ଗୃହରେ ରତ୍ନ ଭଣ୍ଡାରରେ ଗଚ୍ଛିତ ରତ୍ନର ବିବରଣୀ ରଖିଲେ ଆଇନ୍‍ମନ୍ତ୍ରୀ

ସମୟ ଲାଇଭ, ୨୬/୧୧: ଆଜି ବିଧାନସଭାରେ ଆଇନମନ୍ତ୍ରୀ ପ୍ରତାପ ଜେନା ଶ୍ରୀ ମନ୍ଦିର ରତ୍ନ ଭଣ୍ଡାରରେ ଗଚ୍ଛିତ ରତ୍ନର ବିବରଣୀ ରଖିଛନ୍ତି। ୧୨ ହଜାର ୮୩୮ ଭରି ଓଜନର ୪୫୪ ଟି ସୁନା ଅଳଙ୍କାର ସହ ଅନ୍ୟାନ୍ୟ ମୂଲ୍ୟବାନ୍‍ ପଦାର୍ଥ ରହିଛି। ସେହିପରି ୧୮ ହଜାର ୮୧୫ ଭରି ଓଜନର ୨୩୬ଟି ରୂପା ଅଳଙ୍କାର ସହ ଅନ୍ୟାନ୍ୟ ମୂଲ୍ୟବାନ ପଦାର୍ଥ ରହିଛି। ଅନ୍ୟପଟେ ୮ଟି ସୁନା ମୂର୍ତ୍ତି ଓ ୬ଟି ରୂପା ବାସନ ଓଜନ କରାଯାଇନଥିବା ମନ୍ତ୍ରୀ […]

Samaya Live Picture
Published On

ସମୟ ଲାଇଭ, ୨୬/୧୧: ଆଜି ବିଧାନସଭାରେ ଆଇନମନ୍ତ୍ରୀ ପ୍ରତାପ ଜେନା ଶ୍ରୀ ମନ୍ଦିର ରତ୍ନ ଭଣ୍ଡାରରେ ଗଚ୍ଛିତ ରତ୍ନର ବିବରଣୀ ରଖିଛନ୍ତି। ୧୨ ହଜାର ୮୩୮ ଭରି ଓଜନର ୪୫୪ ଟି ସୁନା ଅଳଙ୍କାର ସହ ଅନ୍ୟାନ୍ୟ ମୂଲ୍ୟବାନ୍‍ ପଦାର୍ଥ ରହିଛି। ସେହିପରି ୧୮ ହଜାର ୮୧୫ ଭରି ଓଜନର ୨୩୬ଟି ରୂପା ଅଳଙ୍କାର ସହ ଅନ୍ୟାନ୍ୟ ମୂଲ୍ୟବାନ ପଦାର୍ଥ ରହିଛି। ଅନ୍ୟପଟେ ୮ଟି ସୁନା ମୂର୍ତ୍ତି ଓ ୬ଟି ରୂପା ବାସନ ଓଜନ କରାଯାଇନଥିବା ମନ୍ତ୍ରୀ କହିଛନ୍ତି।
ସୂଚନା ଥାଉ କି, ଭଣ୍ଡାର ଘରର ସ୍ଥିତି ଅନୁଧ୍ୟାନ ପାଇ ଁ ଏକ ସ୍ୱତନ୍ତ୍ର ଟିମ୍‍ ରତ୍ନ ପରିଦର୍ଶନରେ ଯାଇଥିଲେ। ତେବେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ବିରୋଧୀ ଦଳ ତୁମ୍ବି ତୋଫାନ କରିଥିଲେ। ଅନ୍ୟପଟେ ରତ୍ନଭଣ୍ଡାର ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ବିରୋଧୀ ଓ ଜଗନ୍ନାଥପ୍ରେମୀ ପ୍ରମୁଖ ଦାବି କରିଥିଲେ। ତେବେ ଗୃହରେ ମନ୍ତ୍ରୀ ବିବରଣୀ ପ୍ରକାଶ କରିବା ପରେ ରତ୍ନଭଣ୍ଡାର ନଖୋଳି ମନ୍ତ୍ରୀ ବିବରଣୀ ପ୍ରସ୍ତୁତ କରିଥିବା ପ୍ରତିକ୍ରିୟା ରଖିବା ସହ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Tags: