ଗୁଜରାଟର ଏକ ଅଦ୍ଭୁତ ଗ୍ରାମ: ଯେଉଁଠି ପ୍ରଚାର ମନା, ଭୋଟ୍ ନଦେଲେ ଜରିମାନା
ଅହମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ସମଗ୍ର ଗୁଜରାଟରେ ଏବେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି । ପ୍ରମୁଖ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଏବେ ଗୁଜରାଟରେ ଧାଡ଼ି ବାନ୍ଧି ରାଲି ଏବଂ ରୋଡ୍ସୋ କରୁଛନ୍ତି । ତେବେ ଗୁଜରାଟରେ ଏମିତି ବି ଏକ ଗ୍ରାମ ଅଛି ଯେଉଁଠାରେ ଏଭଳି ରାଜନୈତିକ ଡ୍ରାମା ଦେଖିବାକୁ ମିଳେନାହିଁ । ଏହି ଗ୍ରାମରେ କୌଣସି ରାଜନୈତିକ ଦଳକୁ ପ୍ରବେଶ ଅନୁମତି ନାହିଁ । ଗ୍ରାମରେ ନିର୍ବାଚନ […]
ଅହମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ସମଗ୍ର ଗୁଜରାଟରେ ଏବେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି । ପ୍ରମୁଖ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଏବେ ଗୁଜରାଟରେ ଧାଡ଼ି ବାନ୍ଧି ରାଲି ଏବଂ ରୋଡ୍ସୋ କରୁଛନ୍ତି । ତେବେ ଗୁଜରାଟରେ ଏମିତି ବି ଏକ ଗ୍ରାମ ଅଛି ଯେଉଁଠାରେ ଏଭଳି ରାଜନୈତିକ ଡ୍ରାମା ଦେଖିବାକୁ ମିଳେନାହିଁ । ଏହି ଗ୍ରାମରେ କୌଣସି ରାଜନୈତିକ ଦଳକୁ ପ୍ରବେଶ ଅନୁମତି ନାହିଁ । ଗ୍ରାମରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ଅନୁମତି ନାହିଁ । ଗ୍ରାମଟି ରାଜକୋଟ ଜିଲ୍ଲାରେ ଅବସ୍ଥିତ । ଗ୍ରାମର ନାଁ ହେଉଛି ରାଜ ସମଧିୟାଲା । ଗ୍ରାମରେ କୌଣସି ରାଜନୈତିକ ଦଳ ପ୍ରଚାର କରିପାରିବେନି । ଏଠାରେ ରାଜନୈତିକ ପ୍ରଚାର ନିଷିଦ୍ଧ । ଗ୍ରାମବାସୀମାନେ ବିଶ୍ୱାସ କରନ୍ତି ଯେ ନିର୍ବାଚନ ପ୍ରଚାର ଅଞ୍ଚଳ ପ୍ରତି ହାନୀକାରକ । ତେଣୁ ସେମାନେ ପ୍ରଚାର କାର୍ଯ୍ୟକ୍ରମକୁ ପ୍ରଶ୍ରୟ ଦିଅନ୍ତିନି । ରାଜକୋଟଠାରୁ ୨୦ କିମି ଦୂର ରାଜ ସମଧିୟାଲାରେ କେବଳ ରାଜନେତିକ ପ୍ରଚାର ନିଷିଦ୍ଧ ନୁହେଁ ଏଠାରେ ଭୋଟ୍ ନଦେଲେ ଜରିମାନା ମଧ୍ୟ କରାଯାଏ । ଭୋଟ୍ ନଦେଇପାରିଲେ ଏଠାରେ ୫୧ ଟଙ୍କା ଜରିମାନା କରାଯାଏ ।

ଗ୍ରାମବାସୀମାନେ କେତେକ ନୀତି ନିୟମରେ ବନ୍ଧା । ଭିଡିସି (ଗ୍ରାମ ଉନ୍ନୟନ କମିଟି) ପକ୍ଷରୁ ସ୍ଥିର କରାଯାଇଥିବା ନୀତି ନିୟମକୁ ଗ୍ରାମବାସୀମାନେ ମାନିବାପାଇଁ ବାଧ୍ୟ । ଭୋଟିଂର କିଛି ଦିନ ପୂର୍ବରୁ ଏହି କମିଟି ଏକ ବୈଠକ ଡାକିଥାଏ । ନିୟମ ଅନୁଯାୟୀ ବିନା କାରଣରେ କେହି ଭୋଟ୍ ଦେବାରୁ ବିରତ ରହିବେନି । ଯଥାର୍ଥ କାରଣ ନଥାଇ କେହି ଭୋଟ୍ ନଦେଲେ ୫୧ ଟଙ୍କା ଜରିମାନା କରାଯାଏ । ଯଦି କେହି ଭୋଟ୍ ଦେଇପାରିବେନି ତେବେ କମିଟି ପାଖରୁ ଅନୁମତି ନେବାପାଇଁ ପଡ଼ିବ । ୧୯୮୩ ମସିହାରୁ ଏହି ଗ୍ରାମରେ ନିର୍ବାଚନ ପ୍ରଚାର ହେଉନି । ରାଜନେତିକ ଦଳ ଗୁଡ଼ିକ ମଧ୍ୟ ଏହି କଥାକୁ ଭଲଭାବେ ବୁଝି ସାରିଛନ୍ତି । ଗ୍ରାମରେ ଇଣ୍ଟରନେଟରୁ ଆରମ୍ଭ କରି ୱାଇଫାଇ, ସିସିଟିଭି କ୍ୟାମେରା, ଆର୍ଓ ପ୍ଲାଣ୍ଟ୍ ଏବଂ ସବୁ ଆଧୁନିକ ଉପକରଣ ଉପଲବ୍ଧ । ଏବେ ନିକଟସ୍ଥ ଗ୍ରାମବାସୀମାନେ ମଧ୍ୟ ସମାନ ଭାବେ ନିର୍ବାଚନ ପ୍ରଚାରକୁ ମନା କରିଛନ୍ତି ।




