ମହାରାଷ୍ଟ୍ରରେ ଶିବସେନା ସରକାର ପାଇଁ ଏନସିପିର ଗ୍ରନ୍‍ ସିଗନାଲ ଅପେକ୍ଷା ଏବେ କଂଗ୍ରେସକୁ

ସମୟଲାଇଭ,୧୧/୧୧:ମହାରାଷ୍ଟ୍ରରେ ସରକାର ଗଢିବା ନେଇ ଦୀର୍ଘଦିନ ଧରି ଲାଗିରହିଥିବା ଘଟଣାରେ ନୂଆ ମୋଡ ଆସିଛି। ବିଜେପି ଶିବସେନା ମଧ୍ୟରେ ମେଣ୍ଟ ଛିଡୁନଥିବା ବେଳେ ଆଜି ଏନସିପି ପକ୍ଷରୁ ଶିବସେନାକୁ ସପୋର୍ଟ ନେଇ ଗ୍ରିନ ସିଗନାଲ ମିଳିଛି। ଅନ୍ୟ ସହଯୋଗୀ ଦଳ କଂଗ୍ରେସ ସମର୍ଥନ ଦେଲେ ଯାଇ ରାଜ୍ୟରେ ଶିବସେନା ସରକାର ଗଠନରେ ସମଥର୍ ହେବ। ଏବେ ନିଷ୍ପତ୍ତି କଂଗ୍ରେସ ଉପରେ। ଏନ୍‌ସିପି ନେତା ନୱାବ ମଲ୍ଲିକ କହିଛନ୍ତି, ‘ସରକାର ଗଠନ ପ୍ରସଂଗରେ ଦଳ କଂଗ୍ରେସର ପକ୍ଷକୁ ଅପେକ୍ଷା […]

Samaya Live Picture
Published On

ସମୟଲାଇଭ,୧୧/୧୧:ମହାରାଷ୍ଟ୍ରରେ ସରକାର ଗଢିବା ନେଇ ଦୀର୍ଘଦିନ ଧରି ଲାଗିରହିଥିବା ଘଟଣାରେ ନୂଆ ମୋଡ ଆସିଛି। ବିଜେପି ଶିବସେନା ମଧ୍ୟରେ ମେଣ୍ଟ ଛିଡୁନଥିବା ବେଳେ ଆଜି ଏନସିପି ପକ୍ଷରୁ ଶିବସେନାକୁ ସପୋର୍ଟ ନେଇ ଗ୍ରିନ ସିଗନାଲ ମିଳିଛି। ଅନ୍ୟ ସହଯୋଗୀ ଦଳ କଂଗ୍ରେସ ସମର୍ଥନ ଦେଲେ ଯାଇ ରାଜ୍ୟରେ ଶିବସେନା ସରକାର ଗଠନରେ ସମଥର୍ ହେବ। ଏବେ ନିଷ୍ପତ୍ତି କଂଗ୍ରେସ ଉପରେ। ଏନ୍‌ସିପି ନେତା ନୱାବ ମଲ୍ଲିକ କହିଛନ୍ତି, ‘ସରକାର ଗଠନ ପ୍ରସଂଗରେ ଦଳ କଂଗ୍ରେସର ପକ୍ଷକୁ ଅପେକ୍ଷା କରିଛି। କଂଗ୍ରେସ ସମର୍ଥନ ଦେଲେ ରାଜ୍ୟରେ ସରକାର ଗଠନ ହେବ। ଆମେ ନିର୍ବାଚନ ସାଥୀ ହୋଇ ଲଢ଼ିଛୁ ଓ ନିଷ୍ପତ୍ତି ବି ସାଥୀ ହୋଇ ନେବୁ।’ ସେ ଆହୁରି ବି କହିଛନ୍ତି ଯେ ଯେହେତୁ ଏନ୍‌ସିପି ଓ ଶିବସେନା ମେଣ୍ଟ ଦଳ ତେବେ ଏନ୍‌ସିପି ଏକତରଫା ନିଷ୍ପତ୍ତି ନେଇପାରିବ ନାହିଁ। ଏନ୍‌ସିପି ଓ କଂଗ୍ରେସ ମିଳିତ ଭାବେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Tags: