ପ୍ରିୟଙ୍କା ଗାନ୍ଧୀଙ୍କ ଯୋଗୀ ସରକାରଙ୍କୁ ଟାର୍ଗେଟ

ସମୟ ଲାଇଭ୍‍,୩୦/୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲକ୍ଷ୍ନୌଠାରେ ଏକ ପ୍ରେସମିଟ କରିଛନ୍ତି। ଏହି ପ୍ରେସମିଟରେ ସେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି। ଯୋଗୀ ଯେଉଁ ବସ୍ତ୍ର ପିନ୍ଧୁଛନ୍ତି ତାହା ଭାରତୀୟଙ୍କ ଧାର୍ମିକ ଭାବନା ସହ ଜଡ଼ିତ। ତେଣୁ ତାଙ୍କୁ ଏହାର ମର୍ଯ୍ୟାଦା ରଖିବା ଉଚିତ୍‍। ତେବେ ଯୋଗୀଙ୍କ ଆଚରଣରେ ଏପରି ଲକ୍ଷଣ ଦେଖାଯାଉନଥିବା ସେ କହିଛନ୍ତି। ଶ୍ରୀରାମ, ଶ୍ରୀକୃଷ୍ଣ କରୁଣା ପ୍ରତୀକ ଅଟନ୍ତି। ଏମାନଙ୍କ ଠାରେ ‘ପ୍ରତିଶୋଧ’ ନାମକ କୌଣସି […]

Samaya Live Picture
Published On

ସମୟ ଲାଇଭ୍‍,୩୦/୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲକ୍ଷ୍ନୌଠାରେ ଏକ ପ୍ରେସମିଟ କରିଛନ୍ତି। ଏହି ପ୍ରେସମିଟରେ ସେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି। ଯୋଗୀ ଯେଉଁ ବସ୍ତ୍ର ପିନ୍ଧୁଛନ୍ତି ତାହା ଭାରତୀୟଙ୍କ ଧାର୍ମିକ ଭାବନା ସହ ଜଡ଼ିତ। ତେଣୁ ତାଙ୍କୁ ଏହାର ମର୍ଯ୍ୟାଦା ରଖିବା ଉଚିତ୍‍। ତେବେ ଯୋଗୀଙ୍କ ଆଚରଣରେ ଏପରି ଲକ୍ଷଣ ଦେଖାଯାଉନଥିବା ସେ କହିଛନ୍ତି।
ଶ୍ରୀରାମ, ଶ୍ରୀକୃଷ୍ଣ କରୁଣା ପ୍ରତୀକ ଅଟନ୍ତି। ଏମାନଙ୍କ ଠାରେ ‘ପ୍ରତିଶୋଧ’ ନାମକ କୌଣସି ଆଚରଣ ଦେଖାଯାଇନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ବସ୍ତ୍ର ଅନୁସାରେ ଆଚରଣ ଦେଖାଉନଥିବା ସେ କହିଛନ୍ତି।

ସୂଚନା ଥାଉ କି, ନାଗରିକତା ସଂଶୋଧନ ଆଇନ୍‍ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ତେବେ ରାଜ୍ୟରେ ଘଟିଥିବା ହିଂସାରେ ୨୧ ଜଣ ମୃତ୍ୟୁବରଣ କରିବା ଘଟଣାକୁ ନିନ୍ଦା କରିଛନ୍ତି।

Tags: