ ସଂଖ୍ୟକ ଭୋଟ ବ୍ୟବଧାନରେ ଜିତିଛନ୍ତି। ଏପରିକି ଗତ ଥରର ବିଜେଡ଼ି ପ୍ରର୍ଥୀ ଖୋଦ ମୁଖ୍ୟମନନ୍ତ୍ରୀଙ୍କୁ ବି ପଛରେ ବକାଇଦେଇଛନ୍ତି ରୀତା ସାହୁ।
ରୀତା ସର୍ବମୋଟ୍‍ ୧,୩୫,୯୫୭ ଖଣ୍ଡ ଭୋଟ ପାଇବା ସହ ୯୭,୯୫୭ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିା ସନତ ଗଡ଼ତିଆଙ୍କୁ ଠାରୁ ଜିତିଛନ୍ତି ରୀତା। ବିଜେପୁରରେ ରୀତା ଜିତିବା ନେଇ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଆଗୁଆ ଆକଳନ ଓ ବିଜେଡ଼ି ନେତାଙ୍କ ଧମ୍ଭୋକ୍ତି ବାସ୍ତବ ରୂପ ନେଇଛି।
ଫଳ ପ୍ରକାଶ ପାଇବା ପରେ ରୀତା ସବୁ ଆକଳନକୁ ଭୂଲ ପ୍ରମାଣିତ କରି ରୀତା ଇତିହାସ ରଚିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଖଣ୍ଡପଡାର ବିଜେଡି ପ୍ରାର୍ଥୀ ସୋମ୍ୟରଞ୍ଜନ ପଟ୍ଟପାୟକ ସର୍ବାଧିକ ଭୋଟ ବ୍ୟବଧାନରେ ଜିତିବା ନେଇ ଯେଉଁ ରେକର୍ଡ କରିଥିଲେ ଏହାକୁ ଆଜି ରୀତା ଭାଙ୍ଗିଛନ୍ତି।
ସୋମ୍ୟ ୮୧,୪୩୦ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିବାବେଳେ ରୀତା ଆଜି ଏହି ରେକର୍ଡ ଭାଙ୍ଗି ୯୭,୯୯୦ ଖଣ୍ଡ ଭୋଟ ପାଇଛନ୍ତି। ରୀତା ବିଜେପୁରରେ ଜିତବା ପରେ ମୁଖ୍ୟମନ୍ତ୍ରୀଙ୍କର ଆସ୍ଥାଭାଜନ ହୋଇପାରିଛନ୍ତି।
Tags: